ସନରାଇଜର୍ସ ହଇଦ୍ରାବାଦକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ୍କୁ ୭ ରନ୍ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ଦିଲ୍ଲୀ କ୍ୟାପିଟାଲ୍ସର ୧୪୫ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ସନରାଇଜର୍ସ ହାଇଦ୍ରାବାଦ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଷଷ୍ଠ ଓଭରରେ ଆନରିଚ ନର୍ଖିୟା ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିଲେ। ହ୍ୟାରି ବ୍ରୁକ୍ (୭)ଙ୍କ ୱିକେଟ୍ ଯିବା ପରେ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ରକ୍ଷଣାତ୍ମକ ଖେଳି ୧୧ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। କେବଳ ମୟଙ୍କ […]

Samaya Live Picture
Published On

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ୍କୁ ୭ ରନ୍ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ଦିଲ୍ଲୀ କ୍ୟାପିଟାଲ୍ସର ୧୪୫ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ସନରାଇଜର୍ସ ହାଇଦ୍ରାବାଦ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଷଷ୍ଠ ଓଭରରେ ଆନରିଚ ନର୍ଖିୟା ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିଲେ। ହ୍ୟାରି ବ୍ରୁକ୍ (୭)ଙ୍କ ୱିକେଟ୍ ଯିବା ପରେ ମୟଙ୍କ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀ ରକ୍ଷଣାତ୍ମକ ଖେଳି ୧୧ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। କେବଳ ମୟଙ୍କ ଗୋଟିଏ ପଟରୁ ସାମୟିକ ଚୌକା ମାରି ବ୍ୟକ୍ତିଗତ ରନ୍ ବଢାଇଥିଲେ ବି ରାହୁଲଙ୍କ ବ୍ୟାଟ୍ ଶାନ୍ତ ହୋଇଯାରଉଥିଲା। ୧୨ ଓ ୧୩ ଓଭରରେ ଉଭୟ ପଛକୁ ପଛ ଆଉଟ୍ ହୋଇଯିବା ପରେ ଅଭିଷେକ ଶର୍ମା ଓ ଏଦେନ୍ ମାରକ୍ରମ ଏକ ଅଙ୍କ ରନ୍ରେ ସଅଳ ଆଉଟ୍ ହୋଇଯାଇଥିଲେ। ହେନରିକ କ୍ଲାସେଁ ଓ ୱାସିଂଟନ୍ ସୁନ୍ଦରଙ୍କ ଯୋଡ଼ି ଦଳକୁ ବିଜୟ ଆଶା ଦେଇଥିଲା। ଶେଷ ୫ ଓଭରରେ ୫୬ ରନ୍ ଆବଶ୍ୟକ ହେଉଥିଲା ବେଳେ ଏହି ଯୋଡ଼ି ଷଷ୍ଠ ୱିକେଟ୍ରେ ୨୬ ବଲ୍ରୁ ୪୧ ରନ୍ ଉଠାଇଥିଲେ। ୯ ବଲ୍ ପୂର୍ବରୁ କ୍ଲାସେଁ ଆଉଟ୍ ହୋଇଯିବାରୁ ୱାସିଂଟନ୍ ଶେଷ ବଲ୍ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। ଶେଷ ଓଭରରେ ୧୩ ରନ୍ ଆବଶ୍ୟକ ହେଉଥିଲା ବେଳେ ମୁକେଶ କୁମାର ମାତ୍ର ୫ ରନ୍ ବ୍ୟୟ କରିବାରୁ ଦିଲ୍ଲୀ ଦ୍ବିତୀୟ ବିଜୟ ପାଇଥିଲା। ପୂର୍ବରୁ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଦିଲ୍ଲୀ ବ୍ୟାଟରଙ୍କ ବ୍ୟାଟିଂ ବିଫଳତା ପୁଣି ଜାରି ରହିଥିଲା ବେଳେ ଅକ୍ଷର ପଟେଲ ଓ ମନୀଷ ପାଣ୍ଡେଙ୍କ ୩୪ ରନ୍ ଲେଖାଏଁ ରକ୍ଷଣାତ୍ମକ ପାଳି ଯୋଗୁଁ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚିପାରିଥିଲା। ପ୍ରଥମ ଥର ପାଇଁ ଦିଲ୍ଲୀ ଟସ୍ ଜିତି ବ୍ୟାଟିଂ ନେଇଥିଲେ ବି ପ୍ରଥମ ଓଭରରେ ଫିଲ୍ ସଲ୍ଟ ଖାତା ଖୋଲିବା ଆଗରୁ ଆଉଟ୍ ହୋଇଥିଲେ। ଦ୍ରୁତ ଖେଳିବାକୁ ଯାଇ ମିଚେଲ୍ ମାର୍ସ (୨୫) ମଧ୍ୟ ପାୱାର ପ୍ଲେ ଭିତରେ ନିଜ ୱିକେଟ୍ ହରାଇଥିଲେ। ଅଷ୍ଟମ ଓଭରରେ ୱାସିଂଟନ୍ ସୁନ୍ଦର ୩ ୱିକେଟ୍ ନେଇ ଦିଲ୍ଲୀକୁ ପୁଣି ଥରେ ଚାପରେ ରଖିଥିଲେ। ଓଭରର ଦ୍ବିତୀୟ, ଚତୁର୍ଥ ଓ ଷଷ୍ଠ ବଲ୍ରେ ଡେଭିଡ୍ ୱାର୍ଣ୍ଣର (୨୧), ସର୍ଫରାଜ ଖାନ୍ (୧୦) ଓ ଅମନ ହାକିମ ଖାନ୍ (୪)ଙ୍କୁ ସୁନ୍ଦର ଆଉଟ୍ କରିଥିଲେ। ମନୀଷ ଓ ଶିଖର ପୁଣି ଥରେ ଦିଲ୍ଲୀ ମଧ୍ୟକ୍ରମ ସମ୍ଭାଳିବା ସହ ଷଷ୍ଠ ୱିକେଟ୍ରେ ମହତ୍ବପୂର୍ଣ୍ଣ ୬୯ ରନ୍ ଯୋଡ଼ି ଦଳର ସମ୍ମାନ ରକ୍ଷା କରିଥିଲେ।

Tags: