ଶ୍ରୀଲଙ୍କା ବିରୋଧରେ ଲଢେଇ କରି ଜିତିଲା ପାକିସ୍ତାନ

ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ୬ ୱିକେଟ୍ରେ ବିଜୟୀ ହେବା ସହିତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଥିବା ପାକିସ୍ତାନ ଦ୍ବିତୀୟ ମ୍ୟାଚ୍ରେ ୩୪୫ ରନ୍କୁ ପିଛା କରି ଲଢୁଆ ବିଜୟ ହାସଲ କରିଛି। ଏଥି ସହିତ ପାକିସ୍ତାନ ପଏଣ୍ଟ ଟେବୁଲ୍ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅପରାଜିତ ଶତକ ମାରିଥିବା ମହମ୍ମଦ ରିଜୱାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା […]

Samaya Live Picture
Published On

ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ୬ ୱିକେଟ୍ରେ ବିଜୟୀ ହେବା ସହିତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଥିବା ପାକିସ୍ତାନ ଦ୍ବିତୀୟ ମ୍ୟାଚ୍ରେ ୩୪୫ ରନ୍କୁ ପିଛା କରି ଲଢୁଆ ବିଜୟ ହାସଲ କରିଛି। ଏଥି ସହିତ ପାକିସ୍ତାନ ପଏଣ୍ଟ ଟେବୁଲ୍ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅପରାଜିତ ଶତକ ମାରିଥିବା ମହମ୍ମଦ ରିଜୱାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୯ ୱିକେଟ୍ ବିନିମୟରେ ୩୪୪ ରନ୍ କରିଥିଲା। କୁସାଲ ପେରେରା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ ମଧ୍ୟ ପଥୁମ ନିଶଙ୍କା (୫୧) ଓ କୁସାଲ ମେଣ୍ଡିସ (୧୨୨) ଦ୍ବିତୀୟ ୱିକେଟ୍ରେ ୧୦୨ ରନ୍ ଏବଂ ମେଣ୍ଡିସ-ସଦୀରା ସମରବିକ୍ରମା (୧୦୮) ତୃତୀୟ ୱିକେଟ୍ରେ ୧୧୧ ରନ୍ ଯୋଡ଼ି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ୬୫ ବଲ୍ରୁ ତିନି ଅଙ୍କ ଛୁଇଁ ମେଣ୍ଡିସ୍ ଶ୍ରୀଲଙ୍କା ପାଇଁ ବିଶ୍ବକପ୍ରେ ଦ୍ରୁତତମ ଶତକ ହାସଲ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୩୭ ରନ୍ ମଧ୍ୟରେ ଇମାମ ଉଲ୍ ହକ୍ (୧୨) ଓ ଅଧିନାୟକ ବାବର ଆଜମ୍ (୧୦) ଆଉଟ୍ ହୋଇଯାଇଥିଲେ। କିନ୍ତୁ ଅବଦୁଲ୍ଲା ସଫିକ୍ (୧୧୩) ଓ ମହମ୍ମଦ ରିଜୱାନ ସାହସିକତାର ସହ ଖେଳି ନିଜ ନିଜର ଶତକ ଅର୍ଜନ କରିଥିଲେ ଏବଂ ତୃତୀୟ ୱିକେଟ୍ରେ ୧୭୬ ରନ୍ ଭାଗୀଦାରି କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ। ସାଉଦ ସକିଲଙ୍କ ସହ ୯୫ ଓ ଇଫତିକାର ଅହମଦଙ୍କ ସହ ୩୭ ରନ୍ର ଭାଗୀଦାରି ସହ ରିଜୱାନ (୧୩୧*) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୦ ବଲ୍ ପୂର୍ବରୁ ଦଳକୁ ଜିତାଇଥିଲେ।

Tags: