ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ଲେ ଅଫରେ ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ୨୦୧ ରନର ବିଶାଳ ଲକ୍ଷ୍ୟକୁ ମୁମ୍ବାଇ ମାତ୍ର ଦୁଇ ଓ୍ବିକେଟ ହରାଇ ୧୮ ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ କାମେରୁନ ଗ୍ରୀନ ମାତ୍ର ୪୭ଟି ବଲରେ ବିସ୍ଫୋରକ ଶତକ ହାସଲ କରିଥିଲେ । ସେହିପରି ରୋହିତ ଶର୍ମା ୫୬ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ବୋଲିଂ […]
ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ୨୦୧ ରନର ବିଶାଳ ଲକ୍ଷ୍ୟକୁ ମୁମ୍ବାଇ ମାତ୍ର ଦୁଇ ଓ୍ବିକେଟ ହରାଇ ୧୮ ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ କାମେରୁନ ଗ୍ରୀନ ମାତ୍ର ୪୭ଟି ବଲରେ ବିସ୍ଫୋରକ ଶତକ ହାସଲ କରିଥିଲେ । ସେହିପରି ରୋହିତ ଶର୍ମା ୫୬ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୦ ରନ କରିଥିଲା । ଦଳର ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ବିଭ୍ରାନ୍ତ ଶର୍ମା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ । ଉଭୟ ଓପନର ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୧୪୦ ରନ କରିଥିଲେ । ମୟଙ୍କ ୮୩ରନ ଓ ବିଭ୍ରାନ୍ତ ୬୯ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ମଧ୍ୟକ୍ରମ ନିରାଶ କରିଥିଲା । ଅଳ୍ପରନ ବ୍ୟବଧାନରେ ବେଶ କେତୋଟି ଓ୍ବିକେଟ ହରାଇବା ଯୋଗୁଁ ଏକ ବଡ଼ ସ୍କୋର ଆଡକୁ ଗତି କରୁଥିବା ହାଇଦ୍ରାବାଦର ରନଗତି ଟିକିଏ ଧିମେଇ ଯାଇଥିଲା । ଅଧିନାୟକ ଏଡେନ ମାରକ୍ରାମ ଶେଷ ବଲରେ ଛକା ମାରିବାରୁ ଦଳୀୟ ସ୍କୋର ୨୦୦ ଛୁଇଁଥିଲା ।




