ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ୍
ମୁମ୍ବାଇ: ୨୦୨୮ ମସିହାର ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବାର ସମ୍ଭାବନା ବଢ଼ିଯାଇଛି। ଶୁକ୍ରବାର ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି)ର କାର୍ଯ୍ୟନିର୍ବାହୀ ବୋର୍ଡ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ମୁମ୍ବାଇରେ ବସିଥିବା ଏହି ବୈଠକ ପରେ ଆଇଓସି ସଭାପତି ଥମାସ ବାକ୍ ଘୋଷଣା କରି କହିଛନ୍ତି ‘ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ ଦେଇଥିବା ଟ୍ବେଣ୍ଟି-୨୦ କ୍ରିକେଟ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ରିକେଟ୍ ସହିତ ବେସ୍ବଲ୍/ସଫ୍ଟବଲ୍, ଫ୍ଲାଗ୍ ଫୁଟ୍ବଲ୍ (ଏକ ଅଣ ଶାରୀରିକ ସଂଯୋଗ ଆମେରିକୀୟ ଫୁଟ୍ବଲ୍), ସ୍କ୍ବାସ୍, […]
ମୁମ୍ବାଇ: ୨୦୨୮ ମସିହାର ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବାର ସମ୍ଭାବନା ବଢ଼ିଯାଇଛି। ଶୁକ୍ରବାର ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି)ର କାର୍ଯ୍ୟନିର୍ବାହୀ ବୋର୍ଡ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ମୁମ୍ବାଇରେ ବସିଥିବା ଏହି ବୈଠକ ପରେ ଆଇଓସି ସଭାପତି ଥମାସ ବାକ୍ ଘୋଷଣା କରି କହିଛନ୍ତି ‘ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ ଦେଇଥିବା ଟ୍ବେଣ୍ଟି-୨୦ କ୍ରିକେଟ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ରିକେଟ୍ ସହିତ ବେସ୍ବଲ୍/ସଫ୍ଟବଲ୍, ଫ୍ଲାଗ୍ ଫୁଟ୍ବଲ୍ (ଏକ ଅଣ ଶାରୀରିକ ସଂଯୋଗ ଆମେରିକୀୟ ଫୁଟ୍ବଲ୍), ସ୍କ୍ବାସ୍, ଲାକ୍ରୋଜ୍ ଆଦି ୫ଟି ଖେଳ ପ୍ରଥମ ଥର ସାମିଲ ହେବ’। ସୂଚନାଯୋଗ୍ୟ, ୧୯୦୦ ମସିହାର ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହୋଇଥିଲେ ମଧ୍ୟ ମାତ୍ର ୨ ଦେଶ ବ୍ରିଟେନ୍ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ। ବିଗତ ଏକ ଦଶନ୍ଧି ଧରି କ୍ରିକେଟ୍କୁ ଅଲିମ୍ପିକ୍ସ ଆନ୍ଦୋଳନରେ ସାମିଲ କରିବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ସମ୍ଭବ ହେଉନଥିଲା। ‘ଏବେ ଆମ ପାଇଁ ନୂଆ ଖେଳ, ଖେଳାଳି ଓ ପ୍ରଶଂସକଙ୍କୁ ଯୋଡ଼ିବାର ବଡ଼ ସୁଯୋଗ ମିଳିବ’ ବୋଲି ବାକ୍ ପ୍ରକାଶ କରିଛନ୍ତି। ତଥାପି ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଆଇଓସିର ସଦସ୍ୟ ରାଷ୍ଟ୍ରଗୁଡିକ ଭୋଟିଂ ପ୍ରକ୍ରିୟା ଶେଷ ହେବା ପରେ ଏହା ସ୍ପଷ୍ଟ ହୋଇଯିବ।




