ଲାଙ୍ଗର ଲକ୍ଷ୍ନୗ ସୁପର ଜାଏଣ୍ଟସର ମୁଖ୍ୟ ପ୍ରଶିକ୍ଷକ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର୍ଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ଦେଇଛି। ପୂର୍ବତନ ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାରଙ୍କ ସହ ଦୁଇ ବର୍ଷିୟା ଚୁକ୍ତି ଶେଷ ହୋଇଯିବାରୁ ଏଲ୍ଏସ୍ଜି ତାଙ୍କ ସହିତ ଚୁକ୍ତି ନବୀକରଣ କରିନଥିଲା। ସାମାଜିକ ଗଣମାଧ୍ୟମରେ ଆଣ୍ଡିଙ୍କୁ ବିଦାୟୀ ଜଣାଇବା ସହ ଲାଙ୍ଗରଙ୍କ ନିଯୁକ୍ତି ବିଷୟରେ ଏଲ୍ଏସ୍ଜି ସୂଚନା ଦେଇଛି। ପୂର୍ବରୁ ଲାଙ୍ଗର ଅଷ୍ଟ୍ରେଲିଆ ଦଳ ସହିତ ବିଗ୍ ବାସ୍ ଲିଗ୍ରେ […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର୍ଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ଦେଇଛି। ପୂର୍ବତନ ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାରଙ୍କ ସହ ଦୁଇ ବର୍ଷିୟା ଚୁକ୍ତି ଶେଷ ହୋଇଯିବାରୁ ଏଲ୍ଏସ୍ଜି ତାଙ୍କ ସହିତ ଚୁକ୍ତି ନବୀକରଣ କରିନଥିଲା। ସାମାଜିକ ଗଣମାଧ୍ୟମରେ ଆଣ୍ଡିଙ୍କୁ ବିଦାୟୀ ଜଣାଇବା ସହ ଲାଙ୍ଗରଙ୍କ ନିଯୁକ୍ତି ବିଷୟରେ ଏଲ୍ଏସ୍ଜି ସୂଚନା ଦେଇଛି। ପୂର୍ବରୁ ଲାଙ୍ଗର ଅଷ୍ଟ୍ରେଲିଆ ଦଳ ସହିତ ବିଗ୍ ବାସ୍ ଲିଗ୍ରେ ମଧ୍ୟ ପ୍ରଶିକ୍ଷକ ଭାବେ କାମ କରିଛନ୍ତି। ତାଙ୍କ ଅଧିନରେ ପର୍ଥ ସ୍କଚର୍ସ ପ୍ରଥମ ତିନି ସଂସ୍କରଣରେ ବିଜେତା ହୋଇଥିଲା।




