ସଚିନ, ଡି’ଭିଲିୟର୍ସଙ୍କୁ ପଛରେ ପକାଇ ବିଶ୍ବକପରେ ଦ୍ରୁତ ୧୦୦୦ ରନ୍ କଲେ ୱାର୍ଣ୍ଣର

ଚେନ୍ନାଇ: ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ୱାର୍ଣ୍ଣର ବିଶ୍ବକପ୍ରେ ୧୦୦୦ ରନ୍ ପୂର୍ଣ୍ଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ସେ ମାତ୍ର ୧୯ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ପୂର୍ବରୁ ଏହି ରେକର୍ଡ ଯୁଗ୍ମଭାବେ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ଏବଂ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ନାମରେ ଥିଲା। ଉଭୟ ମିଳିତ ଭାବେ ୨୦ ପାଳି ଲେଖାଏଁ ଖେଳି ରେକର୍ଡକୁ ନିଜ ନାମରେ ରଖିଥିଲେ। ୱାର୍ଣ୍ଣର ୨୦୧୫, ୨୦୧୯ ପରେ ଏବେ ତୃତୀୟ ତଥା ଶେଷ ବିଶ୍ବକପ୍ […]

Samaya Live Picture
Published On

ଚେନ୍ନାଇ: ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ୱାର୍ଣ୍ଣର ବିଶ୍ବକପ୍ରେ ୧୦୦୦ ରନ୍ ପୂର୍ଣ୍ଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ସେ ମାତ୍ର ୧୯ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ପୂର୍ବରୁ ଏହି ରେକର୍ଡ ଯୁଗ୍ମଭାବେ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ଏବଂ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ନାମରେ ଥିଲା। ଉଭୟ ମିଳିତ ଭାବେ ୨୦ ପାଳି ଲେଖାଏଁ ଖେଳି ରେକର୍ଡକୁ ନିଜ ନାମରେ ରଖିଥିଲେ। ୱାର୍ଣ୍ଣର ୨୦୧୫, ୨୦୧୯ ପରେ ଏବେ ତୃତୀୟ ତଥା ଶେଷ ବିଶ୍ବକପ୍ ଖେଳୁଛନ୍ତି। ସଚିନ ମୋଟ ୬ଟି ସଂସ୍କରଣ ଖେଳିଥିବା ବେଳେ ଡି’ଭିଲିୟର୍ସ ତିନିଟି ବିଶ୍ବକପ୍ ଖେଳିଥିଲେ। ସୌରଭ ଗାଙ୍ଗୁଲି ତିନିଟି ବିଶ୍ବକପ୍ର ୨୧ ପାଳିରୁ, ଭିଭିଆନ୍ ରିଚାର୍ଡସ ଚାରିଟି ବିଶ୍ବକପ୍ର ୨୧ ପାଳିରୁ ଏବଂ ମାର୍କ ୱ’ ତିନିଟି ବିଶ୍ବକପ୍ର ୨୨ ପାଳିରୁ ୧୦୦୦ ରନ୍ ପୂର୍ଣ୍ଣ କରି ପରବର୍ତ୍ତୀ ୩ ସ୍ଥାନରେ ରହିଛନ୍ତି।

Tags: