ଲିସେଷ୍ଟରସାୟାରରୁ କାଉଣ୍ଟି କ୍ରିକେଟ୍ ଖେଳିବେ ଅଜିଙ୍କ୍ୟ ରାହାଣେ
ନୂଆଦିଲ୍ଲୀ: ଭାରତୀୟ ମଧ୍ୟକ୍ରମ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ ଇଂଲିସ କାଉଣ୍ଟି ଦଳ ଲିସେଷ୍ଟରସାୟାର ପକ୍ଷରୁ ଡିଭିଜନ-୨ରେ ଖେଳିବା ଚୂଡ଼ାନ୍ତ ହୋଇଛି। ଜୁଲାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟେଷ୍ଟ ଶୃଙ୍ଖଳା ପରେ ସେ ଏହି କାଉଣ୍ଟି ଦଳରେ ଯୋଗଦେବେ। ଚଳିତ ବର୍ଷ ଜାନୁଆରିରେ ଲିସେଷ୍ଟରସାୟାର ସହ ଚୁକ୍ତି କରିଥିଲେ। ଆଇପିଏଲ୍ ପରେ ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୮ ପ୍ରଥମ ଶ୍ରେଣୀ ଏବଂ ରୟାଲ ଲଣ୍ଡନ କପ୍ (ଘରୋଇ ଦିନିକିଆ କପ୍) ଖେଳିବାର ଥିଲା। ତେବେ ଆଇପିଏଲ୍ ପରେ ସେ […]
ନୂଆଦିଲ୍ଲୀ: ଭାରତୀୟ ମଧ୍ୟକ୍ରମ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ ଇଂଲିସ କାଉଣ୍ଟି ଦଳ ଲିସେଷ୍ଟରସାୟାର ପକ୍ଷରୁ ଡିଭିଜନ-୨ରେ ଖେଳିବା ଚୂଡ଼ାନ୍ତ ହୋଇଛି। ଜୁଲାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟେଷ୍ଟ ଶୃଙ୍ଖଳା ପରେ ସେ ଏହି କାଉଣ୍ଟି ଦଳରେ ଯୋଗଦେବେ। ଚଳିତ ବର୍ଷ ଜାନୁଆରିରେ ଲିସେଷ୍ଟରସାୟାର ସହ ଚୁକ୍ତି କରିଥିଲେ। ଆଇପିଏଲ୍ ପରେ ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୮ ପ୍ରଥମ ଶ୍ରେଣୀ ଏବଂ ରୟାଲ ଲଣ୍ଡନ କପ୍ (ଘରୋଇ ଦିନିକିଆ କପ୍) ଖେଳିବାର ଥିଲା। ତେବେ ଆଇପିଏଲ୍ ପରେ ସେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାରୁ ଲିସେଷ୍ଟରସାୟାରରେ ଯୋଗ ଦେଇପାରିନାହାନ୍ତି। ରାହାଣେ ଦ୍ବିତୀୟ ଥର ଲାଗି କାଉଣ୍ଟି ଖେଳିବାକୁ ଯାଉଛନ୍ତି। ବିଶ୍ବକପ୍ରୁ ବାଦ୍ ପଡ଼ିବା ପରେ ସେ ୨୦୧୯ରେ ହାମ୍ପସାୟାରରୁ ଖେଳିଥିଲେ। ରାହାଣେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପ୍ରତ୍ୟାବର୍ତ୍ତନ କରି ସଫଳ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏହି ଫାଇନାଲ୍ର ଦୁଇଟି ପାଳିରେ ସେ ଯଥାକ୍ରମେ ୮୯ ଓ ୪୬ ରନ୍ କରିଥିଲେ। ରାହାଣେ ୮୩ ଟେଷ୍ଟ ଖେଳି ୫୦୦୦ରୁ ଊର୍ଦ୍ଧ୍ବ ରନ୍ କରିଛନ୍ତି।




