ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ହରାଇଲା ଚେନ୍ନାଇ ସୁପରକିଙ୍ଗ୍ସ

ଚେନ୍ନାଇ: ଉଦ୍‌ଘାଟନୀ ମ୍ୟାଚ୍‌ରେ ପରାଜୟରୁ ଚଳିତ ଆଇପିଏଲ୍‌ ସିଜିନ୍‌ ଆରମ୍ଭ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ରବିବାର ସନ୍ଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) କୁ ୧୨ ରନ୍‌ରେ ପରାସ୍ତ କରିଛି। ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ସୋମବାର ସନ୍ଧ୍ୟାରେ ଖେଳାଯାଇଥିବା ହାଇ ସ୍କୋରିଂ ମ୍ୟାଚ୍‌ରେ ସିଏସ୍‌କେର ୨୧୭/୭ ଜବାବରେ ଏଲ୍‌ଏସ୍‌ଜି ୨୦୫/୭ ରନ୍‌ କରିପାରିଥିଲା। ଟସ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପାଇଁ ବେନ୍‌ ଷ୍ଟୋକ୍ସ (୮) ଓ ରବୀନ୍ଦ୍ର ଜାଦେଜା (୩)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଦମ୍‌ଦାର […]

Samaya Live Picture
Published On

ଚେନ୍ନାଇ: ଉଦ୍‌ଘାଟନୀ ମ୍ୟାଚ୍‌ରେ ପରାଜୟରୁ ଚଳିତ ଆଇପିଏଲ୍‌ ସିଜିନ୍‌ ଆରମ୍ଭ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ରବିବାର ସନ୍ଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) କୁ ୧୨ ରନ୍‌ରେ ପରାସ୍ତ କରିଛି। ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ସୋମବାର ସନ୍ଧ୍ୟାରେ ଖେଳାଯାଇଥିବା ହାଇ ସ୍କୋରିଂ ମ୍ୟାଚ୍‌ରେ ସିଏସ୍‌କେର ୨୧୭/୭ ଜବାବରେ ଏଲ୍‌ଏସ୍‌ଜି ୨୦୫/୭ ରନ୍‌ କରିପାରିଥିଲା। ଟସ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପାଇଁ ବେନ୍‌ ଷ୍ଟୋକ୍ସ (୮) ଓ ରବୀନ୍ଦ୍ର ଜାଦେଜା (୩)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଋତୁରାଜ ଗାଏକ୍ବାଡ ଓ ଡେଭନ୍‌ କନୱେ (୪୭ ରନ୍) ପାୱାରପ୍ଲେ ଭିତରେ ୭୯ ରନ୍‌ ଯୋଡ଼ିବା ପରେ ଦଳୀୟ ସ୍କୋର ୧୧୦ ହୋଇଥିଲା ବେଳେ ଗାଏକ୍ବାଡ (୫୭ ରନ୍) ଙ୍କୁ ଆଉଟ୍‌ କରି ରବି ବିଷ୍ଣୋଇ ଯୋଡ଼ି ଭାଙ୍ଗିଥିଲେ। ମଧ୍ୟକ୍ରମରେ ଶିବମ ଦୁବେ (୨୭), ମୋଇନ୍ ଅଲ୍ଲୀ (୧୯) ଦ୍ରୁତ ଖେଳିବାକୁ ଯାଇ ଆଉଟ୍‌ ହେବା ପରେ ଅମ୍ବାତି ରାୟୁଡୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୭* ରନ୍‌ ସଂଗ୍ରହ କରିଥିଲେ। ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନି ବ୍ୟାଟିଂ କରିବାକୁ ଆସିଥିଲା ବେଳେ ପ୍ରଥମ ଦୁଇ ବଲ୍‌ରେ ଦୁଇଟି ଛକା ମାରି ଦର୍ଶକଙ୍କ ମନୋରଂଜନ କରିଥିଲେ। ଲକ୍ଷ୍ନୌ ପାଇଁ ଉଡ୍‌ ଓ ବିଷ୍ଣୋଇ ୩ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ୨୧୮ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ କେଏଲ୍‌ ରାହୁଲ ଓ କାଇଲ ମାୟର୍ସ ମଧ୍ୟ ଦ୍ରୁତ ଖେଳିଥିଲେ। ହେଲେ ସ୍ପିନର ଆସିବା ପରେ ଲକ୍ଷ୍ନୌ ଦ୍ରୁତ ରନ୍‌ରେ ବ୍ରେକ୍‌ ଲାଗିଥିଲା। ପ୍ରଥମେ ମାୟର୍ସଙ୍କୁ ମୋଇନ୍‌ ଅଲ୍ଲୀ ଆଉଟ୍‌ କରି ରନ୍‌ ଗତିକୁ ଧିମା କରିଥିଲା ବେଳେ ‌ମିଚେଲ ସାଣ୍ଟନର ମ୍ୟାଚ୍‌ ଉପରେ ନିୟନ୍ତ୍ରଣ ଆଣିଥିଲେ। ମୋଇନ୍‌ ୪ ୱିକେଟ୍‌ ନେଇ ସିଏସ୍‌କେର ବିଜୟରେ ବଡ଼ ଭୂମିକା ନେଇଥିଲେ।

Tags: