ଶ୍ରୀଲଙ୍କାକୁ ହରାଇଲା ଦକ୍ଷିଣ ଆଫ୍ରିକା
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଚତୁର୍ଥ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ରେ ପୂର୍ବତନ ଚାମ୍ପିଅନ୍ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଅଳ୍ପ ସ୍କୋର୍ ବିଶିଷ୍ଟ ଏହି ମ୍ୟାଚ୍ରେ ୭୮ ରନ୍ ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୬.୨ ଓଭରରେ ୪ ୱିକେଟ୍ ହରାଇ ହାସଲ କରିଥିଲା। ଘାତକ ବୋଲିଂ କରିଥିବାରୁ ଅନରିକ୍ ନର୍ଖିୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଲଜ୍ଜାଜନକ ବ୍ୟାଟିଂ କରିଛି। ଅଜଣା ଓ ଅପରିଚିତ ପିଚ୍ରେ ଟସ୍ ଜିତି […]
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଚତୁର୍ଥ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ରେ ପୂର୍ବତନ ଚାମ୍ପିଅନ୍ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଅଳ୍ପ ସ୍କୋର୍ ବିଶିଷ୍ଟ ଏହି ମ୍ୟାଚ୍ରେ ୭୮ ରନ୍ ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୬.୨ ଓଭରରେ ୪ ୱିକେଟ୍ ହରାଇ ହାସଲ କରିଥିଲା। ଘାତକ ବୋଲିଂ କରିଥିବାରୁ ଅନରିକ୍ ନର୍ଖିୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଲଜ୍ଜାଜନକ ବ୍ୟାଟିଂ କରିଛି। ଅଜଣା ଓ ଅପରିଚିତ ପିଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ହିଁ ଶ୍ରୀଲଙ୍କା ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଦଳ ୮୦ ରନ୍ ବି ଛୁଇଁ ପାରି ନଥିଲା। ନର୍ଖିୟା ନ୍ୟୁୟର୍କର ଉଠା ପିଚ୍ ଓ ଢିଲା ଆଉଟ୍ ଫିଲ୍ଡର ପୂରା ଫାଇଦା ନେଇ ନିଜ ଜୀବନର ସବୁଠୁ ସ୍ମରଣୀୟ ପ୍ରଦର୍ଶନ (୪-୦-୭-୪) ଦେଇଥିଲେ। ନର୍ଖିୟାଙ୍କୁ ସ୍ପିନର୍ କେଶବ ମହାରାଜ (୨/୨୨) ଓ କାଗିସୋ ରବାଡା (୨/୨୧) ଭରପୂର ସହଯୋଗ କରିଥିଲେ। ଏହି ତିନିଜଣ ୮ ୱିକେଟ୍ ବାଣ୍ଟି ନେବା ପରେ ଶ୍ରୀଲଙ୍କା ନିଜ ଟ୍ବେଣ୍ଟି-୨୦ ଇତିହାସର ସବୁଠୁ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଞ୍ଜେଲୋ ମାଥ୍ୟୁସ (୧୬)ଙ୍କ ସହ କେବଳ କାମିନ୍ଦୁ ମେଣ୍ଡିସ୍ (୧୧) ଓ କୁଶଲ ମେଣ୍ଡିସ୍ (୧୯) ଦୁଇ ଅଙ୍କ ଛୁଇଁ ପାରିଥିଲେ।




