ସନରାଇଜର୍ସ ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ
ହାଇଦ୍ରାବାଦ: ମଙ୍ଗଳବାର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହାଫଳରେ ପଞ୍ଚମ ମ୍ୟାଚ୍ରୁ ମୁମ୍ବାଇ ଲଗାତାର ତୃତୀୟ ବିଜୟ ପାଇ ଷଷ୍ଠ ସ୍ଥାନକୁ ଉଠିଛି। ୧୯୪ ରନ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ପାୱାର ପ୍ଲେ ୬ ଓଭରରେ ଘରୋଇ ଦଳ ୨ ୱିକେଟ୍ ହରାଇ ୪୨ ରନ୍ କରିଥିଲା। ଗତ ମ୍ୟାଚ୍ରେ ଶତକ ହାସଲ କରିଥିବା ହାରି ବ୍ରୁକ୍ ମାତ୍ର ୯ ରନ୍ […]
ହାଇଦ୍ରାବାଦ: ମଙ୍ଗଳବାର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହାଫଳରେ ପଞ୍ଚମ ମ୍ୟାଚ୍ରୁ ମୁମ୍ବାଇ ଲଗାତାର ତୃତୀୟ ବିଜୟ ପାଇ ଷଷ୍ଠ ସ୍ଥାନକୁ ଉଠିଛି। ୧୯୪ ରନ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ପାୱାର ପ୍ଲେ ୬ ଓଭରରେ ଘରୋଇ ଦଳ ୨ ୱିକେଟ୍ ହରାଇ ୪୨ ରନ୍ କରିଥିଲା। ଗତ ମ୍ୟାଚ୍ରେ ଶତକ ହାସଲ କରିଥିବା ହାରି ବ୍ରୁକ୍ ମାତ୍ର ୯ ରନ୍ କରିପାରିଥିଲେ। ରାହୁଲ ତ୍ରିପାଠୀଙ୍କୁ ବେହେରନ୍ଡର୍ଫ ଦ୍ବିତୀୟ ଶିକାର କରିବା ପରେ ଗ୍ରିନ୍ ଅଧିନାୟକ ମାରକ୍ରମଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ହାଇଦ୍ରାବାଦ ୧୨୭/୫ରେ ସଂଘର୍ଷ କରୁଥିବା ବେଳେ ମୟଙ୍କ ଅଗ୍ରୱାଲ୍ ୧୧୭.୦୭ ଷ୍ଟ୍ରାଇକ ରେଟରେ ଖେଳି (୪୧ ବଲ୍ରୁ ୪୮ ରନ୍) ଆଉଟ୍ ହୋଇଯିବା ଦଳର ଚିନ୍ତା ବଢ଼ାଇଥିଲା। ହେନରିକ କ୍ଲାସେଁ ଗୋଟିଏ ଓଭରରେ ପୀୟୂଷ ଚାୱାଲାଙ୍କୁ ଲଗାତାର ୪ ବାଉଣ୍ଡରି (୪,୬,୬,୪) ମାରିଥିଲେ ମଧ୍ୟ ପରବର୍ତୀ ବଲ୍ରେ ଆଉଟ୍ ହୋଇଯାଇଥିଲେ। ଶେଷ ଓଭରରୁ ୨୦ ରନ୍ ଆବଶ୍ୟକ ପଡ଼ିଥିବା ବେଳେ ଅର୍ଜୁନ ତେନ୍ଦୁଲକର ମାତ୍ର ୪ ରନ୍ ଦେଇ ଭୁବନେଶ୍ବର କୁମାରଙ୍କୁ ନିଜ ପ୍ରଥମ ଆଇପିଏଲ୍ ଶିକାର କରିବା ସହ ମ୍ୟାଚ୍ ଶେଷ କରିଥିଲେ।
ଏଥିପୂର୍ବରୁ କାମେରନ୍ ଗ୍ରିନ୍, ତିଳକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯୨ ରନ୍ର ସ୍କୋର୍ କରିଥିଲା। ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ ଈଶାନ କିଶନ ୪.୪ ଓଭରରେ ୪୧ ରନ୍ ଆଦାୟ କରିବା ପରେ ଯୋଡ଼ି ଭାଙ୍ଗିଥିଲା। ରୋହିତ (୧୮ ବଲ୍ରୁ ୨୮ ରନ୍, ୬ ଚୌକା)ଙ୍କୁ ନଟରାଜନ ଆଉଟ୍ କରି ପ୍ରଥମ ଝଟକା ଦେଇଥିଲେ। ଈଶାନ କିଶନ କିଛି ଆକର୍ଷଣୀୟ ସଟ୍ ଖେଳି ୩୧ ବଲ୍ରୁ ୩୮ ରନ୍ (୩ ଚୌକା, ୨ ଛକା) କରିବା ପରେ ମାର୍କୋ ଜାନସେନଙ୍କ ଶିକାର ହୋଇଥିଲେ। କାମେରନ୍ ଗ୍ରିନ୍ ଏବଂ ତିଳକ ବର୍ମା କିନ୍ତୁ ବିଗିଡିଯାଉଥିବା ମୁମ୍ବାଇର ବ୍ୟାଟିଂ ଲୟକୁ ସମ୍ଭାଳିଥିଲେ। ଉଭୟ ଶେଷ ଭାଗରେ ବଢ଼ିଆ ବ୍ୟାଟିଂ କରିବାରୁ ମୁମ୍ବାଇ ଶେଷ ୬ ଓଭରରୁ ୮୯ ରନ୍ ଯୋଡ଼ିଥିଲା। ଗ୍ରିନ୍ ମାତ୍ର ୩୩ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଗ୍ରିନ୍ ୬୪ ଓ ବର୍ମାଙ୍କ ୩୭ ରନ୍ କରିଥିଲେ।




