ଷ୍ଟ୍ରାଟୋସ୍ପିଅରରେ ଦିନିକିଆ ବିଶ୍ବକପ୍ ଟ୍ରଫିର ପ୍ରଥମ ଭ୍ରମଣ
ଦୁବାଇ: ଭାରତରେ ହେବାକୁ ଥିବା ଆଇସିସି ପୁରୁଷ କ୍ରିକେଟ୍ ବିଶ୍ବକପ୍ ପାଇଁ ଟ୍ରଫି ବିଭିନ୍ନ ଦେଶ ପରିକ୍ରମା କରିବ। ତେବେ ଏଥିପୂର୍ବରୁ ଟ୍ରଫିର ପ୍ରଥମ ଗସ୍ତ ମହାକାଶକୁ ହୋଇଥିଲା। ମହାକାଶର ଷ୍ଟ୍ରାଟୋସ୍ପିଅରରେ ବିଶ୍ବକପ୍ ଟ୍ରଫିକୁ ପ୍ରଦର୍ଶନ କରାଯାଇଥିଲା। ଟ୍ରଫିକୁ ପ୍ରଥମେ ଏକ ବେସ୍ପୋକ ଷ୍ଟ୍ରାଟୋସ୍ଫେରିକ୍ ବେଲୁନ୍ରେ ବନ୍ଧାଯାଇ ମହାକାଶକୁ ପଠାଯାଇଥିଲା। ସମୁଦ୍ର ପତନଠୁ ୧୨୦, ୦୦୦ ଫୁଟ ଉଚ୍ଚରେ ଥିବା ମହାକାଶର ୪ ସ୍ତର ମଧ୍ୟରୁ ଦ୍ବିତୀୟ ସ୍ତରରେ ଟ୍ରଫି ପହଞ୍ଚିବା ପରେ ସେଠାରୁ ସିଧାସଳଖ ଅହମଦାବାଦର […]
ଦୁବାଇ: ଭାରତରେ ହେବାକୁ ଥିବା ଆଇସିସି ପୁରୁଷ କ୍ରିକେଟ୍ ବିଶ୍ବକପ୍ ପାଇଁ ଟ୍ରଫି ବିଭିନ୍ନ ଦେଶ ପରିକ୍ରମା କରିବ। ତେବେ ଏଥିପୂର୍ବରୁ ଟ୍ରଫିର ପ୍ରଥମ ଗସ୍ତ ମହାକାଶକୁ ହୋଇଥିଲା। ମହାକାଶର ଷ୍ଟ୍ରାଟୋସ୍ପିଅରରେ ବିଶ୍ବକପ୍ ଟ୍ରଫିକୁ ପ୍ରଦର୍ଶନ କରାଯାଇଥିଲା। ଟ୍ରଫିକୁ ପ୍ରଥମେ ଏକ ବେସ୍ପୋକ ଷ୍ଟ୍ରାଟୋସ୍ଫେରିକ୍ ବେଲୁନ୍ରେ ବନ୍ଧାଯାଇ ମହାକାଶକୁ ପଠାଯାଇଥିଲା। ସମୁଦ୍ର ପତନଠୁ ୧୨୦, ୦୦୦ ଫୁଟ ଉଚ୍ଚରେ ଥିବା ମହାକାଶର ୪ ସ୍ତର ମଧ୍ୟରୁ ଦ୍ବିତୀୟ ସ୍ତରରେ ଟ୍ରଫି ପହଞ୍ଚିବା ପରେ ସେଠାରୁ ସିଧାସଳଖ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଏହା ଅବତରଣ କରିଥିଲା। ଆଜିଠୁ ଟ୍ରଫି ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବା ପରେ ଜୁଲାଇ ୧୪ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଭାରତ ପରେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ପପୁଆ ନିଉ ଗିନି ବୁଲିବା ପରେ ଟ୍ରଫି ଜୁଲାଇ ୨୨ ଓ ୨୪ ତାରିଖରେ ପୁଣି ଭାରତ ଭ୍ରମଣ କରିବ। ଜୁଲାଇ ୨୫ ତାରିଖରୁ ଆମେରିକା, ୱେଷ୍ଟଇଣ୍ଡିଜ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, କୁଏତ୍, ବାହାରିନ୍ର ବିଭିନ୍ନ ସ୍ଥାନ ଭ୍ରମଣ କରିବା ପରେ ଟ୍ରଫି ପୁଣି ଥରେ ସ୍ବାଧୀନତା ଦିବସ ପାଳନ ଅବସରରେ ଭାରତରେ ପହଞ୍ଚିବ। ଏଠାରୁ ଇଟାଲି, ଫ୍ରାନ୍ସ, ଇଂଲଣ୍ଡ, ମାଲେସିଆ, ଉଗାଣ୍ଡା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକା ବୁଲିବା ପରେ ସେପ୍ଟେମ୍ବର ୪ ତାରିଖରୁ ବିଶ୍ବକପ୍ ଆରମ୍ଭ ହେବା ପର୍ଯ୍ୟନ୍ତ ଭାରତରେ ଶେଷ ଭ୍ରମଣ କରିବ।




