ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ହସ୍ତକ୍ଷେପ କରି ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂଘେ ବହିଷ୍କୃତ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ହସ୍ତକ୍ଷେପ କରିବା ଯୋଗୁଁ ଦେଶର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂଘେଙ୍କୁ ତାଙ୍କ ପଦବିରୁ ବହିଷ୍କାର କରାଯାଇଛି। ଶ୍ରୀଲଙ୍କା କ୍ରିକେଟ୍ର ସଭାପତି ରାନଲ ବିକ୍ରମସିଂଘେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ରୋଶନ ଅଭିଯୋଗ ଆଣିଥିଲେ। ଏପରିକି ଯଦି ରୋଶନଙ୍କ ମୃତ୍ୟୁ ହୋଇଯାଏ, ଏଥିପାଇଁ ବିକ୍ରମସିଂଘେ ଦାୟୀ ରହିବେ ବୋଲି ସଂସଦରେ ବିବୃତି ଦେଇଥିଲେ। ତେଣୁ କ୍ୟାବିନେଟ୍ ବୈଠକ ପୂର୍ବରୁ ତାଙ୍କୁ ଶ୍ରୀଲଙ୍କା କ୍ରିକେଟ୍ରେ ମାତ୍ରାଧିକ ହସ୍ତକ୍ଷେପ କରୁଥିବାରୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି। […]

Samaya Live Picture
Published On

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ହସ୍ତକ୍ଷେପ କରିବା ଯୋଗୁଁ ଦେଶର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂଘେଙ୍କୁ ତାଙ୍କ ପଦବିରୁ ବହିଷ୍କାର କରାଯାଇଛି। ଶ୍ରୀଲଙ୍କା କ୍ରିକେଟ୍ର ସଭାପତି ରାନଲ ବିକ୍ରମସିଂଘେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ରୋଶନ ଅଭିଯୋଗ ଆଣିଥିଲେ। ଏପରିକି ଯଦି ରୋଶନଙ୍କ ମୃତ୍ୟୁ ହୋଇଯାଏ, ଏଥିପାଇଁ ବିକ୍ରମସିଂଘେ ଦାୟୀ ରହିବେ ବୋଲି ସଂସଦରେ ବିବୃତି ଦେଇଥିଲେ। ତେଣୁ କ୍ୟାବିନେଟ୍ ବୈଠକ ପୂର୍ବରୁ ତାଙ୍କୁ ଶ୍ରୀଲଙ୍କା କ୍ରିକେଟ୍ରେ ମାତ୍ରାଧିକ ହସ୍ତକ୍ଷେପ କରୁଥିବାରୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି। ତେବେ ଏହି ଅଭିଯୋଗ ଉପରେ ବିକ୍ରମସିଂଘେଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ। ଚଳିତ ମାସ ପ୍ରଥମ ସପ୍ତାହରେ ରଣସିଂଘେ ଶ୍ରୀଲଙ୍କା ବୋର୍ଡର କାର୍ଯ୍ୟନିର୍ବାହୀ ସମିତିକୁ ଭାଙ୍ଗିଦେଇଥିଲେ ଏବଂ ଦୈନନ୍ଦିନ କାର୍ଯ୍ୟର ପରିଚାଳନା ପାଇଁ ଏକ ଅନ୍ତରୀଣ କମିଟି ଗଠନ କରିଥିଲେ। ବୋର୍ଡରେ ଦୁର୍ନୀତି ହେଉଥିବା ଅଭିଯୋଗ ଅଣାଯାଇଥିବାରୁ ଏହା ବିରୋଧରେ ବୋର୍ଡ ପକ୍ଷରୁ ସଭାପତି ଓ ସମ୍ପାଦକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ବିଚାର କରି କୋର୍ଟ ଶ୍ରୀଲଙ୍କା ବୋର୍ଡକୁ ଦୁଇ ସପ୍ତାହ ପାଇଁ ପୁନଃଅବସ୍ଥାପିତ କରିଥିଲେ। କିନ୍ତୁ ବୋର୍ଡରେ ସରକାରଙ୍କ ହସ୍ତକ୍ଷେପ ରହୁଥିବାରୁ ଆଇସିସି ଏହାକୁ ନିଲମ୍ବିତ କରିଛି।

Tags: