ଶେଷ ଆସେସକୁ ଜିତିଲା ଇଂଲଣ୍ଡ: ଅଷ୍ଟ୍ରେଲିଆ ପାଖରେ ରହିଲା ଟ୍ରଫି

ଲଣ୍ଡନ୍: ବର୍ଷା ବାଧା ସୃଷ୍ଟି କରିବା ସତ୍ତ୍ବେ ଆସେସ୍ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ରୋମାଞ୍ଚକ ଭାବେ ଶେଷ ହୋଇଛି। ଓଭାଲରେ ଖେଳାଯାଇଥିବା ଏହି ଟେଷ୍ଟ୍କୁ ଇଂଲଣ୍ଡ ୪୯ ରନ୍ରେ ଜିତି ନେଇଛି। ଏଥି ସହ ଇଂଲଣ୍ଡ ଶୃଙ୍ଖଳାକୁ ୨-୨ରେ ଅମୀମାଂସିତ ରଖିଛି। ଅଷ୍ଟ୍ରେଲିଆ କିନ୍ତୁ ଗତ ଶୃଙ୍ଖଳା ଜିତିଥିବାରୁ ଆସେସ୍ ଟ୍ରଫି ବଜାୟ ରଖିଛି ଷ୍ଟୁଆର୍ଟ ବ୍ରଡ୍ ଶେଷ ଦୁଇ ୱିକେଟ୍ ଅକ୍ତିଆର କରି ଖେଳ ଜୀବନକୁ ଶେଷ କରିଛନ୍ତି। ୩୮୪ ରନ୍ର କଷ୍ଟସାଧ୍ୟ […]

Samaya Live Picture
Published On

ଲଣ୍ଡନ୍: ବର୍ଷା ବାଧା ସୃଷ୍ଟି କରିବା ସତ୍ତ୍ବେ ଆସେସ୍ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ରୋମାଞ୍ଚକ ଭାବେ ଶେଷ ହୋଇଛି। ଓଭାଲରେ ଖେଳାଯାଇଥିବା ଏହି ଟେଷ୍ଟ୍କୁ ଇଂଲଣ୍ଡ ୪୯ ରନ୍ରେ ଜିତି ନେଇଛି। ଏଥି ସହ ଇଂଲଣ୍ଡ ଶୃଙ୍ଖଳାକୁ ୨-୨ରେ ଅମୀମାଂସିତ ରଖିଛି। ଅଷ୍ଟ୍ରେଲିଆ କିନ୍ତୁ ଗତ ଶୃଙ୍ଖଳା ଜିତିଥିବାରୁ ଆସେସ୍ ଟ୍ରଫି ବଜାୟ ରଖିଛି ଷ୍ଟୁଆର୍ଟ ବ୍ରଡ୍ ଶେଷ ଦୁଇ ୱିକେଟ୍ ଅକ୍ତିଆର କରି ଖେଳ ଜୀବନକୁ ଶେଷ କରିଛନ୍ତି। ୩୮୪ ରନ୍ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ୩୩୪ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଉସମାନ ଖୱାଜା (୭୨) ଏବଂ ଡେଭିଡ୍ ୱାର୍ଣ୍ଣର (୬୦) ପ୍ରଥମ ୱିକେଟ୍ ପାଇଁ ୧୪୦ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ମେଘୁଆ ପରିବେଶରୁ ଫାଇଦା ଉଠାଇ ଇଂଲଣ୍ଡ ବୋଲର ନିୟମିତ ବ୍ୟବଧାନରେ ୱିକେଟ୍ ବାହାର କରିବାରୁ ଅଷ୍ଟ୍ରେଲିଆ ଅଡ଼ୁଆରେ ପଡ଼ିଥିଲା। ଷ୍ଟିଭେନ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡ୍ ଚତୁର୍ଥ ୱିକେଟ୍ ପାଇଁ ୯୫ ରନ୍ ଭାଗୀଦାରି କରି ଅଷ୍ଟ୍ରେଲିଆ ପାଇଁ ଆଶା ସଂଚାର କରିଥିଲେ। ସ୍ମିଥ୍ ଏବଂ ମିଙଚେଲ ଷ୍ଟାର୍କଙ୍କୁ କ୍ରିସ୍ ୱକ୍ସ ଆଉଟ୍ କରିଥିବାବେଳେ ହେଡ୍, ମିଚେଲ୍ ମାର୍ସ, ପ୍ୟାଟ୍ କମିନ୍ସଙ୍କୁ ପ୍ୟାଭିଲିଅନ୍ ପଠାଇ ମୋଇନ୍ ଅଲୀ ଇଂଲଣ୍ଡ ପାଇଁ ବାଟ ଫିଟାଇଥିଲେ। ଏହି ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମ ପାଳିରେ ୨୮୩ ରନ୍ ଓ ଅଷ୍ଟ୍ରେଲିଆ ୨୯୫ ରନ୍ କରିଥିଲେ। ଦ୍ବିତୀୟ ପାଳିରେ ଇଂଲଣ୍ଡ ୩୯୫ ରନ୍ ସ୍କୋର କରିବା ପରେ ଅଷ୍ଟ୍ରେଲିଆକୁ ୩୩୪ ରନ୍ରେ ଅଲଆଉଟ୍ କରିଥିଲା।

Tags: