ଲର୍ଡସ ଟେଷ୍ଟରେ ଅଷ୍ଟ୍ରେଲିଆ ୨୨୧ ରନରେ ଅଗ୍ରଣୀ

ଲର୍ଡ୍ସ: ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୯୧ ରନ୍ର ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ନେଇଛି। ପ୍ୟାଟ୍ କମିନ୍ସଙ୍କ ଦଳର ପ୍ରଥମ ପାଳି ସ୍କୋର୍ ୪୧୬ ରନ୍ ଜବାବରେ ଘରୋଇ ଇଂଲଣ୍ଡ ୩୨୫ ରନ୍ରେ ଅଟକିଯାଇଛି। ଏହା ପରେ ଦ୍ବିତୀୟ ପାଳି ଖେଳୁଥିବା ଅଷ୍ଟ୍ରେଲିଆ ବର୍ଷା ପାଇଁ ତୃତୀୟ ଦିବସ ଖେଳ ଆଗୁଆ ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା। ମୋଟ ଉପରେ ଅଷ୍ଟ୍ରେଲିଆ […]

Samaya Live Picture
Published On

ଲର୍ଡ୍ସ: ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୯୧ ରନ୍ର ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ନେଇଛି। ପ୍ୟାଟ୍ କମିନ୍ସଙ୍କ ଦଳର ପ୍ରଥମ ପାଳି ସ୍କୋର୍ ୪୧୬ ରନ୍ ଜବାବରେ ଘରୋଇ ଇଂଲଣ୍ଡ ୩୨୫ ରନ୍ରେ ଅଟକିଯାଇଛି। ଏହା ପରେ ଦ୍ବିତୀୟ ପାଳି ଖେଳୁଥିବା ଅଷ୍ଟ୍ରେଲିଆ ବର୍ଷା ପାଇଁ ତୃତୀୟ ଦିବସ ଖେଳ ଆଗୁଆ ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା। ମୋଟ ଉପରେ ଅଷ୍ଟ୍ରେଲିଆ ୨୨୧ ରନ୍ରେ ଆଗୁଆ ହୋଇ ସ୍ଥିତି ଦୃଢ଼ କରିନେଇଛି। ତୃତୀୟ ଦିନରେ ଇଂଲଣ୍ଡ୍ ପୂର୍ବ ଦିନର ସ୍କୋର୍ ୨୭୮/୪ରୁ ଖେଳ ଆରମ୍ଭ କରିଥିଲା। କିନ୍ତୁ ପ୍ରଥମ ଓଭରରେ ବେନ୍ ଷ୍ଟୋକ୍ସଙ୍କୁ ମିଚେଲ୍ ଷ୍ଟାର୍କ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ହାରି ବ୍ରୁକ୍ ଅର୍ଦ୍ଧଶତକ ହାସଲ ପରେ ଷ୍ଟାର୍କଙ୍କ ତୃତୀୟ ଶିକାର ହୋଇ ଫେରିଥିଲେ। ଟ୍ରାଭିସ୍ ହେଡ୍ ଗୋଟିଏ ଓଭରରେ ଓଲି ରବିନସନ୍ ଓ ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ୟାଭିଲିଅନ୍ ପଠାଇଦେବା ପରେ ଜୋସ ଟଙ୍ଗଙ୍କୁ ଆଉଟ୍ କରି ଅଧିନାୟକ ପ୍ୟାଟ କମିନ୍ସ ଇଂଲଣ୍ଡ ପାଳିକୁ ତୁରନ୍ତ ସମାପ୍ତ କରି ଦେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡ ଶୁକ୍ରବାର ମାତ୍ର ୧୫.୨ ଓଭର ଖେଳି ୪୭ ରନ୍ ଭିତରେ ୬ ୱିକେଟ୍ ହରାଇବା ସହ ମଧ୍ୟାହ୍ନ ଭୋଜନ ପୂର୍ବରୁ ପ୍ରଥମ ପାଳିକୁ ଶେଷ କରିଥିଲା।

Tags: