ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲ୍ ନିକଟତର ନ୍ୟୁଜିଲାଣ୍ଡ
ବେଙ୍ଗାଲୁରୁ: ଚଳିତ ବିଶ୍ବକପ୍ର ଅନ୍ୟତମ ମହତ୍ତ୍ବପୂର୍ଣ୍ଣ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପୂର୍ବ ବିଜେତା ଶ୍ରୀଲଙ୍କାକୁ ୫ ୱିକେଟ୍ରେ ପରାସ୍ତ କରିଛି। ଏହାଫଳରେ ନ୍ୟୁଜିଲାଣ୍ଡ ସେମିଫାଇନାଲ୍ରେ ପ୍ରବେଶ ଏକପ୍ରକାର ନିଶ୍ଚିତ ହୋଇଛି। ସେପଟେ ଶ୍ରୀଲଙ୍କା ସପ୍ତମ ପରାଜୟ ବରଣ କରି ନୈରାଶ୍ୟଜନକ ଭାବେ ତା’ର ବିଶ୍ବକପ୍ ଅଭିଯାନ ଶେଷ କରିଛି। ୱିଲିୟମସନ୍ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କିୱି ଦଳର ବୋଲରମାନେ ଶ୍ରୀଲଙ୍କାକୁ ଝଟ୍କା ଉପରେ ଝଟ୍କା ଦେଇ ମାତ୍ର ୧୨୮ ରନ୍ରେ ଏହି […]
ବେଙ୍ଗାଲୁରୁ: ଚଳିତ ବିଶ୍ବକପ୍ର ଅନ୍ୟତମ ମହତ୍ତ୍ବପୂର୍ଣ୍ଣ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପୂର୍ବ ବିଜେତା ଶ୍ରୀଲଙ୍କାକୁ ୫ ୱିକେଟ୍ରେ ପରାସ୍ତ କରିଛି। ଏହାଫଳରେ ନ୍ୟୁଜିଲାଣ୍ଡ ସେମିଫାଇନାଲ୍ରେ ପ୍ରବେଶ ଏକପ୍ରକାର ନିଶ୍ଚିତ ହୋଇଛି। ସେପଟେ ଶ୍ରୀଲଙ୍କା ସପ୍ତମ ପରାଜୟ ବରଣ କରି ନୈରାଶ୍ୟଜନକ ଭାବେ ତା’ର ବିଶ୍ବକପ୍ ଅଭିଯାନ ଶେଷ କରିଛି।
ୱିଲିୟମସନ୍ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କିୱି ଦଳର ବୋଲରମାନେ ଶ୍ରୀଲଙ୍କାକୁ ଝଟ୍କା ଉପରେ ଝଟ୍କା ଦେଇ ମାତ୍ର ୧୨୮ ରନ୍ରେ ଏହି ଦଳର ୯ ଜଣ ବ୍ୟାଟର୍ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଶ୍ରୀଲଙ୍କାର ଶେଷ ୱିକେଟ୍ ଯୋଡ଼ି ମହେଶ ତୀକ୍ଷଣା (୩୮*) ଓ ଦିଲସାନ ମଧୁଶଙ୍କା ୪୩ ରନ୍ ଭାଗୀଦାରି କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୭୨ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଜଣେ ହେଲେ ବି ବ୍ୟାଟର୍ ଅର୍ଦ୍ଧଶତକ ମାରି ନଥିଲେ। ହେଲେ ଡେଭନ୍ କନୱେଙ୍କ ୪୫, ରାଚିନ ରବୀନ୍ଦ୍ରଙ୍କ ୪୨ ଓ ଡାରେଲ ମିଚେଲଙ୍କ ୪୩ ରନ୍ ବଳରେ ମାତ୍ର ୨୩.୨ ଓଭରରେ ୫ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ପ୍ରତିଯୋଗିତାର ଅଗ୍ରଣୀ ୱିକେଟ୍ ହାସଲକାରୀ ମଧୁଶଙ୍କାଙ୍କୁ ଲଗାତାର ଚୌକା ମାରି ଗ୍ଲେନ୍ ଫିଲିପ୍ସ ନ୍ୟୁଜିଲାଣ୍ଡ ବିଜୟରେ ମୁଣ୍ଡି ମାରିଥିଲେ। ୩୭ ରନ୍ ଦେଇ ୩ ୱିକେଟ୍ କରାୟତ୍ତ କରିଥିବା ଏହି ଦଳର ବାମହାତୀ ବୋଲର ଟ୍ରେଣ୍ଟ ବୋଲ୍ଟ ମ୍ୟାଚ୍ର ଶ୍ରେଷ୍ଠ ଏବଂ ସବୁଠାରୁ ମୂଲ୍ୟବାନ ଖେଳାଳି ଘୋଷିତ ହୋଇଛନ୍ତି।




