ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ: ସନ୍ରାଇଜର୍ସ ହାଇଦ୍ରାବାଦ ଏକତରଫା ଭାବେ ୧୦ ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍‌ଜି)କୁ ପରାସ୍ତ କରିଛି। ଏଲ୍ଏସ୍ଜି ପକ୍ଷରୁ ଦିଆଯାଇଥିବା ୧୬୬ ରନ୍ର ଲକ୍ଷ୍ୟକୁ ହାଇଦ୍ରାବାଦ ମାତ୍ର ୯.୪ ଓଭରରେ ବିନା କୌଣସି ୱିକେଟ୍ ହରାଇ ଜିତି ନେଇଛି। ଟସ୍ ଜିତି ବ୍ୟାଟିଂ କରିଥିବା ଏଲ୍ଏସ୍ଜିକୁ ଏକ ଲଢୁଆ ସ୍କୋରରେ ପହଞ୍ଚାଇଥିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି ନିକୋଲାସ ପୂରନ୍ ଓ ଭାରତୀୟ ଯୁବ ବ୍ୟାଟର୍ ଆୟୁଷ ବଡ଼ୋନି। ଆରମ୍ଭରୁ ବ୍ୟାଟର୍ମାନେବ ହାତଖୋଲା ସଟ୍ ଖେଳିପାରୁ ନଥିଲା ବେଳେ […]

Samaya Live Picture
Published On

ହାଇଦ୍ରାବାଦ: ସନ୍ରାଇଜର୍ସ ହାଇଦ୍ରାବାଦ ଏକତରଫା ଭାବେ ୧୦ ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍‌ଜି)କୁ ପରାସ୍ତ କରିଛି। ଏଲ୍ଏସ୍ଜି ପକ୍ଷରୁ ଦିଆଯାଇଥିବା ୧୬୬ ରନ୍ର ଲକ୍ଷ୍ୟକୁ ହାଇଦ୍ରାବାଦ ମାତ୍ର ୯.୪ ଓଭରରେ ବିନା କୌଣସି ୱିକେଟ୍ ହରାଇ ଜିତି ନେଇଛି। ଟସ୍ ଜିତି ବ୍ୟାଟିଂ କରିଥିବା ଏଲ୍ଏସ୍ଜିକୁ ଏକ ଲଢୁଆ ସ୍କୋରରେ ପହଞ୍ଚାଇଥିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି ନିକୋଲାସ ପୂରନ୍ ଓ ଭାରତୀୟ ଯୁବ ବ୍ୟାଟର୍ ଆୟୁଷ ବଡ଼ୋନି। ଆରମ୍ଭରୁ ବ୍ୟାଟର୍ମାନେବ ହାତଖୋଲା ସଟ୍ ଖେଳିପାରୁ ନଥିଲା ବେଳେ ତୃତୀୟ ଓଭରରେ କ୍ବିଣ୍ଟନ ଡିକକ୍ (୨) ଓ ପଞ୍ଚମ ଓଭରରେ ମାର୍କସ ଷ୍ଟୋଇନିସ୍ (୩) ଆଉଟ୍ ହୋଇଥିଲେ। ଏପରିକି ଦଶମ ଓଭରରେ କେଏଲ୍ ରାହୁଲ୍ (୨୯) ଆଉଟ୍ ହେବା ବେଳକୁ ଦଳ ୫୭ ରନ୍ କରିଥିଲା। କ୍ରୁନାଲ ପାଣ୍ଡ୍ୟାଙ୍କୁ କମିନ୍ସ ରନ୍ଆଉଟ୍ କରିବାରୁ ୬୬ ରନ୍ ମଧ୍ୟରେ ଦଳ ୪ ୱିକେଟ୍ ହରାଇସାରିଥିଲା। କିନ୍ତୁ ପୂରନ୍ ଓ ବଡ଼ୋନି ପଞ୍ଚମ ୱିକେଟ୍ରେ ୫୨ ବଲ୍ରୁ ୯୯* ରନ୍ ଭାଗୀଦାରି କରି ଦଳକୁ ୧୬୫/୪ରେ ପହଞ୍ଚାଇଥିଲେ। ପୂରନ ୨୬ ବଲ୍ରୁ ୪୮* ରନ୍ (୬ଚୌକା, ୧ଛକା) ଓ ବଡ଼ୋନି ୩୦ ବଲ୍ରୁ ୫୫* ରନ୍ (୯ଚୌକା) ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଜାବାବ୍ରେ ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା ପ୍ରଥମ ୬ ଓଭର୍ରେ ୧୦୭ ରନ୍ ସଂଗ୍ରହ କରି ଆଇପିଏଲ୍ରେ ଦ୍ବିତୀୟ ସର୍ବୋଚ୍ଚ ପାୱାର୍ ପ୍ଲେ ସ୍କୋର୍ କରିଥିଲା। ହେଡ୍ ୧୬ ବଲ୍ରୁ ଓ ଅଭିଷେକ ୧୯ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ମାତ୍ର ୫୦ ବଲ୍ରୁ ଦଳ ୧୫୦ ରନ୍ ଅତିକ୍ରମ କରିଥିଲା ବେଳେ ପାଖାପାଖି ୪୫ ମିନିଟ୍ ଭିତରେ ଖେଳ ଖତମ କରିଦେଇଥିଲେ ଅଭିଷେକ-ଟ୍ରାଭିସ୍। ଖେଳ ଶେଷ ହେବା ବେଳକୁ ହେଡ୍ ୮୯* (୩୦ବଲ୍) ଓ ଅଭିେଷେକ ୭୫* (୨୮ ବଲ୍) ରନ୍ ସଂଗ୍ରହ କରି ଅପରାଜିତ ଥିଲେ।

Tags: