ଶ୍ରେଷ୍ଠ ଫିଲ୍ଡିଂ ପାଇଁ ସୂର୍ଯ୍ୟକୁମାରଙ୍କୁ ସ୍ବର୍ଣ୍ଣ ପଦକ
ବେଙ୍ଗାଲୁରୁ: ଭାରତର ଶେଷ ଲିଗ୍ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କୁ ଶ୍ରେଷ୍ଠ ଫିଲ୍ଡିଂ ପାଇଁ ସ୍ବର୍ଣ୍ଣ ପଦକ ମିଳିଛି। ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲୀପଙ୍କ ଦ୍ବାରା ଦିଆଯାଉଥିବା ଏହି ପଦକକୁ ପୁଣି ଏକ ନିଆରା ଢଙ୍ଗରେ ଘୋଷଣା କରାଯାଇଥିଲା। ସମସ୍ତ ଖେଳାଳି ଓ ଅନ୍ୟାନ୍ୟ ଦଳୀୟ ସଦସ୍ୟଙ୍କୁ ପଡ଼ିଆକୁ ଡାକି ନେବା ପରେ ପଦକ ଦାବିଦାରଙ୍କ ନାମକୁ ବଡ଼ ପରଦାରେ ପ୍ରଦର୍ଶିତ କରାଯାଇଥିଲା। ରବୀନ୍ଦ୍ର ଜାଡ଼େଜା, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲଙ୍କ ନାମ ଏଥିପାଇଁ ଚୟନ କରାଯାଇଥିଲା। […]
ବେଙ୍ଗାଲୁରୁ: ଭାରତର ଶେଷ ଲିଗ୍ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କୁ ଶ୍ରେଷ୍ଠ ଫିଲ୍ଡିଂ ପାଇଁ ସ୍ବର୍ଣ୍ଣ ପଦକ ମିଳିଛି। ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲୀପଙ୍କ ଦ୍ବାରା ଦିଆଯାଉଥିବା ଏହି ପଦକକୁ ପୁଣି ଏକ ନିଆରା ଢଙ୍ଗରେ ଘୋଷଣା କରାଯାଇଥିଲା। ସମସ୍ତ ଖେଳାଳି ଓ ଅନ୍ୟାନ୍ୟ ଦଳୀୟ ସଦସ୍ୟଙ୍କୁ ପଡ଼ିଆକୁ ଡାକି ନେବା ପରେ ପଦକ ଦାବିଦାରଙ୍କ ନାମକୁ ବଡ଼ ପରଦାରେ ପ୍ରଦର୍ଶିତ କରାଯାଇଥିଲା। ରବୀନ୍ଦ୍ର ଜାଡ଼େଜା, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲଙ୍କ ନାମ ଏଥିପାଇଁ ଚୟନ କରାଯାଇଥିଲା। ପରେ ପଡ଼ିଆ କର୍ମଚାରୀଙ୍କ ହାତରେ ପଦକ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ପରେ ଥ୍ରୋଡାଉନ୍ ପ୍ରଶିକ୍ଷକ ନୁଆନ୍ ସେନେଭିରତ୍ନେ ଏହି ପଦକ ସୂର୍ଯ୍ୟଙ୍କୁ ପିନ୍ଧାଇଥିଲେ।




