ଶେଷ ବଲ୍‌ରେ ଆର୍‌ସିବିକୁ ହରାଇଲା କେକେଆର୍

କୋଲକାତା: ଶେଷ ବଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ହରାଇ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ରେ ପଞ୍ଚମ ବିଜୟ ପାଇଛି। କେକେଆର୍ ପକ୍ଷରୁ ଧାର୍ଯ୍ୟ ୨୨୩ ରନ୍ର ଲକ୍ଷ୍ୟକୁ ପିଛା କରି ଆର୍ସିବି ୨୨୧ ରନ୍ରେ ଅଲଆଉଟ୍ ହୋଇଥିଲା। କେକେଆର୍ ପାଇଁ ଶ୍ରେୟସ ଆୟର ୫୦, ଫିଲ୍ ସଲ୍ଟ ୪୮ ରନ୍ ସଂଗ୍ରହ କରି ଦ୍ବିଶତକ ଅତିକ୍ରମ କରାଇଥିଲା ବେଳେ ତଳ ଭାଗରେ ରମଣଦୀପ ସିଂହ ୯ ବଲ୍ରୁ ଦ୍ରୁତ ୨୬ ରନ୍ ଆଦାୟ କରି […]

Samaya Live Picture
Published On

କୋଲକାତା: ଶେଷ ବଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ହରାଇ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ରେ ପଞ୍ଚମ ବିଜୟ ପାଇଛି। କେକେଆର୍ ପକ୍ଷରୁ ଧାର୍ଯ୍ୟ ୨୨୩ ରନ୍ର ଲକ୍ଷ୍ୟକୁ ପିଛା କରି ଆର୍ସିବି ୨୨୧ ରନ୍ରେ ଅଲଆଉଟ୍ ହୋଇଥିଲା। କେକେଆର୍ ପାଇଁ ଶ୍ରେୟସ ଆୟର ୫୦, ଫିଲ୍ ସଲ୍ଟ ୪୮ ରନ୍ ସଂଗ୍ରହ କରି ଦ୍ବିଶତକ ଅତିକ୍ରମ କରାଇଥିଲା ବେଳେ ତଳ ଭାଗରେ ରମଣଦୀପ ସିଂହ ୯ ବଲ୍ରୁ ଦ୍ରୁତ ୨୬ ରନ୍ ଆଦାୟ କରି ଦଳକୁ ୨୨୨/୬ରେ ପହଞ୍ଚାଇଥିଲେ। କିନ୍ତୁ ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ଆର୍ସିବି ପାୱାରପ୍ଲେ ଭିତରେ ବିରାଟ କୋହଲି ଓ ଫାଫ୍ ଡୁପ୍ଲେସିସ୍ଙ୍କୁ ହରାଇଥିଲା। ୱିଲ ଜାକ୍ସ ଓ ରଜତ ପାଟିଦାର ଅର୍ଦ୍ଧଶତକୀୟ ପାଳି ଲେଖାଏଁ ଖେଳି ଦଳକୁ ସମ୍ଭାଳି ନେଇଥିଲେ ମଧ୍ୟ ଏମାନଙ୍କ ୱିକେଟ୍ ଯିବା ପରେ ପୁଣି ଥରେ ବିପର୍ଯ୍ୟୟ ଘେରରେ ଆର୍ସିବି ପଡ଼ିଯାଇଥିଲା। ଶେଷ ବଲ୍ରେ ବିଜୟ ପାଇଁ ୩ରନ୍ ଆବଶ୍ୟକ ହେଉଥିଲେ ମଧ୍ୟ ଲୋକି ଫର୍ଗ୍ୟୁସନ୍ ୨ରନ୍ ନେଇ ଟାଇ କରିବା ଲକ୍ଷ୍ୟରେ ଥିଲେ। କିନ୍ତୁ କ୍ରିଜ୍ରେ ପହଞ୍ଚିବା ପୂର୍ବରୁ ସେ ରନ୍ଆଉଟ୍ ହୋଇଯାଇଥିଲେ।

Tags: