ଶ୍ରୀଲଙ୍କାକୁ ୧୦୨ ରନରେ ହରାଇ ଦକ୍ଷିଣ ଆଫ୍ରିକାର ବିଜୟ ଅଭିଯାନ

ନୂଆଦିଲ୍ଲୀ: ବିଶ୍ବ କୀର୍ତ୍ତିମାନ ସହ ଦକ୍ଷିଣ ଆଫ୍ରିକା ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ଅରୁଣ ଜେଟଲି ଷ୍ଟାଡିୟମ୍ରେ ଶ୍ରୀଲଙ୍କାକୁ ୧୦୨ ରନ୍ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୪୨୮/୫ ସ୍କୋର କରିଥିଲା ବେଳେ ଶ୍ରୀଲଙ୍କା ୪୪.୫ ଓଭର ସୁଦ୍ଧା ୩୨୬ ରନ୍ କରି ଅଲଆଉଟ୍ ହୋଇଥିଲା। ଏଡେନ ମାରକ୍ରମଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ କରିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ବ୍ୟାଟରମାନେ […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ବ କୀର୍ତ୍ତିମାନ ସହ ଦକ୍ଷିଣ ଆଫ୍ରିକା ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ଅରୁଣ ଜେଟଲି ଷ୍ଟାଡିୟମ୍ରେ ଶ୍ରୀଲଙ୍କାକୁ ୧୦୨ ରନ୍ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୪୨୮/୫ ସ୍କୋର କରିଥିଲା ବେଳେ ଶ୍ରୀଲଙ୍କା ୪୪.୫ ଓଭର ସୁଦ୍ଧା ୩୨୬ ରନ୍ କରି ଅଲଆଉଟ୍ ହୋଇଥିଲା। ଏଡେନ ମାରକ୍ରମଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ କରିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ବ୍ୟାଟରମାନେ ଏହି ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲେ। କେବଳ ଅଧିନାୟକ ତେମ୍ବା ବଭୂମା ୮ ରନ୍ରେ ଆଉଟ୍ ହୋଇଥିଲେ। କ୍ବିଣ୍ଟନ ଡିକକ୍ (୧୦୦ ରନ୍) ଓ ରାସି ଭାନ ଦର ଡସନ୍ (୧୦୮) ଦ୍ବିତୀୟ ୱିକେଟ୍ରେ ୧୭୪ ବଲ୍ରୁ ୨୦୪ ରନ୍ ଯୋଡ଼ିଥିଲେ। ଉଭୟ ନିଜ ନିଜର ଶତକ କରି ଆଉଟ୍ ହେବା ପରେ ମାରକ୍ରମ ବିସ୍ଫୋରକ ଖେଳିବା ଆରମ୍ଭ କରିଥିଲେ। ମାତ୍ର ୪୯ ବଲ୍ରୁ ଶତକ (୧୦୮) ମାରିବା ପରେ ଦକ୍ଷିଣ ଆଫ୍ରିକା ୪୦.୪ ଓଭରରେ ୩୦୦ ଓ ୪୮.୧ ଓଭରରେ ୪୦୦ ରନ୍ ପାର୍ କରିଥିଲା। କେବଳ ଶେଷ ୧୦ ଓଭରରୁ ୧୩୭ ରନ୍ ସଂଗ୍ରହ ହେଇଥିଲା। ହେନରିକ୍ କ୍ଲାସେଁ (୩୨) ଓ ଡେଭିଡ୍ ମିଲର (୩୯*) ମଧ୍ୟ ଏହି ପାର୍ଟିରେ ସାମିଲ ହୋଇ ଦଳକୁ ବିଶ୍ବକପ୍ର ସର୍ବାଧିକ ସ୍କୋର୍ରେ ପହଞ୍ଚାଇ ଥିଲେ। ଏଥିସହିତ ଗୋଟିଏ ପାଳିରୁ ୩ଜଣ ଶତକ ମାରିବାରେ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ରେ ପ୍ରଥମ ଦଳ ହୋଇପାରିଛି। ଆନ୍ତର୍ଜାତିକ ଦିନିକିଆରେ ଏହା ଚତୁର୍ଥ ଥର ହୋଇଛି। ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମଧ୍ୟ ଭଲ ଟକ୍କର ଦେଇଥିଲା। ଯଦିଓ ପ୍ରାରମ୍ଭିକ ଦୁଇ ବ୍ୟାଟରଙ୍କୁ ମାର୍କୋ ୟାନସେନ ବୋଲ୍ଡ କରିଥିଲେ, କିନ୍ତୁ କୁସାଲ ମେଣ୍ଡିସ୍ (୭୬) ଗୋଟିଏ ପଟରୁ ଆକ୍ରମଣାତ୍ମକ ଖେଳିବା ଜାରି ରଖିଥିଲେ। ଚାରିଥ ଅସଲଙ୍କା (୭୯), ଦସୁନ ଶଣକା (୬୮) ଓ କସୁନ ରଜିଥା (୩୩) ଦଳକୁ ଜିତାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

Tags: