ଶନିବାର ସନ୍ଧ୍ୟାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସହ ଲଢିବ ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ: ଋଷଭ ପନ୍ତ୍ଙ୍କ ଅନୁପସ୍ଥିତିରେ ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ବିପକ୍ଷରେ ଶନିବାର ଅଭିଯାନ ଆରମ୍ଭ କରିବ। ଏଲ୍ଏସ୍ଜି ପ୍ରଥମ ଥର ପାଇଁ ଲକ୍ଷ୍ନୌରେ ମ୍ୟାଚ୍ ଖେଳିବ। ଏଭଳି ସ୍ଥିତିରେ ଅଧିନାୟକ କେଏଲ୍ ରାହୁଲଙ୍କ ପାଇଁ ପ୍ରଥମ ମ୍ୟାଚ୍ ଆହ୍ବାନ ଭରା ରହିବ। କାରଣ ସେ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି। ତେଣୁ ନିଜକୁ ପ୍ରମାଣିତ କରିବାକୁ ହେଲେ ପ୍ରତିଟି ମ୍ୟାଚ୍ ରାହୁଲଙ୍କ ପାଇଁ […]
ନୂଆଦିଲ୍ଲୀ: ଋଷଭ ପନ୍ତ୍ଙ୍କ ଅନୁପସ୍ଥିତିରେ ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ବିପକ୍ଷରେ ଶନିବାର ଅଭିଯାନ ଆରମ୍ଭ କରିବ। ଏଲ୍ଏସ୍ଜି ପ୍ରଥମ ଥର ପାଇଁ ଲକ୍ଷ୍ନୌରେ ମ୍ୟାଚ୍ ଖେଳିବ। ଏଭଳି ସ୍ଥିତିରେ ଅଧିନାୟକ କେଏଲ୍ ରାହୁଲଙ୍କ ପାଇଁ ପ୍ରଥମ ମ୍ୟାଚ୍ ଆହ୍ବାନ ଭରା ରହିବ। କାରଣ ସେ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି। ତେଣୁ ନିଜକୁ ପ୍ରମାଣିତ କରିବାକୁ ହେଲେ ପ୍ରତିଟି ମ୍ୟାଚ୍ ରାହୁଲଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ।
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୱାର୍ଣ୍ଣରଙ୍କ ସହ ପୃଥ୍ବୀ ସ ପାଳି ଆରମ୍ଭ କରିବେ। ତେବେ ମଧ୍ୟକ୍ରମରେ ପନ୍ତ୍ ନଥିବାରୁ କେବଳ ରୋଭମାନ ପାୱେଲ୍ଙ୍କ ଉପରେ ଦଳ ନିର୍ଭର କରିବ। ଯୁବ କ୍ରିକେଟର ୟାଶ ଧୂଲ୍, ସରଫରାଜ ଖାନ୍ ବଡ଼ ମଞ୍ଚରେ ଖେଳିବା ଅଭିଜ୍ଞତା କମ୍ ରହିଛି। ତଥାପି ଆଇପିଏଲ୍ ସେମାନଙ୍କ ପାଇଁ ସୁଯୋଗ ରହିବ। ସେହିପରି ଅନରିକ୍ ନର୍ଖିୟା, ଲୁଙ୍ଗି ଏନ୍ଗିଡି ଓ ମୁସ୍ତାଫିଜୁର ରେହମାନ୍ ବିଳମ୍ବରେ ଦଳ ସହ ଯୋଗଦେଉଥିବାରୁ ଏମାନଙ୍କ ବିନା ବୋଲିଂ କ୍ରମ ଦୁର୍ବଳ ହୋଇଯିବ। ଇଶାନ୍ତ ଶର୍ମା ଲୟ ପାଇବାକୁ ସଂଘର୍ଷ କରିଆସୁଥିଲା ବେଳେ ଖଲିଲ୍ ଅହମ୍ମଦ ଓ ଚେତନ ସାକାରିଆ ନିୟମିତ ଦ୍ରୁତ ବୋଲର ହୋଇପାରିନାହାନ୍ତି। ପଦାର୍ପଣ ଅପେକ୍ଷାରେ ଥିବା ମୁକେଶ କୁମାର ମଧ୍ୟ ଏଭଳି ମଞ୍ଚରେ ନୂଆ। ତେଣୁ ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ୮ ଓଭର ହିଁ ଦିଲ୍ଲୀ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ।
ତେବେ ଏହି ମ୍ୟାଚ୍ ଜରିଆରେ ରାହୁଲଙ୍କ ମାନସିକତା ଉପରେ ସମସ୍ତଙ୍କ ନଜର ରହିବ। ଖରାପ ପ୍ରଦର୍ଶନ ଯୋଗୁଁ ଟେଷ୍ଟ ଉପଅଧିନାୟକ ହୋଇଥିଲେ ବି ତାଙ୍କୁ ଭାରତୀୟ ଦଳରୁ ବାହାର କରାଯାଇଥିଲା। ପରେ ଦିନିକିଆରେ ଲୟକୁ ଫେରିଥିଲେ। ହେଲେ ତାଙ୍କ ବ୍ୟାଟ୍ ଯେତିକି ଗର୍ଜନ କରିବା କଥା ସେଭଳି ହୋଇନାହିଁ। ତେଣୁ ଇମ୍ପାକ୍ଟ ପ୍ଲେୟାର ରାହୁଲଙ୍କୁ ଟିକେ ସାହସ ଯୋଗାଇପାରିବ। ଅମିତ ମିଶ୍ରାଙ୍କ ଭଳି ବୋଲରଙ୍କୁ ମାର୍ଶ କିମ୍ବା ପାୱେଲଙ୍କ ବିପକ୍ଷରେ ବୋଲିଂ କରାଇ ଖେଳ ଉପରେ ନିୟନ୍ତ୍ରଣ ଆଣିପାରିବେ। ଏହାବାଦ୍ ମଧ୍ୟକ୍ରମରେ କୃନାଲ ପାଣ୍ଡ୍ୟା, ଆୟୁଷ ବାଦୋନି, ଦୀପକ ହୁଦାଙ୍କ ଉପରେ ମଧ୍ୟ ଦଳ ନର୍ଭର କରିବ।




