ଲଗାତାର ତୃତୀୟ ମ୍ୟାଚ୍ ହାରିଲା ଦିଲ୍ଲୀ
ଗୌହାଟୀ : ଗୌହାଟୀର ବର୍ଷାପରା ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସଠୁ ଦିଲ୍ଲୀ କ୍ୟାପିଟାଲ୍ସ ୫୭ ରନ୍ରେ ପରାସ୍ତ ହୋଇଛି। ଯଶସ୍ବୀ ଜୟସ୍ବାଲ ଓ ଜୋସ୍ ବଟଲରଙ୍କ ବଡ଼ ଭାଗୀଦାରି ଯୋଗୁଁ ରାଜସ୍ଥାନ ୧୯୯/୪ ସ୍କୋର କରିଥିଲା ବେଳେ ଦିଲ୍ଲୀ ୧୪୨/୯ ରନ୍ରେ ସୀମିତ ରହିଥିଲା। ଟସ୍ ଜିତି ଡେଭିଡ୍ ୱାର୍ଣ୍ଣର ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜୟସ୍ବାଲ ଓ ବଟଲର ପାୱାରପ୍ଲେ ମଧ୍ୟରେ ୬୮ ରନ୍ ଯୋଡ଼ିବା ସହ ମୋଟ୍ ୯୮ ରନ୍ ଭାଗୀଦାରି କରିଥିଲେ। ପରେ ସିମ୍ରନ […]
ଗୌହାଟୀ : ଗୌହାଟୀର ବର୍ଷାପରା ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସଠୁ ଦିଲ୍ଲୀ କ୍ୟାପିଟାଲ୍ସ ୫୭ ରନ୍ରେ ପରାସ୍ତ ହୋଇଛି। ଯଶସ୍ବୀ ଜୟସ୍ବାଲ ଓ ଜୋସ୍ ବଟଲରଙ୍କ ବଡ଼ ଭାଗୀଦାରି ଯୋଗୁଁ ରାଜସ୍ଥାନ ୧୯୯/୪ ସ୍କୋର କରିଥିଲା ବେଳେ ଦିଲ୍ଲୀ ୧୪୨/୯ ରନ୍ରେ ସୀମିତ ରହିଥିଲା। ଟସ୍ ଜିତି ଡେଭିଡ୍ ୱାର୍ଣ୍ଣର ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜୟସ୍ବାଲ ଓ ବଟଲର ପାୱାରପ୍ଲେ ମଧ୍ୟରେ ୬୮ ରନ୍ ଯୋଡ଼ିବା ସହ ମୋଟ୍ ୯୮ ରନ୍ ଭାଗୀଦାରି କରିଥିଲେ। ପରେ ସିମ୍ରନ ହେଟମେୟରଙ୍କ ସହ ମିଶି ବଟଲର ୪୯ ରନ୍ର ଦଳୀୟ ସ୍କୋରରେ ଯୋଡ଼ିଥିଲେ। ନାଟକୀୟ ଢଙ୍ଗରେ ମୁକେଶ କୁମାରଙ୍କ ଶିକାର ହୋଇଥିଲେ ବଟଲର। ୟର୍କର ବଲ୍କୁ ମାରିବାକୁ ଯାଉଥିଲା ବେଳେ ତାହା ସିଧାସଳଖ ମୁକେଶଙ୍କ ହାତକୁ ଚାଲିଯାଇଥିଲା, କିନ୍ତୁ ଏହାକୁ କ୍ୟାଚ୍ ଜାଣିନପାରି ସେ ରନ୍ ଆଉଟ୍ କରିବା ପାଇଁ ଉଦ୍ୟମ କରି ଅପିଲ୍ କରିଥିଲେ। କିନ୍ତୁ ଅମ୍ପାୟାର ତାହାକୁ ନଟ୍ଆଉଟ୍ କରିବା ପରେ କେବଳ ୱାର୍ଣ୍ଣର ହିଁ କ୍ୟାଚ୍ ପାଇଁ ରିଭ୍ୟୁ ମାଗିଥିଲେ ଏବଂ ସଫଳ ହୋଇଥିଲେ। ତେବେ ହେଟମେୟର ତାଙ୍କ ଆକ୍ରମଣାତ୍ମକ ଶୈଳୀ ଜାରି ରଖି ବିଜୟ ଲକ୍ଷ୍ୟ ୨୦୦ ଧାର୍ଯ୍ୟ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦିଲ୍ଲୀ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପୃଥ୍ବୀ ସ’ ଓ ମନୀଷ ପାଣ୍ଡେଙ୍କୁ ଖାତା ଖୋଲିବା ପୂର୍ବରୁ ଟ୍ରେଣ୍ଟ ବୋଲ୍ଟ ଲଗାତାର ବଲ୍ରେ ଆଉଟ୍ କରିଥିଲେ। ରିଲି ରୁସୋ ମଧ୍ୟ ଆଉଟ୍ ହୋଇଯିବାରୁ ପାୱାରପ୍ଲେ ମଧ୍ୟରେ ଦଳ ୩ ୱିକେଟ୍ ହରାଇସାରିଥିଲା। ତଥାପି ଲଳିତ ଯାଦବଙ୍କ ସହ ମିଶି ଚତୁର୍ଥ ୱିକେଟ୍ରେ ୱାର୍ଣ୍ଣର ୬୪ ରନ୍ ଯୋଡ଼ି ଦଳକୁ ୧୦୦ ରନ୍ରେ ପହଞ୍ଚାଇଥିଲେ। ୱାର୍ଣ୍ଣର ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବି ଦଳକୁ ପରାଜୟରୁ ଉଦ୍ଧାର କରିପାରିନଥିଲେ।




