ଲଗାତାର ୱେଷ୍ଟଇଣ୍ଡିଜ୍କୁ ହରାଇ ଦିନିକିଆ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

ସିଡ୍ନି: ସିନ୍ ଆବୋଟଙ୍କ ଅଲରାଉଣ୍ଡ୍ (୩/୪୦, ୬୯ ରନ୍) ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଦିନିକିଆକୁ ଅଷ୍ଟ୍ରେଲିଆ ୮୩ ରନ୍ରେ ଜିତି ନେଇଛି। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ଆଗୁଆ ଶୃଙ୍ଖଳା ଜିତିନେଇଛି। ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍ କାନ୍ବେରାଠାରେ ମଙ୍ଗଳବାର ଖେଳାଯିବ। ସିଡ୍ନି କ୍ରିକେଟ୍ ପଡ଼ିଆରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୨୮୯ ରନ୍ କରିଥିଲା। ଆବୋଟ୍ଙ୍କ […]

Samaya Live Picture
Published On

ସିଡ୍ନି: ସିନ୍ ଆବୋଟଙ୍କ ଅଲରାଉଣ୍ଡ୍ (୩/୪୦, ୬୯ ରନ୍) ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଦିନିକିଆକୁ ଅଷ୍ଟ୍ରେଲିଆ ୮୩ ରନ୍ରେ ଜିତି ନେଇଛି। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ଆଗୁଆ ଶୃଙ୍ଖଳା ଜିତିନେଇଛି। ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍ କାନ୍ବେରାଠାରେ ମଙ୍ଗଳବାର ଖେଳାଯିବ। ସିଡ୍ନି କ୍ରିକେଟ୍ ପଡ଼ିଆରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇ ୨୮୯ ରନ୍ କରିଥିଲା। ଆବୋଟ୍ଙ୍କ ୬୯ ରନ୍ ବ୍ୟତୀତ ମାଥ୍ୟୁ ସଟ୍ ୪୧, କ୍ୟାମେରନ୍ ଗ୍ରିନ୍ ୩୩ ରନ୍ ସଂଗ୍ରହ କରିଥିଲେ। ପରେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୭୫ ରନ୍ରେ ଅଲଆଉଟ୍ ହୋଇଥିଲା। କେସି କାଟି ୪୦, ସାଇ ହୋପ୍ ୨୯ ଓ ରୋଷ୍ଟନ୍ ଚେଜ୍ ୨୫ ରନ୍ କରିପାରିଥିଲେ। ଆବୋଟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Tags: