ସନତ ଜୟସୂରିଆ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଓ ମୁଖ୍ୟ ଚୟନକର୍ତ୍ତା ସନତ ଜୟସୂରିଆ ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଶ୍ରୀଲଙ୍କା ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା ହେବା ପରେ ମୁଖ୍ୟ ପ୍ରଶିକ୍ଷକ କ୍ରିସ୍‌ ସିଲଭର୍‌ଉଡ୍‌ ପଦ ଛାଡ଼ିଥିଲେ। ୫୫ ବର୍ଷୀୟ ଜୟସୂରିଆ ଚଳିତ ମାସରେ ହେବାକୁ ଥିବା ଭାରତ ବିପକ୍ଷ ଘରୋଇ ଧଳା ବଲ୍‌ ଶୃଙ୍ଖଳା ଏବଂ ଅଗଷ୍ଟରେ ଇଂଲଣ୍ଡ ଗସ୍ତ ଲାଗି ଏହି ଦାୟିତ୍ବରେ ରହିବେ। ଶ୍ରୀଲଙ୍କାରେ ଭାରତ […]

Samaya Live Picture
Published On

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଓ ମୁଖ୍ୟ ଚୟନକର୍ତ୍ତା ସନତ ଜୟସୂରିଆ ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଶ୍ରୀଲଙ୍କା ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା ହେବା ପରେ ମୁଖ୍ୟ ପ୍ରଶିକ୍ଷକ କ୍ରିସ୍‌ ସିଲଭର୍‌ଉଡ୍‌ ପଦ ଛାଡ଼ିଥିଲେ। ୫୫ ବର୍ଷୀୟ ଜୟସୂରିଆ ଚଳିତ ମାସରେ ହେବାକୁ ଥିବା ଭାରତ ବିପକ୍ଷ ଘରୋଇ ଧଳା ବଲ୍‌ ଶୃଙ୍ଖଳା ଏବଂ ଅଗଷ୍ଟରେ ଇଂଲଣ୍ଡ ଗସ୍ତ ଲାଗି ଏହି ଦାୟିତ୍ବରେ ରହିବେ। ଶ୍ରୀଲଙ୍କାରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ଚଳିତ ମାସ ଜୁଲାଇ ୨୭ରୁ ଆରମ୍ଭ ହେବ। ଜୟସୂରିଆ ଜୁଲାଇ ୨୧ରେ ଟ୍ବେଣ୍ଟି-୨୦ ଲଙ୍କା ପ୍ରିମିୟର ଲିଗ୍‌ ଶେଷ ହେବା ପରେ ଦଳର ଦାୟିତ୍ବ ନେବେ। ଜୟସୂରିଆ ୫୮୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୪୨ ଶତକ ଅର୍ଜନ କରିଥିଲା ବେଳେ ୪୪୦ ୱିକେଟ୍‌ ନେଇଛନ୍ତି। ୨୦୧୧ରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ।

Tags: