ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ ପ୍ରଥମ ଦିନରେ ଆୟର୍ଲାଣ୍ଡ ୩୧୯/୪
ଗଲେ: ଶ୍ରୀଲଙ୍କା ଗସ୍ତରେ ଥିବା ଆୟର୍ଲାଣ୍ଡ ଦ୍ବିତୀୟ ଟେଷ୍ଟ୍ରେ ଭଲ ଆରମ୍ଭ କରିଛି। ପ୍ରଥମ ଟେଷ୍ଟକୁ ପାଳି ଓ ୨୮୦ ରନ୍ରେ ହାରିଥିବା ଆୟର୍ଲାଣ୍ଡ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ୪ ୱିକେଟ୍ ହରାଇ ୩୧୯ ରନ୍ କରିଛି। ୮୯ ରନ୍ରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ଆୟର୍ଲାଣ୍ଡ ଅଧିନାୟକ ଆଣ୍ଡି ବାଲବିର୍ଣ୍ଣି, ପଲ୍ ଷ୍ଟିର୍ଲିଂ ଓ ଲୋରକାନ ଟକର ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋର୍ ୩୦୦ ପାର୍ କରିଥିଲେ। ବାଲବିର୍ଣ୍ଣି (୯୫) ଆଉଟ୍ […]
ଗଲେ: ଶ୍ରୀଲଙ୍କା ଗସ୍ତରେ ଥିବା ଆୟର୍ଲାଣ୍ଡ ଦ୍ବିତୀୟ ଟେଷ୍ଟ୍ରେ ଭଲ ଆରମ୍ଭ କରିଛି। ପ୍ରଥମ ଟେଷ୍ଟକୁ ପାଳି ଓ ୨୮୦ ରନ୍ରେ ହାରିଥିବା ଆୟର୍ଲାଣ୍ଡ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ୪ ୱିକେଟ୍ ହରାଇ ୩୧୯ ରନ୍ କରିଛି। ୮୯ ରନ୍ରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ଆୟର୍ଲାଣ୍ଡ ଅଧିନାୟକ ଆଣ୍ଡି ବାଲବିର୍ଣ୍ଣି, ପଲ୍ ଷ୍ଟିର୍ଲିଂ ଓ ଲୋରକାନ ଟକର ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋର୍ ୩୦୦ ପାର୍ କରିଥିଲେ। ବାଲବିର୍ଣ୍ଣି (୯୫) ଆଉଟ୍ ହୋଇଥିଲା ବେଳେ ଷ୍ଟିର୍ଲିଂ (୭୪) ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ। ତେବେ ଷ୍ଟମ୍ପ୍ସ ଅପରସାରଣ ବେଳକୁ ଟକର (୭୮*) ଓ କୁର୍ଟିସ କାମ୍ଫର (୨୭*) ବ୍ୟାଟିଂ କରୁଥିଲେ। ଶ୍ରୀଲଙ୍କା ପକ୍ଷରୁ ପ୍ରବାଥ ଜୟସୂରିଆ ୨ ଏବଂ ଅସିଥା ପର୍ଣ୍ଣାଣ୍ଡୋ ଓ ରମେଶ ମେଣ୍ଡିସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।




