ଶେଷ‌ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଶୃଙ୍ଖଳା ଜିତିଲା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ରେ ୧୩୫ ରନ୍‌ର ବୃହତ୍‌ ବିଜୟ ପାଇଛି ଭାରତୀୟ ଦଳ। ଭାରତର ୨୮୩ ରନ୍ ଜବାବରେ ଘରୋଇ ଦଳ ୧୪୮ ରନ୍ କରିଥିଲା। ନିୟମିତ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ୱିକେଟ୍‌ ହରାଇଥିଲା ବେଳେ ତ୍ରିଷ୍ଟନ ଷ୍ଟବ୍ସ (୪୩), ଡେଭିଡ୍ ମିଲର (୩୬) ଓ ଗେରାଲ୍ଡ କୋଏଟ୍‌ଜି (୧୨) ଦୁଇଅଙ୍କରେ ପହଞ୍ଚିଥିଲେ। ଅର୍ଶଦୀପ ସିଂହ‌ ୩, ଅକ୍ଷର ପଟେଲ ୨, […]

Samaya Live Picture
Published On

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ରେ ୧୩୫ ରନ୍‌ର ବୃହତ୍‌ ବିଜୟ ପାଇଛି ଭାରତୀୟ ଦଳ। ଭାରତର ୨୮୩ ରନ୍ ଜବାବରେ ଘରୋଇ ଦଳ ୧୪୮ ରନ୍ କରିଥିଲା। ନିୟମିତ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ୱିକେଟ୍‌ ହରାଇଥିଲା ବେଳେ ତ୍ରିଷ୍ଟନ ଷ୍ଟବ୍ସ (୪୩), ଡେଭିଡ୍ ମିଲର (୩୬) ଓ ଗେରାଲ୍ଡ କୋଏଟ୍‌ଜି (୧୨) ଦୁଇଅଙ୍କରେ ପହଞ୍ଚିଥିଲେ। ଅର୍ଶଦୀପ ସିଂହ‌ ୩, ଅକ୍ଷର ପଟେଲ ୨, ବରୁଣ ଚକ୍ରବର୍ତ୍ତୀ ୨ ୱିକେଟ୍‌ ନେଇଥିଲେ। ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିବା ପରେ ସଂଜୁ ସାମ୍‌ସନ୍‌, ତିଳକ ବର୍ମା ଦ୍ବିତୀୟ ୱିକେଟ୍‌ ଭାଗୀଦାରିରେ ରେକର୍ଡ କରିଥିଲେ। ଅଭିଷେକ ଶର୍ମା (୩୬ ରନ୍‌, ୧୮ ବଲ୍‌, ୨ ଚୌକା, ୪ ଛକା) ଦ୍ରୁତ ରନ୍‌ ସଂଗ୍ରହ କରି ଏକମାତ୍ର ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ଏହାପରେ ସଂଜୁ ଓ ତିଳକ ଚୌକା ଛକା ବର୍ଷା କରିଥିଲେ। ୨୮ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ସଂଜୁ ପରବର୍ତ୍ତୀ ୫୦ ରନ୍‌ ପାଇଁ ୨୩ ବଲ୍‌ ଖେଳିଥିଲେ। ଏହି ପାଳିରେ ସେ ୫୬ ବଲ୍‌ ଖେଳିଥିଲା ବେଳେ ବାଉଣ୍ଡରିରୁ ୭୮ ରନ୍‌ (୬ ଚୌକା, ୯ ଛକା) ଉଠାଇଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୦୯* ରନ୍‌ କରିଥିଲେ। ସେହିପରି ତିଳକ ମଧ୍ୟ ଏକାଧିକ ଜୀବନଦାନ ପାଇ ବିଶ୍ବର ଦ୍ରୁତତମ ଶତକ କରିପାରି ନଥିଲେ ମଧ୍ୟ ସଂଜୁଙ୍କଠୁ ୧୦ ବଲ୍‌ କମ୍‌ ଖେଳି ଶତକରେ ପହଞ୍ଚି ଯାଇଥିଲେ। ୪୭ ବଲରୁ ୧୨୦* ରନ୍‌ କରିଥିବା ତିଳକ କିନ୍ତୁ ବାଉଣ୍ଡରିରେ ୯୬ ରନ୍‌ କରିଥିଲେ। ତାଙ୍କ ବାଉଣ୍ଡରି ଭିତରେ ୯ ଚୌକା ଓ ୧୦ ଛକା ସାମିଲ ଥିଲା। ସଂଜୁଙ୍କ ପାଇଁ ଏହା ତୃତୀୟ ଶତକ ହୋଇଥିଲା ବେଳେ ତିଳକ ଲଗାତାର ଶତକ ମାରିଛନ୍ତି। ଲଗାତାର ଶତକ ମାରିବାରେ ବିଶ୍ବରେ ସେ ସଂଜୁଙ୍କ ତଳକୁ ଚତୁର୍ଥ ଖେଳାଳି ହୋଇପାରିଛନ୍ତି। ଦ୍ବିତୀୟ ୱିକେଟ୍‌ ଭାଗୀଦାରିରେ ଉଭୟ କରିଥିବା ୨୧୦* (୮୬ ବଲ୍‌) ରନ୍‌ ମଧ୍ୟ ଏକ ବିଶ୍ବ ରେକର୍ଡ ହୋଇଛି। ଅନ୍ୟପକ୍ଷରେ ଭାରତ ପାଇଁ ମଧ୍ୟ ଯେକୌଣସି ୱିକେଟ୍‌ରେ ଏହା ସର୍ବୋଚ୍ଚ ଭାଗୀଦାରି। ୨୮୩/୧ ସ୍କୋର ଭାରତର ଦ୍ବିତୀୟ ସର୍ବାଧିକ ହୋଇଛି। ଗତ ମାସରେ ବାଂଲାଦେଶ ବିପକ୍ଷରେ ଭାରତ ୨୯୭/୬ କରିଥିଲା।

Tags: