ଶ୍ରୀଲଙ୍କାକୁ ୨-୧ରେ ହରାଇ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା
କୁଇନ୍ସଟାଉନ : ଟିମ୍ ସିଫର୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ତୃତୀୟ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କାକୁ ୪ ୱିକେଟ୍ରେ ପରସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ସିଫର୍ଟ ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶେଷ ମ୍ୟାଚ୍ରେ ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ଦଳ ୧୯ ଓଭର ସୁଦ୍ଧା ୩ ୱିକେଟ୍ ହରାଇ ୧୭୩ ରନ୍ କରି […]
କୁଇନ୍ସଟାଉନ : ଟିମ୍ ସିଫର୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ତୃତୀୟ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କାକୁ ୪ ୱିକେଟ୍ରେ ପରସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ସିଫର୍ଟ ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶେଷ ମ୍ୟାଚ୍ରେ ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ଦଳ ୧୯ ଓଭର ସୁଦ୍ଧା ୩ ୱିକେଟ୍ ହରାଇ ୧୭୩ ରନ୍ କରି ବିଜୟର ନିକଟତର ହୋଇଥିଲା। ଶେଷ ଓଭରରେ ଜିତିବାକୁ ୧୦ ରନ୍ ଆବଶ୍ୟକ ଥିଲା ବେଳେ ପ୍ରଥମ ବଲ୍ରେ ମାର୍କ ଚାପମାନ ଛକା ମାରିଥିଲେ। ୫ ବଲ୍ରୁ ବିଜୟ ପାଇଁ ୪ ଥିଲା ବେଳେ ୩ ବଲ୍ରେ ଗୋଟିଏ ୱାଇଡ୍ ରନ୍ ସହ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଘରୋଇ ଦଳ। ତେବେ ଚତୁର୍ଥ ବଲ୍ରେ ଗୋଟିଏ ବାଇ ରନ୍ ଏବଂ ପଞ୍ଚମ ବଲ୍ରୁ ରାଚିନ ରବୀନ୍ଦ୍ର ୨ ରନ୍ ନେଇ ଦଳକୁ ନାଟକୀୟ ବିଜୟ ଦେଇଥିଲେ।
ପୂର୍ବରୁ ଜନ୍ ଡେଭିସ୍ ଓଭାଲରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଶ୍ରୀଲଙ୍କା ୬ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। କୁସାଲ ମେଣ୍ଡିସ (୭୩) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ପ୍ରଥମ ୱିକେଟ୍ରେ ପଥୁମ ନିସଙ୍କ (୨୫)ଙ୍କ ସହ ୭୬ ରନ୍ର ଭାଗୀଦାରି ଗଢ଼ି ଦଳକୁ ବଡ଼ ସ୍କୋର୍ ଦିଗରେ ନେଇଥିଲେ।




