ଶ୍ରୀଲଙ୍କାକୁ ଝଟ୍‌କା; ଆହତ ଯୋଗୁଁ ବିଶ୍ବକପ୍ରୁ ବାଦ୍ ପଡ଼ିଲେ ଶଣକା

ନୂଆଦିଲ୍ଲୀ: ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଆହତ ଯୋଗୁଁ ଭାରତରେ ଚାଲିଥିବା ଦିନିକିଆ ବିଶ୍ବକପ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଦଳରେ ଷ୍ଟାଣ୍ଡ ବାଇ ଖେଳାଳି ଚାମିକା କରୁଣାରତ୍ନେ ସାମିଲ ହୋଇଛନ୍ତି। ଏପର୍ଯ୍ୟନ୍ତ ଚଳିତ ବିଶ୍ବକପରେ ବିଜୟ ସ୍ବାଦ ପାଇନଥିବା ବେଳେ ଏହାର ଅଧିନାୟକକୁ ହରାଇବା ଶ୍ରୀଲଙ୍କାକୁ ବଡ଼ ଝଟ୍‌କା ଲାଗିଛି। ‘‘ପାକିସ୍ତାନ ବିପକ୍ଷ ୧୦ ତାରିଖ ମ୍ୟାଚ୍ରେ ଶଣକା ଆହତ ହୋଇଥିଲେ। ଏଥିରୁ ମୁକୁଳିବାକୁ ତାଙ୍କୁ ୩ ସପ୍ତାହ ଲାଗିବ। ତେଣୁ ବିଶ୍ବକପ୍ରୁ ସେ ବାଦ୍ […]

Samaya Live Picture
Published On

ନୂଆଦିଲ୍ଲୀ: ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଆହତ ଯୋଗୁଁ ଭାରତରେ ଚାଲିଥିବା ଦିନିକିଆ ବିଶ୍ବକପ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଦଳରେ ଷ୍ଟାଣ୍ଡ ବାଇ ଖେଳାଳି ଚାମିକା କରୁଣାରତ୍ନେ ସାମିଲ ହୋଇଛନ୍ତି। ଏପର୍ଯ୍ୟନ୍ତ ଚଳିତ ବିଶ୍ବକପରେ ବିଜୟ ସ୍ବାଦ ପାଇନଥିବା ବେଳେ ଏହାର ଅଧିନାୟକକୁ ହରାଇବା ଶ୍ରୀଲଙ୍କାକୁ ବଡ଼ ଝଟ୍‌କା ଲାଗିଛି। ‘‘ପାକିସ୍ତାନ ବିପକ୍ଷ ୧୦ ତାରିଖ ମ୍ୟାଚ୍ରେ ଶଣକା ଆହତ ହୋଇଥିଲେ। ଏଥିରୁ ମୁକୁଳିବାକୁ ତାଙ୍କୁ ୩ ସପ୍ତାହ ଲାଗିବ। ତେଣୁ ବିଶ୍ବକପ୍ରୁ ସେ ବାଦ୍ ପଡ଼ିଛନ୍ତି। ବୈଷୟିକ କମିଟିର ଅନୁମୋଦନ ପରେ ତାଙ୍କ ସ୍ଥାନରେ ୨୩ ଦିନିକିଆ ଖେଳିଥିବା କରୁଣାରତ୍ନେଙ୍କୁ ସ୍ଥାନ ମିଳିଛି’’ ବୋଲି ଆଇସିସି କହିଛି। ଶଣଙ୍କାଙ୍କ ଅନୁପସ୍ଥିତିରେ ଉପଅଧିନାୟକ କୁସାଲ ମେଣ୍ଡିସ ଦଳର ନେତୃତ୍ବ ଭାର ସମ୍ଭାଳିବେ।

Tags: