ଲ‌କ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ହରାଇଲା ଗୁଜରାଟ ଟାଇଟନ୍ସ

ଅହମଦାବାଦ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମାଚ୍ରେ ଗୁଜରାଟ ଟାଇଟନ୍ସ ୫୬ ରନ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ପରାସ୍ତ କରିଛି। ଲକ୍ଷ୍ନୌ ଟସ୍ ଜିତି ବୋଲିଂ କରିଥିଲା। ପ୍ରଥମରୁ ଋଦ୍ଧିମାନ ସାହା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆରମ୍ଭରୁ ଚୌକା ଓ ଛକା ବର୍ଷା କରି ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମରୁ ରହି ରହି ଖେଳିଥିବା ଶୁବମନ କିନ୍ତୁ ୫୦ ରନ୍ ପାଇଁ ୨୯ ବଲ୍ ଖେଳିଥିଲେ। ସାହା ୪୩ ବଲ୍ରୁ ୮୧ […]

Samaya Live Picture
Published On

ଅହମଦାବାଦ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମାଚ୍ରେ ଗୁଜରାଟ ଟାଇଟନ୍ସ ୫୬ ରନ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ପରାସ୍ତ କରିଛି। ଲକ୍ଷ୍ନୌ ଟସ୍ ଜିତି ବୋଲିଂ କରିଥିଲା। ପ୍ରଥମରୁ ଋଦ୍ଧିମାନ ସାହା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆରମ୍ଭରୁ ଚୌକା ଓ ଛକା ବର୍ଷା କରି ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମରୁ ରହି ରହି ଖେଳିଥିବା ଶୁବମନ କିନ୍ତୁ ୫୦ ରନ୍ ପାଇଁ ୨୯ ବଲ୍ ଖେଳିଥିଲେ। ସାହା ୪୩ ବଲ୍ରୁ ୮୧ ରନ୍ କରି ଅୱେସ ଖାନ୍ଙ୍କ ଶିକାର ହୋଇଥିଲେ। ଶୁବମନ ଗିଲ୍ ୫୧ ବଲ୍ରୁ ୯୪ ରନ୍ ସଂଗ୍ରହ କରି ଅପରାଜିତ ରହିବାରୁ ଗୁଜରାଟ ଟାଇଟନ୍ସ ୨୨୭ ରନ୍ର ବଡ଼ ସ୍କୋର୍ ଛିଡ଼ା କରିଥିଲା। ଗୁଜରାଟର ଏହା ମଧ୍ୟ ଆଇପିଏଲ୍ରେ ସର୍ବୋଚ୍ଚ ଦଳଗତ ସ୍କୋର୍ ହୋଇଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ବିନା କ୍ଷତିରେ ୭୨ ରନ୍ କରି ଦୃଢ଼ ଜବାବ ଦେଇଥିଲା। କାଏଲ ମାୟର୍ସଙ୍କୁ ଆଉଟ୍ କରି ମୋହିତ ଶର୍ମା ଦଳକୁ ପ୍ରଥମ ୱିକେଟ୍ ଦେବା ପରେ ଦୁଇ ଆଫଗାନିସ୍ତାନ ସ୍ପିନର୍ ରସିଦ୍ ଖାନ୍ ଏବଂ ନୂର ଅହମ୍ମଦ ମିଳିତ ଭାବେ ୮ ଓଭରରେ ୬୦ ରନ୍ ଦେଇ ଲକ୍ଷ୍ନୌକୁ ଲକ୍ଷ୍ୟ ପଥ ଆଡ଼କୁ ଯିବାକୁ ଦେଇନଥିଲେ। କେଏଲ ରାହୁଲଙ୍କ ଅନୁପସ୍ଥିତିରେ ଚଳିତ ଋତୁରେ ପ୍ରଥମ ଥର ଖେଳିଥିବା କ୍ବିଣ୍ଟନ୍ ଡି’କକ୍ (୪୧ ବଲ୍ରୁ ୭୦) ଏକା ଲଢ଼ିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ମଧ୍ୟକ୍ରମ ମନ୍ଥର ରହିବା ପରେ ମୋହିତ ଶର୍ମା (୪-୦-୨୯-୪) ଚମତ୍କାର ବେଲିଂ ଯୋଗୁଁ ଲକ୍ଷ୍ନୌକୁ ୧୭୧/୭ରେ ଅଟକିଥିଲା।

Tags: