ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୦ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଲା

ଜୟପୁର: ଆଇପିଏଲ୍ର ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ହରାଇ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚତୁର୍ଥ ବିଜୟ ହାସଲ କରିଛି। ମାଇଲ ମାୟର୍ସଙ୍କ ଅର୍ଦ୍ଧଶତକ ବଳରେ ୧୫୪/୭ କରିଥିବା ଲକ୍ଷ୍ନୌ ଆୱେସ ଖାନ୍ଙ୍କ ୩ ଓ ମାର୍କସ ଷ୍ଟୋଇନିସ୍ଙ୍କ ୨ ୱିକେଟ୍ ଦଖଲ ବଳରେ ରାଜସ୍ଥାନ ରୟାଲ୍ସ ପାଳିକୁ ୧୪୪/୬ରେ ଅଟକାଇ ଦେଇଥିଲା। ଶେଷ ଓଭରରେ ବିଜୟ ପାଇଁ ୧୯ ରନ୍ ଆବଶ୍ୟକ ଥିବା ବେଳେ ଆୱେସ୍ ୮ ରନ୍ ବିନିମୟରେ ୨ଟି […]

Samaya Live Picture
Published On

ଜୟପୁର: ଆଇପିଏଲ୍ର ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ହରାଇ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚତୁର୍ଥ ବିଜୟ ହାସଲ କରିଛି। ମାଇଲ ମାୟର୍ସଙ୍କ ଅର୍ଦ୍ଧଶତକ ବଳରେ ୧୫୪/୭ କରିଥିବା ଲକ୍ଷ୍ନୌ ଆୱେସ ଖାନ୍ଙ୍କ ୩ ଓ ମାର୍କସ ଷ୍ଟୋଇନିସ୍ଙ୍କ ୨ ୱିକେଟ୍ ଦଖଲ ବଳରେ ରାଜସ୍ଥାନ ରୟାଲ୍ସ ପାଳିକୁ ୧୪୪/୬ରେ ଅଟକାଇ ଦେଇଥିଲା। ଶେଷ ଓଭରରେ ବିଜୟ ପାଇଁ ୧୯ ରନ୍ ଆବଶ୍ୟକ ଥିବା ବେଳେ ଆୱେସ୍ ୮ ରନ୍ ବିନିମୟରେ ୨ଟି ୱିକେଟ୍ ନେଇ ଲକ୍ଷ୍ନୌର ବିଜୟ ମୁଣ୍ଡି ମାରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଷ୍ଟୋଇନିସ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରୟାଲ୍ସ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ଜୋସ୍ବଟଲର୍ ପ୍ରଥମ ୱିକେଟ୍ରେ ୮୭ ରନ୍ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ ମଧ୍ୟ ଅବଶିଷ୍ଟ ବ୍ୟାଟର୍ଙ୍କ ବିଫଳତା ଯୋଗୁଁ ଦଳ ପରାଜିତ ହୋଇଥିଲା। ବିଶେଷକରି ଅଧିନାୟକ ସଞ୍ଜୁ ସାମ୍ସନ୍ଙ୍କ ରନ୍ଆଉଟ୍ ଫଳାଫଳ ଉପରେ ଫରକ ପାଇଥିଲା। ଏଥିପୂର୍ବରୁ ସବାଇ ମାନସିଂହ ଷ୍ଟାଡିୟମ୍ରେ ସୁପର ଜାଏଣ୍ଟସ୍ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା ବେଳେ ଟ୍ରେଣ୍ଟ୍ ବୋଲ୍ଟ ମେଡେନ୍ ଓଭରରୁ ମ୍ୟାଚ୍ ଆରମ୍ଭ କରିଥିଲେ। ବୋଲ୍ଟ ପ୍ରତିପକ୍ଷର ରନ୍ ଗତିକୁ ରୋକିଥିଲା ବେଳେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ଅଶ୍ବିନ ଚମତ୍କାର ବୋଲିଂ କରି ଗୋଟିଏ ଓଭରରେ ୨ଟି ୱିକେଟ୍ ଦଖଲ କରି ରାଜସ୍ଥାନକୁ ସୁଯୋଗ ଦେଇଥିଲେ। ରୟାଲ୍ସ ବୋଲରଙ୍କ ମଧ୍ୟରୁ ୟୁଝବେନ୍ଦ୍ର ଚହଲଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଶୃଙ୍ଖଳିତ ବୋଲିଂ କରିଥିଲେ। ଫଳରେ ଲକ୍ଷ୍ନୌ ଦଳ ୭ ୱିକେଟ୍ ବିନିମୟରେ ୧୫୪ ରନ୍ କରିପାରିଥିଲା। ଅଧିନାୟକ କେଏଲ୍ ରାହୁଲ ଓ କାଇଲ ମେୟର୍ସଙ୍କ ମଧ୍ୟରେ ୮୨ ରନ୍ର ପ୍ରଥମ ୱିକେଟ୍ଭାଗୀଦାରି ହିଁ ସୁପର ଜାଏଣ୍ଟସ୍କୁ ୧୫୦ ଅତିକ୍ରମ କରିବାରେ ସହାୟକ ହୋଇଥିଲା।

Tags: