ଲଗାତାର ଦ୍ବିତୀୟ ବିଜୟ ସହ ଅଷ୍ଟ୍ରେଲିଆ ଆଗୁଆ ଶୃଙ୍ଖଳା ଜିତିଲା

ଡର୍ବାନ: ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଆଗୁଆ ଶୃଙ୍ଖଳା ଜିତିଯାଇଛି। ଏଥିପୂର୍ବରୁ ପ୍ରଥମ ମ୍ୟାଚ୍କୁ ଅଷ୍ଟ୍ରେଲିଆ ୧୧୧ ରନ୍ରେ ବିଜୟୀ ହୋଇଥିଲା। ରବିବାର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଶୁକ୍ରବାର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ବିନିମୟରେ ୧୬୪ ରନ୍ ସଂଗ୍ରହ କରିଥିଲା। ବିପର୍ଯ୍ୟୟ ଭରା ଏହି ପାଳିରେ କେବଳ ଏଦେନ୍ ମାରକ୍ରମ୍ ୪୯ ଓ ତେମ୍ବା ବଭୁମା ୩୫ ରନ୍ ଦଳୀୟ ସ୍କୋରରେ ଯୋଡ଼ି ସମ୍ମାନ […]

Samaya Live Picture
Published On

ଡର୍ବାନ: ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଆଗୁଆ ଶୃଙ୍ଖଳା ଜିତିଯାଇଛି। ଏଥିପୂର୍ବରୁ ପ୍ରଥମ ମ୍ୟାଚ୍କୁ ଅଷ୍ଟ୍ରେଲିଆ ୧୧୧ ରନ୍ରେ ବିଜୟୀ ହୋଇଥିଲା। ରବିବାର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଶୁକ୍ରବାର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ବିନିମୟରେ ୧୬୪ ରନ୍ ସଂଗ୍ରହ କରିଥିଲା। ବିପର୍ଯ୍ୟୟ ଭରା ଏହି ପାଳିରେ କେବଳ ଏଦେନ୍ ମାରକ୍ରମ୍ ୪୯ ଓ ତେମ୍ବା ବଭୁମା ୩୫ ରନ୍ ଦଳୀୟ ସ୍କୋରରେ ଯୋଡ଼ି ସମ୍ମାନ ରଖିଥିଲେ। ସିନ୍ ଆବୋଟ୍ ଓ ନାଥନ ଇଲିସ୍ ୩ ୱିକେଟ୍ ଲେଖାଏଁ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୪.୫ ଓଭରରେ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା। ମାଥ୍ୟୁ ସର୍ଟ ୬୬ ଓ ଟ୍ରାଭିସ୍ ହେଡ୍ ୧୮ ରନ୍ରେ ଆଉଟ୍ ହେବା ପରେ ମିଚେଲ ମାର୍ଶ ଦ୍ରୁତ ରନ୍ ବାହାର କରି ଦଳକୁ ଜିତାଇଥିଲେ। ଖେଳ ଶେଷ ହେବା ବେଳକୁ ମାର୍ଶ ୩୯ ବଲ୍ରୁ ୭ଚୌକା ଓ ୬ ଛକା ସହାୟତାରେ ୭୬* ରନ୍ କରି ଅପରାଜିତ ଥିଲେ।

Tags: