ଲାୟନ୍ ଆହତ ହେବା ପରେ ଆସେସ୍ର ପରବର୍ତ୍ତୀ ମ୍ୟାଚ୍ରେ ଖେଳିବା ନେଇ ଆଶଙ୍କା

ଲର୍ଡସ: ଚଳିତ ଲର୍ଡସ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଥିଲେ ମଧ୍ୟ ଭ୍ରମଣକାରୀ ଦଳର ବୋଲିଂ ବିଭାଗକୁ ଶକ୍ତ ଝଟ୍କା ଲାଗିଛି। ଦ୍ବିତୀୟ ଦିବସରେ ସୀମାରେଖା ନିକଟରେ କ୍ଷେତ୍ରରକ୍ଷଣ କରୁଥିବାବେଳେ ଅଫସ୍ପିନର୍ ନାଥନ୍ ଲାୟନ ଗୁରୁତର ଭାବେ ଆହତ ହୋଇଛନ୍ତି। ଲାୟନଙ୍କ ଗୋଡ଼ ମାଂଶପେସୀ ଆଘାତ ହେବାରୁ ସେ ଫିଜିଓଙ୍କ ସହାୟତାରେ ତୁରନ୍ତ ପଡ଼ିଆ ଛାଡ଼ିଥିଲେ। କ୍ରଲିଙ୍କୁ ଆଉଟ୍ କରି ଲାୟନ ଇଂଲଣ୍ଡର ପ୍ରଥମ ପାଳିରେ ପ୍ରାରମ୍ଭିକ ଯୋଡ଼ିଙ୍କୁ ଅଲଗା କରିଥିଲେ। ଏବେ ଚଳିତ ଟେଷ୍ଟ୍ ସହ […]

Samaya Live Picture
Published On

ଲର୍ଡସ: ଚଳିତ ଲର୍ଡସ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଥିଲେ ମଧ୍ୟ ଭ୍ରମଣକାରୀ ଦଳର ବୋଲିଂ ବିଭାଗକୁ ଶକ୍ତ ଝଟ୍କା ଲାଗିଛି। ଦ୍ବିତୀୟ ଦିବସରେ ସୀମାରେଖା ନିକଟରେ କ୍ଷେତ୍ରରକ୍ଷଣ କରୁଥିବାବେଳେ ଅଫସ୍ପିନର୍ ନାଥନ୍ ଲାୟନ ଗୁରୁତର ଭାବେ ଆହତ ହୋଇଛନ୍ତି। ଲାୟନଙ୍କ ଗୋଡ଼ ମାଂଶପେସୀ ଆଘାତ ହେବାରୁ ସେ ଫିଜିଓଙ୍କ ସହାୟତାରେ ତୁରନ୍ତ ପଡ଼ିଆ ଛାଡ଼ିଥିଲେ। କ୍ରଲିଙ୍କୁ ଆଉଟ୍ କରି ଲାୟନ ଇଂଲଣ୍ଡର ପ୍ରଥମ ପାଳିରେ ପ୍ରାରମ୍ଭିକ ଯୋଡ଼ିଙ୍କୁ ଅଲଗା କରିଥିଲେ। ଏବେ ଚଳିତ ଟେଷ୍ଟ୍ ସହ ଆସେସ୍ ଶୃଙ୍ଖଳାର ଅବଶିଷ୍ଟ ଭାଗରେ ଖେଳିପାରିବେ କି ନା ସ୍ପଷ୍ଟ ହୋଇନାହିଁ। ତେବେ ବ୍ୟାଟିଂ ପାଇଁ ଆବଶ୍ୟକ ପଡ଼ିଲେ ଲାୟନ ପଡ଼ିଆକୁ ଆସିପାରିବେ ବୋଲି ଆଶା କରାଯାଊଛି। ସୂଚନାଯୋଗ୍ୟ, ଲାୟନ୍ ପ୍ରଥମ ବୋଲର ଭାବେ କ୍ରମାଗତ ୧୦୦ତମ ଟେଷ୍ଟ୍ ଖେଳୁଛନ୍ତି। କ୍ରଲିଙ୍କୁ ସେ ନିଜର ୪୯୬ତମ ଟେଷ୍ଟ୍ ଶିକାର କରିଥିଲେ।

Tags: