ଲୁସାଇଲରେ ଏଏଫ୍‌ସି ଏସୀୟ କପ୍‌ର ଉଦ୍ଘାଟନୀ ଓ ଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ: ଗତ ବର୍ଷ ଫିଫା ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ ଆୟୋଜନ କରିଥିବା କାତାରର ଲୁସାଇଲ ଷ୍ଟାଡିୟମକୁ ଆଗାମୀ ଏଏଫ୍‌ସି ଏସୀୟ କପ୍‌ର ଉଦ୍ଘାଟନୀ ଓ ଫାଇନାଲ୍ ମ୍ୟାଚ୍ ଆୟୋଜନର ଅଧିକାର ମିଳିଛି। ସ୍ଥାନୀୟ ଆୟୋଜକ କମିଟି ଏନେଇ ଘୋଷଣା କରିଛି। ଆସନ୍ତା ବର୍ଷ ଜାନୁଆରି ୧୨ରେ ଗତ ସଂସ୍କରଣର ଚାମ୍ପିଅନ୍ କାତାର ଓ ଲେବାନନ ମଧ୍ୟରେ ଗ୍ରୁପ୍-ଏ’ ମ୍ୟାଚ୍ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଫେବ୍ରୁଆରି ୧୦ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତା ଲୁଇସାଲ ବାଦ୍ […]

Samaya Live Picture
Published On

ନୂଆଦିଲ୍ଲୀ: ଗତ ବର୍ଷ ଫିଫା ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ ଆୟୋଜନ କରିଥିବା କାତାରର ଲୁସାଇଲ ଷ୍ଟାଡିୟମକୁ ଆଗାମୀ ଏଏଫ୍‌ସି ଏସୀୟ କପ୍‌ର ଉଦ୍ଘାଟନୀ ଓ ଫାଇନାଲ୍ ମ୍ୟାଚ୍ ଆୟୋଜନର ଅଧିକାର ମିଳିଛି। ସ୍ଥାନୀୟ ଆୟୋଜକ କମିଟି ଏନେଇ ଘୋଷଣା କରିଛି। ଆସନ୍ତା ବର୍ଷ ଜାନୁଆରି ୧୨ରେ ଗତ ସଂସ୍କରଣର ଚାମ୍ପିଅନ୍ କାତାର ଓ ଲେବାନନ ମଧ୍ୟରେ ଗ୍ରୁପ୍-ଏ’ ମ୍ୟାଚ୍ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଫେବ୍ରୁଆରି ୧୦ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତା ଲୁଇସାଲ ବାଦ୍ ୬ ଷ୍ଟାଡିୟମ ଅଲ୍ ବାୟତ, ଅଲ୍ ଜାନବ, ଅଲ୍ ଥୁମାମା, ଅହମଦ ବିନ ଅଲୀ, ଏଜୁକେସନ ସିଟି ଓ ଖଲିଫା ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ। ଏଥିରେ ୨୪ ଦଳ ୬ ଗ୍ରୁପ୍ରେ ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରତି ଗ୍ରୁପ୍ର ଶୀର୍ଷ ଦୁଇ ଦଳ ସହ ୪ ଶ୍ରେଷ୍ଠ ତୃତୀୟ ଦଳ ପ୍ରିକ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିବେ। ଭାରତ ଗ୍ରୁପ୍-ବି’ରେ ୨୦୧୫ ବିଜେତା ଅଷ୍ଟ୍ରେଲିଆ, ଉଜବେକିସ୍ତାନ ଓ ସିରିଆ ସହ ରହିଛି। ଜାନୁଆରି ୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ସୂଚନାଯୋଗ୍ୟ ଯେ କାତାର ପୂର୍ବରୁ ୧୯୮୮ ଓ ୨୦୧୧ରେ ଏହି ପ୍ରତିଯୋଗିତା ଆୟୋଜନ କରିଥିଲା। ୨୦୧୯ ସଂସ୍କରଣରେ କାତାର ବିଜେତା ହୋଇଥିଲା।

Tags: