ଶୁବମନ ଗିଲ୍ ଗୁଜରାଟ ଟାଇଟନ୍ସର ନୂଆ ଅଧିନାୟକ
ଅହମଦାବାଦ: ହାର୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଚାଲିଯିବା ପରେ ଯୁବ ବ୍ୟାଟର ଶୁବମନ ଗିଲ୍ଙ୍କୁ ଗୁଜରାଟ ଟାଇଟନ୍ସର ନୂଆ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଆଇପିଏଲ୍ରେ ଗିଲ୍ ୯୧ ମ୍ୟାଚ୍ ଖେଳିଥିବା ଗିଲ୍ ୨୭୯୦ ରନ୍ ସଂଗ୍ରହ କରିସାରିଛନ୍ତି। ଯାହାମଧ୍ୟରେ ୩ ଶତକ ଓ ୧୮ ଅର୍ଦ୍ଧଶତକ ସାମିଲ ଅଛି। ଏହି ୩ ଶତକ ଚଳିତ ବର୍ଷ ଆସିଥିଲା। ଗୁଜରାଟ ଟାଇଟନ୍ସ ଆଇପିଏଲ୍ ପଦାର୍ପଣରେ ଗତବର୍ଷ ବିଜେତା ହୋଇଥିଲା ବେଳେ ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସଠୁ […]
ଅହମଦାବାଦ: ହାର୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଚାଲିଯିବା ପରେ ଯୁବ ବ୍ୟାଟର ଶୁବମନ ଗିଲ୍ଙ୍କୁ ଗୁଜରାଟ ଟାଇଟନ୍ସର ନୂଆ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଆଇପିଏଲ୍ରେ ଗିଲ୍ ୯୧ ମ୍ୟାଚ୍ ଖେଳିଥିବା ଗିଲ୍ ୨୭୯୦ ରନ୍ ସଂଗ୍ରହ କରିସାରିଛନ୍ତି। ଯାହାମଧ୍ୟରେ ୩ ଶତକ ଓ ୧୮ ଅର୍ଦ୍ଧଶତକ ସାମିଲ ଅଛି। ଏହି ୩ ଶତକ ଚଳିତ ବର୍ଷ ଆସିଥିଲା। ଗୁଜରାଟ ଟାଇଟନ୍ସ ଆଇପିଏଲ୍ ପଦାର୍ପଣରେ ଗତବର୍ଷ ବିଜେତା ହୋଇଥିଲା ବେଳେ ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସଠୁ ପରାଜିତ ହୋଇ ଉପବିଜେତା ହୋଇଥିଲା। ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲ୍ରୁ ୧୨୯ ରନ୍ର ବିସ୍ଫୋରକ ପାଳି ଖେଳି ଗିଲ୍ ପ୍ଲେ ଅଫ୍ରେ ସର୍ବୋଚ୍ଚ ରନ୍ ହାସଲକାରୀ ହୋଇଥିଲେ। ତେବେି ନୂଆ ଦାୟିତ୍ବ ମିଳିବା ପରେ ଗିଲ୍ ଖୁସି ବ୍ୟକ୍ତ କରିବା ସହ ତାଙ୍କ ଉପରେ ବିଶ୍ବାସ ରଖିଥିବାରୁ ଫ୍ରାଞ୍ଚାଇଜକୁ କୃତଜ୍ଞତା ଜଣାଇଛନ୍ତି। ଦୁଇଟି ସଫଳ ସଂସ୍କରଣ ଯିବା ପରେ ଆଗକୁ ଦଳକୁ ଆହୁରି ସଫଳତା ଦିଗରେ ନେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।




