ଲଗାତାର ତୃତୀୟ ମ୍ୟାଚ୍ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ: ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି ରହିଛି। ସୋମବାର ରାଜସ୍ଥାନ ରୟାଲ୍ସ ୬ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ଲଗାତାର ତୃତୀୟ ମ୍ୟାଚ୍ ହାରିଛି ଏହି ଦଳ। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଲଗାତାର ତୃତୀୟ ମ୍ୟାଚ୍ ଜିତି ହ୍ୟାଟ୍ରିକ୍ ବିଜୟ ପାଇଛି। ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ରାଜସ୍ଥାନ ରୟାଲ୍ସକୁ ୧୨୬ ରନ୍ର ଲକ୍ଷ୍ୟ ଦେଇଥିଲା। ଯାହାକୁ ରୟାଲ୍ସ ୨୭ ବଲ୍ ପୂର୍ବରୁ […]
ମୁମ୍ବାଇ: ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି ରହିଛି। ସୋମବାର ରାଜସ୍ଥାନ ରୟାଲ୍ସ ୬ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ଲଗାତାର ତୃତୀୟ ମ୍ୟାଚ୍ ହାରିଛି ଏହି ଦଳ। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଲଗାତାର ତୃତୀୟ ମ୍ୟାଚ୍ ଜିତି ହ୍ୟାଟ୍ରିକ୍ ବିଜୟ ପାଇଛି।
ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ରାଜସ୍ଥାନ ରୟାଲ୍ସକୁ ୧୨୬ ରନ୍ର ଲକ୍ଷ୍ୟ ଦେଇଥିଲା। ଯାହାକୁ ରୟାଲ୍ସ ୨୭ ବଲ୍ ପୂର୍ବରୁ ମାତ୍ର ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ମୁମ୍ବାଇ ବୋଲର ୪୮ ରନ୍ରେ ରାଜସ୍ଥାନର ୩ ୱିକେଟ୍ ନେଇ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥିଲେ। ହେଲେ ରିୟାନ ପରାଗ ୫୪ ରନ୍ର ଚମତ୍କାର ପାଳି ଖେଳି ରାଜସ୍ଥାନକୁ ଶେଷରେ ସହଜ ବିଜୟ ଉପହାର ଦେଇଥିଲେ। ଷୋଡ଼ଶ ଓଭରରେ ଜେରାଲ୍ଡ କୋଏତ୍ଜେଙ୍କ ପ୍ରଥମ ତିନି ବଲ୍କୁ ଦୁଇଟି ଛକା ଓ ଗୋଟିଏ ଚୌକା ମାରି ପରାଗ ଅର୍ଦ୍ଧଶତକ ପୂରଣ କରିବା ସହ ଦଳକୁ ଜିତାଇଥିଲେ।




