ସଚିନଙ୍କ ୪୯ ଶତକର ସମକକ୍ଷ ହେଲେ କୋହଲି
କୋଲକାତା,: ଆନ୍ତର୍ଜାତିକ ଦିନିକିଆ ଶତକରେ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ଏବେ ତାଙ୍କ ଶତକ ସଂଖ୍ୟା ୪୯ରେ ପହଞ୍ଚିଛି। ଇଡେନ ଗାର୍ଡେନ୍ସରେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ କୋହଲି ଏହି ମାଇଲ୍ଖୁଣ୍ଟରେ ପହଞ୍ଚିଥିଲେ। ଏଥିସହିତ ଦିନିକିଆ କ୍ରିକେଟ୍ରେ ୫୦ କିମ୍ବା ଏହାଠୁ ଊର୍ଦ୍ଧ୍ବ ରନ୍ କରିବାରେ କୋହଲି (୧୧୯) ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୧୧୮)ଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ସଚିନ (୧୪୫) ଶୀର୍ଷ ସ୍ଥାନ ସୁରକ୍ଷିତ ରଖିଛନ୍ତି। ସେହିପରି […]
କୋଲକାତା,: ଆନ୍ତର୍ଜାତିକ ଦିନିକିଆ ଶତକରେ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ଏବେ ତାଙ୍କ ଶତକ ସଂଖ୍ୟା ୪୯ରେ ପହଞ୍ଚିଛି। ଇଡେନ ଗାର୍ଡେନ୍ସରେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ କୋହଲି ଏହି ମାଇଲ୍ଖୁଣ୍ଟରେ ପହଞ୍ଚିଥିଲେ। ଏଥିସହିତ ଦିନିକିଆ କ୍ରିକେଟ୍ରେ ୫୦ କିମ୍ବା ଏହାଠୁ ଊର୍ଦ୍ଧ୍ବ ରନ୍ କରିବାରେ କୋହଲି (୧୧୯) ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୧୧୮)ଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ସଚିନ (୧୪୫) ଶୀର୍ଷ ସ୍ଥାନ ସୁରକ୍ଷିତ ରଖିଛନ୍ତି।
ସେହିପରି ପୁରୁଷ ଦିନିକିଆ ବିଶ୍ବକପ୍ ଇତିହାସରେ କୋହଲି ତୃତୀୟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। କୋହଲି ୩୪ଟି ବିଶ୍ବକପ୍ ମ୍ୟାଚ୍ରୁ ୧୫୭୩ ରନ୍ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର (୨୨୭୮) ଓ ରିକି ପଣ୍ଟିଂ (୧୭୪୩) ତାଙ୍କ ଉପରେ ଅଛନ୍ତି। ଏଥିସହିତ ସେ ଚତୁର୍ଥ ବ୍ୟାଟର୍ ଭାବେ ଦିନିକିଆ ବିଶ୍ବକପ୍ରେ ୧୫୦୦ରୁ ଊର୍ଦ୍ଧ୍ବ ସ୍କୋର କରିଛନ୍ତି। କୁମାର ସାଙ୍ଗାକାରା (୧୫୩୨) ଅନ୍ୟତମ ବ୍ୟାଟର୍ ଭାବେ ଏହି ମାଇଲ୍ଖୁଣ୍ଟ ପାର୍ କରିଛନ୍ତି।
ଅପରପକ୍ଷେ କୌଣସି ଦିନିକିଆ ବିଶ୍ବକପ୍ ସଂସ୍କରଣରେ ୫୦୦ରୁ ଅଧିକ ରନ୍ କରିବାରେ କୋହଲି ୧୭ତମ ବ୍ୟାଟର୍ ହୋଇଛନ୍ତି। ଚଳିତ ବିଶ୍ବକପ୍ରେ ସେ ତୃତୀୟ ବ୍ୟାଟର୍ ଭାବେ ୫୦୦+ ରନ୍ କରିଛନ୍ତି। ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି’କକ୍ ଓ ନ୍ୟୁଜିଲାଣ୍ଡର ରାଚିନ ରବୀନ୍ଦ୍ର ଏହି ତାଲିକାର ଆଗରେ ଅଛନ୍ତି। ଏଥିସହ ଭାରତରେ ଦିନିକିଆ କ୍ରିକେଟ୍ରେ କୋହଲି ୬ ହଜାର ଆନ୍ତର୍ଜାତିକ ରନ୍ ପୂରଣ କରିଛନ୍ତି। ଘରୋଇ ପରିବେଶରେ ୬ ହଜାର ରନ୍ ପୂରଣ କରିବାରେ ସଚିନ ତେନ୍ଦୁଲକର ସର୍ବାଗ୍ରେ ଅଛନ୍ତି। ସଚିନ ୧୬୦ ପାଳିରୁ ୪୮.୧୧ ହାରରେ ୬୯୭୪ ରନ୍ ସଂଗ୍ରହ କରିଥିଲେ। କୋହଲି ୧୧୯ ପାଳିରୁ ଏହି ମାଇଖୁଣ୍ଟ ଛୁଇଁଛନ୍ତି।




