ଶ୍ରୀଲଙ୍କାକୁ ପରସ୍ତ କରି ପ୍ରଥମ ବିଜୟ ପାଇଲା ଅଷ୍ଟ୍ରେଲିଆ

ଲକ୍ଷ୍ନୌ: କ୍ରମାଗତ ପରାଜୟ ପରେ ୫ ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ସୋମବାର ପ୍ରଥମ ବିଜୟର ସ୍ବାଦ ପାଇଛି। ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୫ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍ ଜିତି ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୦୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଜାବବ୍ରେ ଅଷ୍ଟ୍ରେଲିଆ ଅଧା ୱିକେଟ୍ ହାତରେ ଥାଇ ବିଜୟ ଲକ୍ଷ୍ୟକୁ ୩୫.୨ ଓଭରରେ ହାସଲ କରିଥିଲା। ଏହା ଫଳରେ ଶ୍ରୀଲଙ୍କା ହ୍ୟାଟ୍ରିକ ପରାଜୟ ବରଣ କରି ନବମ ସ୍ଥାନକୁ […]

Samaya Live Picture
Published On

ଲକ୍ଷ୍ନୌ: କ୍ରମାଗତ ପରାଜୟ ପରେ ୫ ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ସୋମବାର ପ୍ରଥମ ବିଜୟର ସ୍ବାଦ ପାଇଛି। ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୫ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍ ଜିତି ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୦୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଜାବବ୍ରେ ଅଷ୍ଟ୍ରେଲିଆ ଅଧା ୱିକେଟ୍ ହାତରେ ଥାଇ ବିଜୟ ଲକ୍ଷ୍ୟକୁ ୩୫.୨ ଓଭରରେ ହାସଲ କରିଥିଲା। ଏହା ଫଳରେ ଶ୍ରୀଲଙ୍କା ହ୍ୟାଟ୍ରିକ ପରାଜୟ ବରଣ କରି ନବମ ସ୍ଥାନକୁ ଖସି ଆସିଥିଲା ବେଳେ ଅଷ୍ଟ୍ରେଲିଆ ଅଷ୍ଟମକୁ ଉନ୍ନୀତ ହୋଇଛି।
ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ବିପର୍ଯ୍ୟୟ ଭରା ପାଳିରେ ପଥୁମ ନିଶଙ୍କା (୬୧) ଓ କୁଶଲ ପେରେରା (୭୮) ଶ୍ରୀଲଙ୍କା ପାଇଁ ପ୍ରଥମ ୱିକେଟ୍ରେ ୧୨୫ ରନ୍ ଭାଗୀଦାରି କରିଥିଲେ ହେଁ ଏମାନଙ୍କ ପରେ କେବଳ ଚରିତ ଅସଲଙ୍କା ଏକମାତ୍ର ବ୍ୟାଟର୍ ଭାବେ ଦୁଇ ଅଙ୍କ (୨୫) ଛୁଇଁଥିଲେ। ପଥୁମ ଓ କୁଶଲଙ୍କୁ ପ୍ୟାଟ୍ କମିନ୍ସ ଆଉଟ୍ କରିବା ପରେ ଅବଶିଷ୍ଟ କାମ ଆଦାମ ଜାମ୍ପା ଓ ମିଚେଲ ଷ୍ଟାର୍କ (୨/୪୩) ଶେଷ କରିଥିଲେ। ଜାମ୍ପା ୮ ଓଭରରେ ୪୭ ରନ୍ ବ୍ୟୟ କରି ମଧ୍ୟ ୪ ୱିକେଟ୍ ପାଇଥିଲେ। ୨୧୦ ରନ୍ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ଅଷ୍ଟ୍ରେଲିଆ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲା। ଡେଭିଡ୍ ୱାର୍ଣ୍ଣର ୧୧ ଓ ଷ୍ଟିଭେନ ସ୍ମିଥ ଖାତା ଖୋଲିବା ଆଗରୁ ଆଉଟ୍ ହୋଇଯାଇଥିଲେ। ଏହାସତ୍ତ୍ବେ ମିଚେଲ ମାର୍ଶ (୫୨), ମାର୍ନସ ଲବୁସାନ (୪୦), ଜୋସ ଇଂଲିସ (୫୮) ଓ ଗ୍ଲେନ ମ୍ୟାକ୍ସୱେଲ(୩୧*) ଭଲ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ପ୍ରଥମ ବିଜୟ ଭେଟି ଦେଇଥିଲେ। ଜାମ୍ପା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Tags: