ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ଦ୍ବିତୀୟ ବିଜୟ

ଲକ୍ଷ୍ନୌ: ଚଳିତ ଆଇପିଏଲ୍ ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଚଳିତ ୧୨୧/୮ ସ୍କୋର କରିଥିଲା ବେଳେ ଏହାକୁ ଘରୋଇ ଦଳ ୧୬ ଓଭରରେ ହାସଲ କରିଥିଲା। ଟସ୍ ଜିତି ହାଇଦ୍ରାବାଦ ବ୍ୟାଟିଂ ନେଇଥିଲେ ବି ଆରମ୍ଭରୁ ସ୍ପିନ୍ ଜାଲରେ ଫସିଯାଇଥିଲା। ତୃତୀୟ ଓଭରରେ କୃନାଲ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ୍ଙ୍କୁ ଆଉଟ୍ ଦଳକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଯଦିଓ ଏହାପରେ ଅନମୋଲପ୍ରୀତ ସିଂହ ଓ ରାହୁଲ ତ୍ରିପାଠୀ ପାୱାରପ୍ଲେ ପର୍ଯ୍ୟନ୍ତ ଲକ୍ଷ୍ନୌକୁ […]

Samaya Live Picture
Published On

ଲକ୍ଷ୍ନୌ: ଚଳିତ ଆଇପିଏଲ୍ ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଚଳିତ ୧୨୧/୮ ସ୍କୋର କରିଥିଲା ବେଳେ ଏହାକୁ ଘରୋଇ ଦଳ ୧୬ ଓଭରରେ ହାସଲ କରିଥିଲା। ଟସ୍ ଜିତି ହାଇଦ୍ରାବାଦ ବ୍ୟାଟିଂ ନେଇଥିଲେ ବି ଆରମ୍ଭରୁ ସ୍ପିନ୍ ଜାଲରେ ଫସିଯାଇଥିଲା। ତୃତୀୟ ଓଭରରେ କୃନାଲ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ୍ଙ୍କୁ ଆଉଟ୍ ଦଳକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଯଦିଓ ଏହାପରେ ଅନମୋଲପ୍ରୀତ ସିଂହ ଓ ରାହୁଲ ତ୍ରିପାଠୀ ପାୱାରପ୍ଲେ ପର୍ଯ୍ୟନ୍ତ ଲକ୍ଷ୍ନୌକୁ ଆଉ ସୁଯୋଗ ଦେଇନଥିଲେ, କିନ୍ତୁ ଅଷ୍ଟମ ଓଭରର ଶେଷ ଦୁଇ ବଲ୍ରେ ପାଣ୍ଡ୍ୟା ପୁଣି ଦୁଇଟି ୱିକେଟ୍ ଖସାଇଦେଇଥିଲେ। ଅନମୋଲପ୍ରୀତ୍ଙ୍କୁ ପ୍ରଥମେ ଏଲ୍ବିଡବ୍ଲୁ କରିବା ପରେ ଏଡେନ୍ ମାରକ୍ରମଙ୍କୁ ବୋଲ୍ଡ କରି ପାଣ୍ଡ୍ୟା ଲଗାତାର ସଫଳତା ପାଇଥିଲେ। ହ୍ୟାରି ବ୍ରୁକ୍ଙ୍କୁ ରବି ବିଷ୍ଣୋଇ ଶିକାର କରିଥିଲେ। ଲକ୍ଷ୍ନୌର ୩ ସ୍ପିନର ପାଣ୍ଡ୍ୟା, ରବି ଓ ଅମିତ ମିଶ୍ରା ମିଳିତ ଭାବେ ୬ ୱିକେଟ୍ ଅକ୍ତିଆର କରିଥିଲେ। ଜବାବ ରେ ଲକ୍ଷ୍ନୌ ପାଇଁ ମାୟର୍ସ ଓ ରାହୁଲ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ମାୟର୍ସ ଆଉଟ୍ ହେବା ପରେ ତୃତୀୟ ୱିକେଟ୍ରେ କୃନାଲ ଓ ରାହୁଲ ୫୫ ରନ୍ ଉଠାଇବା ସହ ସ୍କୋର୍ ୧୦୦ରେ ପହଞ୍ଚାଇଥିଲେ। ଶେଷରେ ମାର୍କସ ଷ୍ଟୋଇନିସ୍ ଓ ନିକୋଲାସ ପୂରନ ଆଉ ୱିକେଟ୍ ନହରାଇ ମ୍ୟାଚ୍ ଜିତାଇଥିଲେ।

Tags: