ଲଗାତାର ତୃତୀୟ ଥର ଆଇଡବ୍ଲୁଏଲ୍ ଜିତିଲା ଗୋକୁଳମ କେରଳ
ଅହମଦାବାଦ: ଗୋକୁଳମ କେରଳ ଲଗାତାର ତୃତୀୟ ଥର (ହ୍ୟାଟ୍ରିକ) ଭାରତୀୟ ମହିଳା ଲିଗ୍ (ଆଇଡବ୍ଲୁଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛି। ଅହମଦାବାଦର ଷ୍ଟ୍ରାନ୍ସଷ୍ଟାଡିଆରେ ଖେଳାଯାଇଥିବା ଫାଇନାଲ୍ରେ ଗୋକୁଳମ କେରଳ ୫-୦ ଗୋଲ୍ରେ କର୍ଣ୍ଣାଇଟକର କିକ୍ ଷ୍ଟାର୍ଷ୍ଟ ଏଫ୍ସିକୁ ପରାସ୍ତ କରିଥିଲା। ମ୍ୟାଚ୍ର ପଞ୍ଚମ ମିନିଟ୍ରେ ସବିତ୍ରା ଭଣ୍ଡାରୀଙ୍କ ଗୋଲ୍ରେ ଗୋକୁଳମ କେରଳ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ସନ୍ଧ୍ୟା ରଙ୍ଗନାଥନ (୨୨ ମିନିଟ୍) ଓ ଈନ୍ଦୁମତୀ କାଥିରେସାନ (୩୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ […]
ଅହମଦାବାଦ: ଗୋକୁଳମ କେରଳ ଲଗାତାର ତୃତୀୟ ଥର (ହ୍ୟାଟ୍ରିକ) ଭାରତୀୟ ମହିଳା ଲିଗ୍ (ଆଇଡବ୍ଲୁଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛି। ଅହମଦାବାଦର ଷ୍ଟ୍ରାନ୍ସଷ୍ଟାଡିଆରେ ଖେଳାଯାଇଥିବା ଫାଇନାଲ୍ରେ ଗୋକୁଳମ କେରଳ ୫-୦ ଗୋଲ୍ରେ କର୍ଣ୍ଣାଇଟକର କିକ୍ ଷ୍ଟାର୍ଷ୍ଟ ଏଫ୍ସିକୁ ପରାସ୍ତ କରିଥିଲା। ମ୍ୟାଚ୍ର ପଞ୍ଚମ ମିନିଟ୍ରେ ସବିତ୍ରା ଭଣ୍ଡାରୀଙ୍କ ଗୋଲ୍ରେ ଗୋକୁଳମ କେରଳ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ସନ୍ଧ୍ୟା ରଙ୍ଗନାଥନ (୨୨ ମିନିଟ୍) ଓ ଈନ୍ଦୁମତୀ କାଥିରେସାନ (୩୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ପ୍ରଥମାର୍ଦ୍ଧରେ ୩-୦ରେ ଆଗରେ ରଖିଥିଲେ। ଦ୍ବିତୀୟାର୍ଦ୍ଧରେ ସନ୍ଧ୍ୟା (୫୨ ମିନିଟ୍) ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେଇଥିଲା ବେଳେ ଆସେମ ରୋଜା ଦେବୀ (୮୦ ମିନିଟ୍)ଙ୍କ ଗୋଲ୍ ଗୋକୁଳମ କେରଳ ବିଜୟ ବ୍ୟବଧାନକୁ ୫-୦ କରିଥିଲା। ସବିତ୍ରା ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ମଧ୍ୟ ୫ ହ୍ୟାଟ୍ରିକ ସହ ୨୯ ଗୋଲ୍ ଦେଇ ଚଳିତ ପ୍ରତିଯୋଗିତାର ସର୍ବୋଚ୍ଚ ଗୋଲ୍ ସ୍କୋରର୍ ହୋଇଛନ୍ତି। ପୂର୍ବରୁ ଗୋକୁଳମ କେରଳ ୨୦୧୯-୨୦ ଓ ୨୦୨୧-୨୨ ବିଜେତା ହୋଇଥିଲା।




