ଶାହ ଖୱାର ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ
ଇସଲାମାବାଦ୍: ପାକିସ୍ତାନ ସୁପ୍ରିମକୋର୍ଟର ଆଇନଜୀବୀ ଶାହ ଖୱାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଖୱାର ପୂର୍ବରୁ ପିସିବିର ନିର୍ବାଚନ ଆୟୁକ୍ତ ଭାବେ ମଧ୍ୟ କାମ କରିସାରିଛନ୍ତି। ଆସନ୍ତା ମାସରେ ସ୍ଥାୟୀ ଅଧ୍ୟକ୍ଷ ପାଇଁ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଖୱାର୍ ବଡ଼ ଭୂମିକା ନେବେ ବୋଲି ଚର୍ଚ୍ଚା ହେଉଛି। ଆଗକୁ ପିସିବିର ଅବାଧ ଓ ସ୍ବଚ୍ଛ ନିର୍ବାଚନ କରାଇବା ତାଙ୍କର ଲକ୍ଷ୍ୟ ବୋଲି ଖୱାର୍ କହିଛନ୍ତି। ତେବେ ପିସିବି ଅଧ୍ୟକ୍ଷ […]
ଇସଲାମାବାଦ୍: ପାକିସ୍ତାନ ସୁପ୍ରିମକୋର୍ଟର ଆଇନଜୀବୀ ଶାହ ଖୱାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଖୱାର ପୂର୍ବରୁ ପିସିବିର ନିର୍ବାଚନ ଆୟୁକ୍ତ ଭାବେ ମଧ୍ୟ କାମ କରିସାରିଛନ୍ତି। ଆସନ୍ତା ମାସରେ ସ୍ଥାୟୀ ଅଧ୍ୟକ୍ଷ ପାଇଁ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଖୱାର୍ ବଡ଼ ଭୂମିକା ନେବେ ବୋଲି ଚର୍ଚ୍ଚା ହେଉଛି। ଆଗକୁ ପିସିବିର ଅବାଧ ଓ ସ୍ବଚ୍ଛ ନିର୍ବାଚନ କରାଇବା ତାଙ୍କର ଲକ୍ଷ୍ୟ ବୋଲି ଖୱାର୍ କହିଛନ୍ତି। ତେବେ ପିସିବି ଅଧ୍ୟକ୍ଷ ଦୌଡ଼ରେ ପଞ୍ଜାବ ପ୍ରୋଭିନ୍ସ ମୁଖ୍ୟମନ୍ତ୍ରୀଙ୍କ କେୟାରଟେକର ମୋହସିନ୍ ନକ୍ଭି ଆଗରେ ରହିଛନ୍ତି। ତାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ କେୟାରଟେକର ଅନୱରୁଲ୍ ହକ୍ କାକର ମଧ୍ୟ ଏହି ଦୌଡ଼ରେ ଅଛନ୍ତି।




