ଶେଷ ହେଲା ଆବୁଧାବି ଗ୍ରାଁ ପ୍ରି; ରେଡବୁଲ୍ ଡ୍ରାଇଭର ଭର୍ସ୍ତାପେନ ବିଜେତା

ଆବୁଧାବି: ଚଳିତ ଫର୍ମୁଲା ୱାନ୍ ଋତୁର ୨୩ତମ ତଥା ଶେଷ ଗ୍ରାଁ ପ୍ରି ଆବୁଧାବି ୟୁଏଇରେ ଶେଷ ହୋଇଯାଇଛି। ଏହି ଗ୍ରାଁ ପ୍ରି ଜିତିବା ସହ ନେଦରଲାଣ୍ଡ୍ସର ରେଡ୍ବୁଲ ଡ୍ରାଇଭର ମ୍ୟାକ୍ସ ଭର୍ସ୍ତାପେନ ୨୦୨୩ ଋତୁ ଶେଷ କରିଛନ୍ତି। ଚଳିତ ଋତୁରେ ୧୦୦୦ ଲାପ୍ ଆଗରେ ରହିବା ସହ ସେ ୧୯ତମ ଗ୍ରାଁ ପ୍ରି ଟ୍ରଫି ଜିତିଛନ୍ତି। ଏହି ରେସ୍ ଆରମ୍ଭ ପୂର୍ବରୁ ସେ ଚଳିତ ଋତୁରେ ୧୨ ପୋଲ୍ ପୋଜିସନ ପାଇ ଲୁଇସ ହାମିଲ୍ଟନଙ୍କ ରେକର୍ଡ […]

Samaya Live Picture
Published On

ଆବୁଧାବି: ଚଳିତ ଫର୍ମୁଲା ୱାନ୍ ଋତୁର ୨୩ତମ ତଥା ଶେଷ ଗ୍ରାଁ ପ୍ରି ଆବୁଧାବି ୟୁଏଇରେ ଶେଷ ହୋଇଯାଇଛି। ଏହି ଗ୍ରାଁ ପ୍ରି ଜିତିବା ସହ ନେଦରଲାଣ୍ଡ୍ସର ରେଡ୍ବୁଲ ଡ୍ରାଇଭର ମ୍ୟାକ୍ସ ଭର୍ସ୍ତାପେନ ୨୦୨୩ ଋତୁ ଶେଷ କରିଛନ୍ତି। ଚଳିତ ଋତୁରେ ୧୦୦୦ ଲାପ୍ ଆଗରେ ରହିବା ସହ ସେ ୧୯ତମ ଗ୍ରାଁ ପ୍ରି ଟ୍ରଫି ଜିତିଛନ୍ତି। ଏହି ରେସ୍ ଆରମ୍ଭ ପୂର୍ବରୁ ସେ ଚଳିତ ଋତୁରେ ୧୨ ପୋଲ୍ ପୋଜିସନ ପାଇ ଲୁଇସ ହାମିଲ୍ଟନଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ। ଭର୍ସ୍ତାପେନଙ୍କ ପଛକୁ ଆବୁଧାବିରେ ଫେରାରି ଡ୍ରାଇଭର ଚାର୍ଲସ ଲେକଲର୍କ ଦ୍ବିତୀୟ ଏବଂ ମର୍ସିଡିଜ୍ର ଜର୍ଜ ରସେଲ ଓ ରେଡ୍ବୁଲ୍ର ସର୍ଜିଓ ପେରୋଜ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରି ପୋଡିୟମ ଫିନିସ କରିଥିଲେ। ହାମିଲଟନ ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।

Tags: