ଷ୍ଟାଡିୟମ୍ ଆସୁଥିବା ଦର୍ଶକଙ୍କୁ ମାଗଣାରେ ପାନୀୟ ଜଳ ଯୋଗାଇବ ବିସିସିଆଇ

ନୂଆଦିଲ୍ଲୀ: ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହ ଏକ ରୋଚକ ଘୋଷଣା କରିଛନ୍ତି। ଷ୍ଟାଡିୟମ୍କୁ ଆସୁଥିବା ଦର୍ଶକମାନଙ୍କୁ ବିସିସିଆଇ ପକ୍ଷରୁ ମାଗଣା ପାଣି ଯୋଗାଇ ଦିଆଯିବ। ଏସଂକ୍ରାନ୍ତରେ ଜୟ ସାମାଜିକ ଗଣମାଧ୍ୟମରେ ଘୋଷଣା କରିବା ସହ ଦର୍ଶକମାନେ ଯେପରି ପେଟପୁରା ପାଣି ପିଇ ମ୍ୟାଚ୍କୁ ଉପଭୋଗ କରିପାରିବେ ତାହା ଉପରେ ସେ ଧ୍ୟାନ ଦେଇଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଉଦ୍ଘାଟନୀ ମ୍ୟାଚ୍ ହେଉଥିବା ବେଳେ ଅନ୍ୟାନ୍ୟ ଅଣଭାରତୀୟ ମ୍ୟାଚ୍ଗୁଡ଼ିକ ପାଇଁ ଟିକେଟ […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହ ଏକ ରୋଚକ ଘୋଷଣା କରିଛନ୍ତି। ଷ୍ଟାଡିୟମ୍କୁ ଆସୁଥିବା ଦର୍ଶକମାନଙ୍କୁ ବିସିସିଆଇ ପକ୍ଷରୁ ମାଗଣା ପାଣି ଯୋଗାଇ ଦିଆଯିବ। ଏସଂକ୍ରାନ୍ତରେ ଜୟ ସାମାଜିକ ଗଣମାଧ୍ୟମରେ ଘୋଷଣା କରିବା ସହ ଦର୍ଶକମାନେ ଯେପରି ପେଟପୁରା ପାଣି ପିଇ ମ୍ୟାଚ୍କୁ ଉପଭୋଗ କରିପାରିବେ ତାହା ଉପରେ ସେ ଧ୍ୟାନ ଦେଇଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଉଦ୍ଘାଟନୀ ମ୍ୟାଚ୍ ହେଉଥିବା ବେଳେ ଅନ୍ୟାନ୍ୟ ଅଣଭାରତୀୟ ମ୍ୟାଚ୍ଗୁଡ଼ିକ ପାଇଁ ଟିକେଟ ବିକ୍ରି ସେତେଟା ଉତ୍ସାହଜନକ ହୋଇପାରିନି। ଏଥିସହିତ ପ୍ରବଳ ଖରା ଯୋଗୁଁ ଗରମ ହେଉଥିବାରୁ ଦର୍ଶକମାନେ ନିରାଶ ହୋଇଛନ୍ତି। ଏହାକୁ ନଜରରେ ରଖି ଜୟ ମାଗଣା ପାଣି ଯୋଗାଉଥିବା ବାବଦରେ ଘୋଷଣା କରିଥାଇ ପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ କେତେକ ପ୍ରଶଂସକ ମତ ରଖିଛନ୍ତି।

Tags: