ଶ୍ରୀଲଙ୍କାକୁ ହରାଇ ଆଫଗାନିସ୍ତାନର ସେମିଫାଇନାଲ୍ ଆଶା ଉଜ୍ଜୀବିତ

ପୁଣେ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଖେଳାଯାଇଥିବା ବିଶ୍ବକପ୍ ମ୍ୟାଚ୍ରେ ଆଫଗାନିସ୍ତାନ ୭ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୪୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା ବେଳେ ଧାର୍ଯ୍ୟ ଲକ୍ଷ୍ୟକୁ ଆଫଗାନିସ୍ତାନ ୪୫.୨ ଓଭରରେ ହାସଲ କରି ନେଇଥିଲା। ବିଶ୍ବକପ୍ ଇତିହାସରେ ତିନି ପୂର୍ବତନ ବିଜେତାଙ୍କୁ ହରାଇ ଆଫଗାନିସ୍ତାନ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବାରୁ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛି। ଆସନ୍ତା ୩ ତାରିଖରେ ଆଫଗାନିସ୍ତାନର ପରବର୍ତ୍ତୀ ମୁକାବିଲା ଅନ୍ୟତମ ବିପର୍ଯ୍ୟୟକାରୀ ନେଦରଲାଣ୍ଡ୍ସ […]

Samaya Live Picture
Published On

ପୁଣେ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଖେଳାଯାଇଥିବା ବିଶ୍ବକପ୍ ମ୍ୟାଚ୍ରେ ଆଫଗାନିସ୍ତାନ ୭ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୪୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା ବେଳେ ଧାର୍ଯ୍ୟ ଲକ୍ଷ୍ୟକୁ ଆଫଗାନିସ୍ତାନ ୪୫.୨ ଓଭରରେ ହାସଲ କରି ନେଇଥିଲା। ବିଶ୍ବକପ୍ ଇତିହାସରେ ତିନି ପୂର୍ବତନ ବିଜେତାଙ୍କୁ ହରାଇ ଆଫଗାନିସ୍ତାନ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବାରୁ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛି। ଆସନ୍ତା ୩ ତାରିଖରେ ଆଫଗାନିସ୍ତାନର ପରବର୍ତ୍ତୀ ମୁକାବିଲା ଅନ୍ୟତମ ବିପର୍ଯ୍ୟୟକାରୀ ନେଦରଲାଣ୍ଡ୍ସ ସହିତ ହେବ। ଚତୁର୍ଥ ପରାଜୟ ପରେ ଶ୍ରୀଲଙ୍କା ପରବର୍ତ୍ତୀ ମ୍ୟାଚ୍ରେ ଗୁରୁବାର ଘରୋଇ ଭାରତକୁ ଭେଟିବ।
ଟସ୍ ଜିତିବା ପରେ ବୋଲିଂ କରିଥିଲା ଆଫଗାନିସ୍ତାନ। ପ୍ରଥମରୁ ସ୍ପିନର ମୁଜିବ ଉର୍ ରହମାନ ଗୋଟିଏ ପଟରୁ ଲଙ୍କା ବ୍ୟାଟର୍ଙ୍କୁ ବାନ୍ଧି ରଖିଥିଲା ବେଳେ ଅନ୍ୟପଟରୁ ଦ୍ରୁତ ବୋଲର ଫଜଲହକ୍ ଫାରୁକି ୱିକେଟ୍ ବାହାର କରିଥିଲେ। ଦିମୁଥ କରୁଣାରତ୍ନେ (୧୫) ଫାରୁକିଙ୍କ ପ୍ରଥମ ଶିକାର ହେବା ପରେ ପଥୁମ ନିଶଙ୍କା (୪୬) ଓ କୁସାଲ ମେଣ୍ଡିସ୍ (୩୯) ପ୍ରଥମ ୱିକେଟ୍ରେ ୬୨ ରନ୍ ଭାଗୀଦାରି କରିଥିଲେ। ନିଶଙ୍କା ଅର୍ଦ୍ଧଶତକ କରିପାରି ନଥିଲା ବେଳେ ସଦୀରା ସମରବିକ୍ରମା (୩୬), ଚରିଥ ଅସଲଙ୍କା (୨୨), ଆଞ୍ଜେଲୋ ମାଥ୍ୟୁସ (୨୩), ମହେଶ ତୀକ୍ଷଣା (୨୯)ଙ୍କ ସ୍ପଳ୍ପ ରନ୍ ସହାୟତାରେ ଦଳ ସମ୍ମାନଜନକ ସ୍କୋର କରିପାରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ପ୍ରଥମ ଓଭରରେ ଚମତ୍କାର ଲୟରେ ଗତି କରୁଥିବା ରହମନୁଲ୍ଲା ଗୁରବାଜ ଖାତା ଖୋଲି ନପାରି ପ୍ୟାଭିଲିଅନ୍ ଫେରିଥିଲେ। କିନ୍ତୁ ଇବ୍ରାହିମ୍ ଜଦ୍ରାନ (୩୯), ରହମତ ଶାହ (୬୨) ମୂଳଦୁଆକୁ ଦୁର୍ବଳ ହେବାକୁ ଦେଇନଥିଲେ। ଦ୍ବିତୀୟ ୱିକେଟ୍ରେ ୭୩ ରନ୍ର ଭାଗୀଦାରି ହେବା ପରେ ହସମାତୁଲ୍ଲା ସାହିଦି (୫୮*) ଓ ଅଜମାତୁଲ୍ଲା ଓମରଜାଇ (୭୩*) ଶେଷ ପର୍ଯ୍ୟନ୍ତ ଦଳକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ୧୦୪ ବଲ୍ରୁ ୧୧୧* ରନ୍ ସଂଗ୍ରହ କରିଥିବା ଏହି ଯୋଡ଼ି ୪୫.୨ ଓଭରରେ ଶ୍ରୀଲଙ୍କାକୁ ହରାଇବାରେ ସକ୍ଷମ ହୋଇଥିଲା। ପୂର୍ବତନ ଅଧିନାୟକ ରସିଦ୍ ଖାନ୍ ଏହି ମ୍ୟାଚ୍ରେ ନିଜର ୧୦୦ତମ ଦିନିକିଆ ଖେଳିଥିଲୋ। ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଫାରୁକି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Tags: