ଶ୍ରୀଲଙ୍କାକୁ ୩୦୨ ରନରେ ହରାଇ ବିଶ୍ବକପ୍ ସେମିଫାଇନାଲରେ ଭାରତ

ମୁମ୍ବାଇ: ଚଳିତ ଦିନିକିଆ କ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ କ୍ରିକେଟ୍ ଦଳର ବିଜୟ ଧାରା ଜାରି ରହିଛି ଗୁରୁବାର ଶ୍ରୀଲଙ୍କାକୁ ୩୦୨ ରନ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରି ବିଶ୍ବକପ୍ ଇତିହାସରେ ଭାରତ ନିଜର ସର୍ବବୃହତ୍ ରନ୍ ବ୍ୟବଧାନ ବିଜୟ ସହ ସେମିଫାଇନାଲ୍ରେ ପ୍ରବେଶ କରିଛି। ଭାରତୀୟ ବ୍ୟାଟର୍ ୱାଙ୍ଖଡ଼େ ପିଚ୍ରେ ଶ୍ରୀଲଙ୍କାକୁ ୩୫୮ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲେ। ଶ୍ରୀଲଙ୍କା କିନ୍ତୁ ତିନି ଭାରତୀୟ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ଆଗରେ ତାସ୍ଘର ଭଳି ଭୁଶୁଡ଼ି […]

Samaya Live Picture
Published On

ମୁମ୍ବାଇ: ଚଳିତ ଦିନିକିଆ କ୍ରିକେଟ୍ ବିଶ୍ବକପ୍ରେ ଭାରତୀୟ କ୍ରିକେଟ୍ ଦଳର ବିଜୟ ଧାରା ଜାରି ରହିଛି ଗୁରୁବାର ଶ୍ରୀଲଙ୍କାକୁ ୩୦୨ ରନ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରି ବିଶ୍ବକପ୍ ଇତିହାସରେ ଭାରତ ନିଜର ସର୍ବବୃହତ୍ ରନ୍ ବ୍ୟବଧାନ ବିଜୟ ସହ ସେମିଫାଇନାଲ୍ରେ ପ୍ରବେଶ କରିଛି। ଭାରତୀୟ ବ୍ୟାଟର୍ ୱାଙ୍ଖଡ଼େ ପିଚ୍ରେ ଶ୍ରୀଲଙ୍କାକୁ ୩୫୮ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲେ। ଶ୍ରୀଲଙ୍କା କିନ୍ତୁ ତିନି ଭାରତୀୟ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ଆଗରେ ତାସ୍ଘର ଭଳି ଭୁଶୁଡ଼ି ମାତ୍ର ୫୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏଥିସହିତ ଶ୍ରୀଲଙ୍କା ତା’ ବିଶ୍ବକପ୍ ଇତିହାସର ସର୍ବନିମ୍ନ ଦଳଗତ ସ୍କୋର କରିବାରେ ଅଲୋଡ଼ା କୀର୍ତ୍ତି ବହନ କରିଛି। ମହମ୍ମଦ ସାମିଙ୍କ ସର୍ବଶ୍ରେଷ୍ଠ ବୋଲିଂ ଚିତ୍ର (୫/୧୮) ସହ ଭାରତ ପକ୍ଷରୁ ସର୍ବାଧିକ ୫ ୱିକେଟ୍ ସଫଳତା ଏବଂ ବିଶ୍ବକପ୍ରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେବାର କୀର୍ତ୍ତିମାନ ଯୋଗୁଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଛି।
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ପ୍ରଥମ ବଲ୍ରେ ଚୌକାରୁ ଖେଳ ଆରମ୍ଭ କରିଥିଲା। କିନ୍ତୁ ଦ୍ବିତୀୟ ବଲ୍ରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ତେବେ ବିରାଟ କୋହଲିଙ୍କ ୮୮, ଶୁବମନ ଗିଲ୍ଙ୍କ ୯୨ ଏବଂ ଶ୍ରେୟସ୍ ଆୟରଙ୍କ ବିସ୍ଫୋରକ ୮୨ ରନ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୫୭ ରନ୍ କରିଥିଲା। ଏହାର ଜବାବରେ ଯଶପ୍ରୀତ ବୁମ୍ରାଙ୍କ ପ୍ରଥମ ବଲ୍ ୱିକେଟ୍ରେ ଘାଇଲା ହୋଇଥିବା ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୯.୪ ଓଭରରେ ମାତ୍ର ୫୫ ରନ୍ କରିପାରିଥିଲା। ମହମ୍ମଦ ସିରାଜ ମଧ୍ୟ ଚମତ୍କାର ବୋଲିଂ କରିଥିଲେ। ସେଥିପାଇଁ ୫ଜଣ ଶ୍ରୀଲଙ୍କା ବ୍ୟାଟର୍ ଖାତା ଖୋଲି ପାରି ନଥିଲେ। ଭାରତୀୟ ଦଳ ୭ଟି ମ୍ୟାଚ୍ରୁ ସପ୍ତମ ବିଜୟ ପାଇ ପୁଣି ଥରେ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନକୁ ଫେରିଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କା ସପ୍ତମ ମ୍ୟାଚ୍ରୁ ପଞ୍ଚମ ପରାଜୟ ବରଣ କରିଥିଲା। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

Tags: