ଶ୍ରୀଲଙ୍କା ବିଶ୍ବକପ୍ ଦଳ ଘୋଷିତ
କଲମ୍ବୋ: ଆସନ୍ତା ଦିନିକିଆ ବିଶ୍ବକପ୍ ପାଇଁ ଶ୍ରୀଲଙ୍କା ୧୫ ଜଣିଆ ଦଳ ଘୋଷଣା କରିଛି। ଦସୁନ ଶଣକା ପୁଣି ଥରେ ଦେଶର ନେତୃତ୍ବ ନେଉଥିଲା ବେଳେ ଆଗଧାଡ଼ିର ସ୍ପିନର ମହେଶ ତୀକ୍ଷଣା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ ଯୋଗୁଁ ଏସିଆ କପ୍ ଫାଇନାଲ୍ରେ ତୀକ୍ଷଣା ଖେଳିପାରିନଥିଲେ। କିନ୍ତୁ ଦଳର ମେଡିକାଲ୍ ଟିମ୍ ତାଙ୍କୁ ଫିଟ୍ ଘୋଷଣା କରିବା ପରେ ବିଶ୍ବକପ୍ ଦଳରେ ସେ ସ୍ଥାନ ପାଇପାରିଛନ୍ତି। ସେହିପରି ଆହତ ପାଇଁ ଏସିଆ କପ୍ ଖେଳିପାରିନଥିବା ଦିଲସାନ ମଧୁଶଙ୍କା ଓ […]
କଲମ୍ବୋ: ଆସନ୍ତା ଦିନିକିଆ ବିଶ୍ବକପ୍ ପାଇଁ ଶ୍ରୀଲଙ୍କା ୧୫ ଜଣିଆ ଦଳ ଘୋଷଣା କରିଛି। ଦସୁନ ଶଣକା ପୁଣି ଥରେ ଦେଶର ନେତୃତ୍ବ ନେଉଥିଲା ବେଳେ ଆଗଧାଡ଼ିର ସ୍ପିନର ମହେଶ ତୀକ୍ଷଣା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ ଯୋଗୁଁ ଏସିଆ କପ୍ ଫାଇନାଲ୍ରେ ତୀକ୍ଷଣା ଖେଳିପାରିନଥିଲେ। କିନ୍ତୁ ଦଳର ମେଡିକାଲ୍ ଟିମ୍ ତାଙ୍କୁ ଫିଟ୍ ଘୋଷଣା କରିବା ପରେ ବିଶ୍ବକପ୍ ଦଳରେ ସେ ସ୍ଥାନ ପାଇପାରିଛନ୍ତି। ସେହିପରି ଆହତ ପାଇଁ ଏସିଆ କପ୍ ଖେଳିପାରିନଥିବା ଦିଲସାନ ମଧୁଶଙ୍କା ଓ ଲାହିରୁ କୁମାରା ମଧ୍ୟ ଜାତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ଦଳର ଅନ୍ୟତମ ପ୍ରମୁଖ ସ୍ପିନର ୱାନିନ୍ଦୁ ହସରଙ୍ଗା ସୁସ୍ଥ ହୋଇପାରିନଥିବାରୁ ବିଶ୍ବକପ୍ ଦଳରେ ସ୍ଥାନ ପାଇନାହାନ୍ତି। ଯଦି ବିଶ୍ବକପ୍ ଚାଲିଥିବା ସମୟରେ ବି ସେ ସୁସ୍ଥ ହୋଇଯାଅନ୍ତି, ତାହେଲେ ଦଳ ସହିତ ସେ ଯୋଗ ଦେଇପାରିବେ। ସେହିପରି ଦୁଷ୍ମନ୍ତ ଚାମିରା ମଧ୍ୟ କାନ୍ଧରେ ଆଘାତ ଲାଗିଥିବାରୁ ବିଶ୍ବକପ୍ ଖେଳିପାରିବେନି। ଆସନ୍ତା ୨୯ ତାରିଖରେ ବାଂଲାଦେଶ ବିପକ୍ଷରୁ ୱାର୍ମ ଅପ୍ ମ୍ୟାଚ୍ ଖେଳିବା ପରେ ଭାରତରେ ଶ୍ରୀଲଙ୍କା ବିଶ୍ବକପ୍ ପ୍ରସ୍ତୁତି ଆରମ୍ଭ କରିବ।




