ସଚିନ, କୋହଲିଙ୍କୁ ପଛରେ ପକାଇ ବିରଳ ମାଇଲଖୁଣ୍ଟରେ ପହଞ୍ଚିଲେ ରୁଟ୍

ବର୍ମିଂହାମ୍: ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍ ଶୃଙ୍ଖଳାରେ ଏକ ବିରଳ ମାଇଲ୍ଖୁଣ୍ଟ ଟପିଛନ୍ତି। ପ୍ରଥମ ପାଳିରେ ଶତକ (୧୧୮) ଅର୍ଜନ କରିଥିବା ରୁଟ୍ ସୋମବାର ୪୬ ରନ୍ କରିଥିଲା ବେଳେ ନାଥନ୍ ଲାୟନଙ୍କ ବଲ୍ରେ ଆଲେକ୍ସ କ୍ୟାରିଙ୍କ ଦ୍ବାରା ଷ୍ଟମ୍ପିଂ ହୋଇଥିଲେ। ୧୩୧ ଟେଷ୍ଟ ମ୍ୟାଚ୍ରେ ରୁଟ୍ ପ୍ରଥମ ଥର ଷ୍ଟମ୍ପ୍ ଆଉଟ୍ ହୋଇଛନ୍ତି। ଏଭଳି ଆଉଟ୍ ହେବା ପରେ ରୁଟ୍ ଭାରତୀୟ କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକର ଓ […]

Samaya Live Picture
Published On

ବର୍ମିଂହାମ୍: ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍ ଶୃଙ୍ଖଳାରେ ଏକ ବିରଳ ମାଇଲ୍ଖୁଣ୍ଟ ଟପିଛନ୍ତି। ପ୍ରଥମ ପାଳିରେ ଶତକ (୧୧୮) ଅର୍ଜନ କରିଥିବା ରୁଟ୍ ସୋମବାର ୪୬ ରନ୍ କରିଥିଲା ବେଳେ ନାଥନ୍ ଲାୟନଙ୍କ ବଲ୍ରେ ଆଲେକ୍ସ କ୍ୟାରିଙ୍କ ଦ୍ବାରା ଷ୍ଟମ୍ପିଂ ହୋଇଥିଲେ। ୧୩୧ ଟେଷ୍ଟ ମ୍ୟାଚ୍ରେ ରୁଟ୍ ପ୍ରଥମ ଥର ଷ୍ଟମ୍ପ୍ ଆଉଟ୍ ହୋଇଛନ୍ତି। ଏଭଳି ଆଉଟ୍ ହେବା ପରେ ରୁଟ୍ ଭାରତୀୟ କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ଟପି ଯାଇଛନ୍ତି। ରୁଟ୍ ଷ୍ଟମ୍ପିଂ ହେବା ପୂର୍ବରୁ ୧୧,୧୬୮ ଟେଷ୍ଟ ରନ୍ ସଂଗ୍ରହ କରିଥିଲେ। ଏହାଫଳରେ ଅଧିକ ରନ୍ କରିବା ପରେ ପ୍ରଥମ ଥର ଷ୍ଟମ୍ପ୍ ଆଉଟ୍ ହେବାରେ ସେ ଦ୍ବିତୀୟ ବ୍ୟାଟର ହୋଇଯାଇଛନ୍ତି। ଏହି ତାଲିକାରେ ୱେଷ୍ଟଇଣ୍ଡିଜ୍ର ଶିବନାରାୟଣ ଚନ୍ଦ୍ରପଲ୍ (୧୧,୪୧୪ ରନ୍) ପ୍ରଥମ ସ୍ଥାନରେ ଥିଲା ବେଳେ ଗ୍ରେମ୍ ସ୍ମିଥ୍ (୮,୮୦୦ ରନ୍) ତୃତୀୟ, ବିରାଟ କୋହଲି (୮,୧୯୫ ରନ୍) ଚତୁର୍ଥ ଏବଂ ସଚିନ ତେନ୍ଦୁଲକର (୭,୪୧୯ ରନ୍) ପଞ୍ଚମ ସ୍ଥାନରେ ରହିଛନ୍ତି।

Tags: