ଶ୍ରେୟସ ଦ୍ବିତୀୟ ଥର ଶ୍ରେଷ୍ଠ ଫିଲ୍ଡର ପାଇଁ ପାଇଲେ ସ୍ବର୍ଣ୍ଣ ପଦକ

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ବିଜୟୀ ହେବା ସହ ସିଧାସଳଖ ସେମିଫାଇନାଲ୍ରେ ପ୍ରବେଶ କରିଛି। ଏହି ମ୍ୟାଚ୍ରେ ପଡ଼ିଆରେ ଉନ୍ନତ ପ୍ରଦର୍ଶନ ଦେଇଥିବା ଶ୍ରେୟସ ଆୟରଙ୍କୁ ଭାରତୀୟ ପ୍ରଶିକ୍ଷକ ଟି ଦିଲିପ ଶ୍ରେଷ୍ଠ କ୍ଷେତ୍ରରକ୍ଷଣ ପାଇଁ ଦ୍ବିତୀୟ ଥର ସ୍ବର୍ଣ୍ଣ ପଦକ ବିଜେତା ବାଛିଥିଲେ। ହେଲେ ଏଥର ମଧ୍ୟ ନିଆରା ଢଙ୍ଗରେ ପଦକ ବିଜେତାଙ୍କ ନାମ ଘୋଷଣା ହୋଇଥିଲା। କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକର ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କରିବା ସହିତ ଟେଲିଭିଜନ୍ ସ୍କ୍ରିନ୍ରେ […]

Samaya Live Picture
Published On

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ବିଜୟୀ ହେବା ସହ ସିଧାସଳଖ ସେମିଫାଇନାଲ୍ରେ ପ୍ରବେଶ କରିଛି। ଏହି ମ୍ୟାଚ୍ରେ ପଡ଼ିଆରେ ଉନ୍ନତ ପ୍ରଦର୍ଶନ ଦେଇଥିବା ଶ୍ରେୟସ ଆୟରଙ୍କୁ ଭାରତୀୟ ପ୍ରଶିକ୍ଷକ ଟି ଦିଲିପ ଶ୍ରେଷ୍ଠ କ୍ଷେତ୍ରରକ୍ଷଣ ପାଇଁ ଦ୍ବିତୀୟ ଥର ସ୍ବର୍ଣ୍ଣ ପଦକ ବିଜେତା ବାଛିଥିଲେ। ହେଲେ ଏଥର ମଧ୍ୟ ନିଆରା ଢଙ୍ଗରେ ପଦକ ବିଜେତାଙ୍କ ନାମ ଘୋଷଣା ହୋଇଥିଲା। କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକର ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କରିବା ସହିତ ଟେଲିଭିଜନ୍ ସ୍କ୍ରିନ୍ରେ ଶ୍ରେୟସଙ୍କ ନାମ ଘୋଷଣା କରିଥିଲେ। ଏଥିପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଦିଲୀପ ପ୍ରଶଂସା କରିବା ସହିତ ଥ୍ରୋ ଓ କ୍ୟାଚିଂ କୌଶଳ ପାଇଁ ରବୀନ୍ଦ୍ର ଜାଡ଼େଜାଙ୍କୁ ‘ସାଇଲେଣ୍ଟ ସ୍ନାଇପର’ ଆଖ୍ୟା ଦେଇଥିଲେ। ଏଥିସହିତ ପଡ଼ିଆରେ ଖେଳାଳିଙ୍କୁ ସଜାଇବା ଓ ନିଜେ ବାମ ଡାହାଣକୁ ଡେଇଁ ବଲ୍ ଧରିବା ଦକ୍ଷତା ପାଇଁ କେଏଲ୍ ରାହୁଲଙ୍କୁ ମଧ୍ୟ ଦିଲୀପ ପ୍ରଶଂସା କରିଥିଲେ।

Tags: