ସନରାଇଜର୍ସ ହାଇଦ୍ରାବଦକୁ ହରାଇ ଆଇପିଏଲ୍ ଫାଇନାଲରେ କେକେଆର୍
ଅହମଦାବାଦ: ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍ରେ ପରାସ୍ତ କରି କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଚଳିତ ଆଇପିଏଲ୍ର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯିବାକୁ ଥିବା ରାଜସ୍ଥାନ ରୟାଲ୍ସ-ରୟାଲ୍ ଚ୍ୟାଲଞ୍ଜର୍ସ ବେଙ୍ଗାଲୁରୁ ମୁକାବିଲାର ବିଜୟୀ ଦଳ ସହ ଶୁକ୍ରବାର ହାଇଦ୍ରାବାଦ କ୍ବାଲିଫାୟର-୨ରେ ଖେଳିବ। ଫାଇନାଲ୍ ରବିବାର ଖେଳାଯିବ। ରହମାନୁଲ୍ଲା ଗୁରବାଜ୍ (୨୩) ଓ ସୁନୀଲ ନାରାୟଣ (୨୧) ଶୀଘ୍ର ଆଉଟ୍ ହୋଇଯିବାରୁ ଶ୍ରେୟସ ଆୟର୍ (୨୪ ବଲ୍ରୁ ୫୮* ରନ୍, ୫ ଚୌକା, ୪ ଚୌକା) ଓ […]
ଅହମଦାବାଦ: ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍ରେ ପରାସ୍ତ କରି କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଚଳିତ ଆଇପିଏଲ୍ର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯିବାକୁ ଥିବା ରାଜସ୍ଥାନ ରୟାଲ୍ସ-ରୟାଲ୍ ଚ୍ୟାଲଞ୍ଜର୍ସ ବେଙ୍ଗାଲୁରୁ ମୁକାବିଲାର ବିଜୟୀ ଦଳ ସହ ଶୁକ୍ରବାର ହାଇଦ୍ରାବାଦ କ୍ବାଲିଫାୟର-୨ରେ ଖେଳିବ। ଫାଇନାଲ୍ ରବିବାର ଖେଳାଯିବ। ରହମାନୁଲ୍ଲା ଗୁରବାଜ୍ (୨୩) ଓ ସୁନୀଲ ନାରାୟଣ (୨୧) ଶୀଘ୍ର ଆଉଟ୍ ହୋଇଯିବାରୁ ଶ୍ରେୟସ ଆୟର୍ (୨୪ ବଲ୍ରୁ ୫୮* ରନ୍, ୫ ଚୌକା, ୪ ଚୌକା) ଓ ଭେଙ୍କଟେଶ ଆୟର (୨୮ ବଲ୍ରୁ ୫୧* ରନ୍, ୫ ଚୌକା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ କରିବାରୁ କେକେଆର୍ ୩୮ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା।
ଏଥିପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ସନ୍ରାଇଜର୍ସ ହାଇଦ୍ରାବାଦ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଓପନର ଟ୍ରାଭିସ୍ ହେଡ୍ ଲଗାତାର ଦ୍ବିତୀୟ ମ୍ୟାଚରେ ଖାତା ଖୋଲିପାରି ନଥିବା ବେଳେ ଅଭିଷେକ ଶର୍ମା (୩), ନୀତୀଶ କୁମାର ରେଡ୍ଡୀ (୯) ପୂରା ବିଫଳ ହୋଇଥିଲେ। କେକେଆର୍ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ହାଇଦ୍ରାବଦ୍ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ହାଇଦ୍ରାବାଦ ୩୯ ରନ୍ରେ ୪ ୱିକେଟ୍ ହରାଇ ସଂଘର୍ଷ କରୁଥିବାରୁ ରାହୁଲ ତ୍ରିପାଠୀ ଓ ହେନରିକ୍ କ୍ଲାସେଁ ମ୍ୟାଚ୍କୁ ନିୟନ୍ତ୍ରଣକୁ ଆଣିଥିଲେ। କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଏହି ଯୋଡ଼ି ଭାଙ୍ଗିଥିଲେ। ଅବଦୁଲ ସମଦଙ୍କ ସହ ଭୁଲ୍ ବୁଝାମଣାର ଡାକ ଯୋଗୁଁ ରାହୁଲ୍ ରନ୍ଆଉଟ୍ ହୋଇଯାଇଥିଲେ। ଶେଷ ଆଡ଼କୁ ଅଧିନାୟକ ପ୍ୟାଟ୍ କମିନ୍ସ ୨୪ ବଲ୍ରୁ ୩୨ ରନ୍ର ପାଳି ଖେଳିବାରୁ ହାଇଦ୍ରାବାଦ ୧୫୯ ରନ୍ କରିପାରିଥିଲା।




