ସନରାଇଜର୍ସ ହାଇଦ୍ରାବାଦକୁ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

ହାଇଦ୍ରାବାଦ: ଆଇପିଏଲର ପୁଣି ଏକ ରୋମାଞ୍ଚକର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୫ ରନ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। କେକେଆର୍ର ୧୭୧/୯ ସ୍କୋର ଜବାବରେ ହାଇଦ୍ରାବାଦ ୧୬୬/୮ କରିଥିଲା। ଶେଷ ଓଭରରେ ଦଳକୁ ଜିତିବାକୁ ୯ ରନ୍ ଆବଶ୍ୟକ ହେଉଥିଲା। ବରୁଣ ଚକ୍ରବର୍ତ୍ତୀ ମାତ୍ର ୩ ରନ୍ ବ୍ୟୟ କରିଥିଲା ବେଇଳେ ୧ ୱିକେଟ୍ ଅକ୍ତିଆର କରିବାରୁ କେକେଆର୍ ତାହାର ପ୍ରତିଶୋଧ ନେଇପାରିଥିଲା। ପୂର୍ବରୁ ଦୁଇ ଦଳଙ୍କ ମଧ୍ୟରେ ହୋଇଥିବା ମ୍ୟାଚ୍ରେ ହାଇଦ୍ରାବାଦ ୨୩ […]

Samaya Live Picture
Published On

ହାଇଦ୍ରାବାଦ: ଆଇପିଏଲର ପୁଣି ଏକ ରୋମାଞ୍ଚକର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୫ ରନ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। କେକେଆର୍ର ୧୭୧/୯ ସ୍କୋର ଜବାବରେ ହାଇଦ୍ରାବାଦ ୧୬୬/୮ କରିଥିଲା। ଶେଷ ଓଭରରେ ଦଳକୁ ଜିତିବାକୁ ୯ ରନ୍ ଆବଶ୍ୟକ ହେଉଥିଲା। ବରୁଣ ଚକ୍ରବର୍ତ୍ତୀ ମାତ୍ର ୩ ରନ୍ ବ୍ୟୟ କରିଥିଲା ବେଇଳେ ୧ ୱିକେଟ୍ ଅକ୍ତିଆର କରିବାରୁ କେକେଆର୍ ତାହାର ପ୍ରତିଶୋଧ ନେଇପାରିଥିଲା। ପୂର୍ବରୁ ଦୁଇ ଦଳଙ୍କ ମଧ୍ୟରେ ହୋଇଥିବା ମ୍ୟାଚ୍ରେ ହାଇଦ୍ରାବାଦ ୨୩ ରନ୍ରେ ବିଜୟୀ ହୋଇଥିଲା। ଦ୍ବିତୀୟ ମୁହାଁମୁହିଁରେ କେକେଆର୍ ପରି ହାଇଦ୍ରାବାଦ ମଧ୍ୟ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ୫୪ ରନ୍ ମଧ୍ୟରେ ମୟଙ୍କ ଅଗ୍ରୱାଲ, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ହ୍ୟାରି ବ୍ରୁକ୍ ଆଉଟ୍ ହୋଇଯିବାରୁ ଏଦେନ୍ ମାର୍କ୍ରମ ଓ ହେନରିକ କ୍ଲାସେଁ ପଞ୍ଚମ ୱିକେଟ୍ରେ ୭୦ ରନ୍ ଯୋଡ଼ି ଦଳକୁ ସମ୍ଭାଳିଥିଲେ। ଡେଥ୍ ଓଭର ପୂର୍ବରୁ ଉଭୟ ଆଉଟ୍ ହେବାରୁ ମ୍ୟାଚ୍ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଯାଇଥିଲା। ମ୍ୟାଚ୍ ଶେଷ ବଲ୍ ପର୍ଯ୍ୟନ୍ତ ଯାଇଥିଲେ ବି ଶେଷରେ ହାଇଦ୍ରାବାଦ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏଥିପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା କେକେଆର୍ ମ୍ୟାଚ୍ର ଦ୍ବିତୀୟ ଓଭରରେ ରହମନୁଲ୍ଲା ଗୁରବାଜ ଓ ଭେଙ୍କଟେଶ ଆୟରଙ୍କୁ ହରାଇଥିଲା। ପିଚ୍ରେ ଜମି ଆସୁଥିବା ଜାସନ୍ ରୟଙ୍କୁ କାର୍ତ୍ତିକ ତ୍ୟାଗୀ ଆଉଟ୍ କରିଥିଲେ। ପାୱାରପ୍ଲେ ମଧ୍ୟରେ କେକେଆର୍ ୩ ୱିକେଟ୍ ହରାଇସାରିଥିବାରୁ ଅଧିନାୟକ ନୀତୀଶ ଓ ରିଙ୍କୁ ଦଳକୁ ସମ୍ଭାଳିଥିଲେ। ଚତୁର୍ଥ ୱିକେଟ୍ରେ ଏହି ଯୋଡ଼ି ମହତ୍ବପୂର୍ଣ୍ଣ ୬୧ ରନ୍ର ଭାଗୀଦାରି ଗଢ଼ିଥିଲେ। ଦ୍ବାଦଶ ଓଭରରେ ଏଡେନ୍ ମାର୍କ୍ରମ ଏକ ଚମତ୍କାର କଟ୍ ଆଣ୍ଡ ବୋଲ୍ଡ କରି ନୀତୀଶଙ୍କୁ ଆଉଟ୍ କରିବାରୁ ଯୋଡ଼ି ଭାଙ୍ଗିଥିଲା। ରିଙ୍କୁ ଶେଷ ଓଭର ପର୍ଯ୍ୟନ୍ତ ଖେଳିବା ସହ ଅର୍ଦ୍ଧଶତକଠୁ ୪ ରନ୍ ଦୂରରେ ଆଉଟ୍ ହୋଇଥିଲେ।

Tags: