ସନରାଇଜର୍ସ ହାଇଦ୍ରାବାଦଠୁ ହାରିଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ୪ ୱିକେଟ୍ରେ ରାଜସ୍ଥାନକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି। ୨୧୫ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦ ଶେଷ ବଲ୍ରେ ହିଁ ବିଜୟୀ ହୋଇଥିଲା। ଶେଷ ଦୁଇ ଓଭରରେ ଦଳକୁ ୪୧ ରନ୍ର ଆବଶ୍ୟକ ଥିଲା ବେଳେ ଗ୍ଲେନ୍ ଫିଲିପ୍ସ ୧୯ତମ ଓଭର ପ୍ରଥମ ୪ ବଲ୍ରେ ୩ ଛକା ଓ ଗୋଟିଏ ଚୌକା ମାରି ଦଳକୁ ବିଜୟର ନିକଟତର କରିଥିଲେ। ହେଲେ ପଞ୍ଚମ ବଲ୍ରେ […]

Samaya Live Picture
Published On

ଜୟପୁର: ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ୪ ୱିକେଟ୍ରେ ରାଜସ୍ଥାନକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି। ୨୧୫ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦ ଶେଷ ବଲ୍ରେ ହିଁ ବିଜୟୀ ହୋଇଥିଲା। ଶେଷ ଦୁଇ ଓଭରରେ ଦଳକୁ ୪୧ ରନ୍ର ଆବଶ୍ୟକ ଥିଲା ବେଳେ ଗ୍ଲେନ୍ ଫିଲିପ୍ସ ୧୯ତମ ଓଭର ପ୍ରଥମ ୪ ବଲ୍ରେ ୩ ଛକା ଓ ଗୋଟିଏ ଚୌକା ମାରି ଦଳକୁ ବିଜୟର ନିକଟତର କରିଥିଲେ। ହେଲେ ପଞ୍ଚମ ବଲ୍ରେ ଫିଲିପ୍ସ ଆଉଟ୍ ହୋଇଯାଇଥିଲେ। ଏହି ଓଭରରେ ୨୪ ରନ୍ ହେବାରୁ ଶେଷ ଓଭରରେ ବିଜୟ ଲାଗି ୧୭ ରନ୍ ରହିଥିଲା। ତେବେ ସନ୍ଦୀପ ଶର୍ମାଙ୍କ ଏହି ଓଭରର ପ୍ରଥମ ୪ ବଲ୍ରେ ଅବଦୁଲ ସାମଦ ଗୋଟିଏ ଛକା ସହ ୧୧ ରନ୍ ସଂଗ୍ରହ କରିନେଇଥିଲେ। ପଞ୍ଚମ ବଲ୍ରେ ମାର୍କୋ ଜାନସେନ୍ ୧ ରନ୍ ନେଇ ସାମଦଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ଶେଷ ବଲ୍ରେ ଦଳକୁ ୫ ରନ୍ ଆବଶ୍ୟକ ଥିଲା ବେଳେ ସାମଦ ଛକା ମାରିବାକୁ ଯାଇ କ୍ୟାଚ୍ ହୋଇଥିଲେ। ହେଲେ ନୋ ବଲ୍ ହେବାରୁ ଆଉଟ୍ରୁ ବଞ୍ଚିତ ହେବା ସହ ଫ୍ରି ହିଟ୍କୁ ଛକା ମାରି ଦଳକୁ ଅବିଶ୍ବସନୀୟ ବିଜୟ ଭେଟି ଦେଇଥିଲେ। ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଅନମୋଲପ୍ରୀତ ସିଂହ ଉପଯୋଗୀ ପାଳି ଖେଳିଥିଲେ। ଫିଲିପ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଏଥିପୂର୍ବରୁ ଜୋସ ବଟଲର ଓ ଅଧିନାୟକ ସଂଜୁ ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ୨୧୪/୨ର ବଡ଼ ସ୍କୋର୍ ଛିଡ଼ା କରିଥିଲା। ଯଶସ୍ବୀ ଜୟସ୍ବାଲ ଓ ବଟଲର ଓପନିଂ ଭାଗୀଦାରିରେ ୫୪ ରନ୍ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। ପଞ୍ଚମ ଓଭରର ଶେଷ ବଲ୍ରେ ଜୟସ୍ବାଲଙ୍କୁ ଜାନସେନ ଆଉଟ୍ କରି ରାଜସ୍ଥାନକୁ ପ୍ରଥମ ଝଟ୍କା ଦେଇଥିଲେ। ଜୟସ୍ବାଲଙ୍କ ଆଉଟ ସତ୍ତ୍ବେ ପାୱାରପ୍ଲେରେ ରାଜସ୍ଥାନ ୧୦ ରନ୍ ରେଟ୍ରେ ୬୧/୧ କରିନେଇଥିଲା। ସାମସନ ଓ ବଟଲର ନିଜ ନିଜର ଅର୍ଦ୍ଧଶତକ ଅର୍ଜନ କରିବା ସହ ୧୯ ଓଭର ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ଘଟିବାକୁ ଦେଇନଥିଲେ। ବଟଲରଙ୍କୁ ୧୯ତମ ଓଭରରେ ଭୁବନେଶ୍ବର କୁମାର ଏଲ୍ବିଡବ୍ଲୁ କରି ଶତକରୁ ବଞ୍ଚିତ ରଖିଥିଲେ। ସେତେବେଳକୁ ଦଳୀୟ ସ୍କୋର୍ ୧୯୨ରେ ପହଞ୍ଚି ଯାଇଥିଲା। ତେବେ ସାମସନ ଓ ସିମ୍ରନ ହେଟମେୟର ୨୨ ରନ୍ ଯୋଡ଼ି ସ୍କୋର୍ ୨୧୪ରେ ପହଞ୍ଚାଇଥିଲେ।

Tags: