ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ରନରେ ହରାଇଲା ଗୁଜରାଟ ଟାଇଟନ୍ସ
ଲକ୍ଷ୍ନୌ : ହାର୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ମହମ୍ମଦ ସାମି, ନୁର ଅହମ୍ମଦ, ମୋହିତ ଶର୍ମାଙ୍କ ଚମତ୍କାର ବୋଲିଂ କାରଣରୁ ଗୁଜରାଟ ଟାଇଟନ୍ସ ୭ ରନ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ପରାସ୍ତ କରିଛି। ଶେଷ ଓଭରରୁ ଲକ୍ଷ୍ନୌକୁ ୧୨ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ କେଏଲ୍ ରାହୁଲଙ୍କ ସହ ୪ ଜଣ ବ୍ୟାଟର୍ ପ୍ୟାଭିଲିଅନ୍ ଫେରିଯିବାରୁ ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ଦଳ ହାରିଯାଇଛି। ଏହି ନିର୍ଣ୍ଣାୟକ ଓଭର ବୋଲିଂ କରିଥିବା ମୋହିତ ଶର୍ମା ଲଗାତାର ବଲରେ ୱିକେଟ୍ […]
ଲକ୍ଷ୍ନୌ : ହାର୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ମହମ୍ମଦ ସାମି, ନୁର ଅହମ୍ମଦ, ମୋହିତ ଶର୍ମାଙ୍କ ଚମତ୍କାର ବୋଲିଂ କାରଣରୁ ଗୁଜରାଟ ଟାଇଟନ୍ସ ୭ ରନ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ପରାସ୍ତ କରିଛି। ଶେଷ ଓଭରରୁ ଲକ୍ଷ୍ନୌକୁ ୧୨ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ କେଏଲ୍ ରାହୁଲଙ୍କ ସହ ୪ ଜଣ ବ୍ୟାଟର୍ ପ୍ୟାଭିଲିଅନ୍ ଫେରିଯିବାରୁ ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ଦଳ ହାରିଯାଇଛି। ଏହି ନିର୍ଣ୍ଣାୟକ ଓଭର ବୋଲିଂ କରିଥିବା ମୋହିତ ଶର୍ମା ଲଗାତାର ବଲରେ ୱିକେଟ୍ ଦଖଲ କରିବା ପରେ ପରବର୍ତୀ ଦୁଇ ବଲରେ ଦୁଇଟି ରନ୍ ଆଉଟ୍ ଲକ୍ଷ୍ନୌକୁ ଲକ୍ଷ୍ୟଚ୍ୟୁତ କରି ଦେଇଥିଲା। ୧୩୫ ରନ୍କୁ ପିଛା କରି ଲକ୍ଷ୍ନୌ ୧୨୮/୭ରେ ସୀମିତ ରହିଯାଇଥିଲା। ସୁନ୍ଦର ଭାବେ ଶେଷ ଓଭର ବୋଲିଂ କରିଥିବା ମୋହିତ ଶର୍ମା (୩-୦-୧୭-୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ପ୍ରଥମେ ବ୍ୟାଟିଂ ନେଇଥିଲା। ହାର୍ଦିକ ପାଣ୍ଡ୍ୟା ୪୪ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିବା ସହ ଶେଷ ଓଭରରେ ଆଉଟ୍ ବେଳକୁ ହାର୍ଦିକ ୫୦ ବଲ୍ରୁ ୬୬ ରନ୍ କରିଥିଲେ। ପୂର୍ବରୁ ପ୍ରାରମ୍ଭିକ ବ୍ୟାଟର୍ ଋଦ୍ଧିମାନ ସାହା ୩୭ ବଲ୍ରୁ ୪୭ ରନ୍ କରିଥିଲେ। ପାଣ୍ଡ୍ୟାଙ୍କ ସହ ୯.୧ ଓଭରରେ ୬୮ ରନ୍ ଯୋଡ଼ିଥିଲେ। ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ପାଇଁ ଅଧିନାୟକ କେଏଲ୍ ରାହୁଲ (୬୧ ବଲ୍ରୁ ୬୮ ରନ୍) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଅନ୍ୟମାନଙ୍କଠାରୁ ସେଭଳି ସମର୍ଥନ ମିଳିନଥିଲା। ତଥାପି ଶୀର୍ଷକ୍ରମରେ କାଏଲ ମାୟର୍ସ (୧୯ ବଲ୍ରୁ ୨୪ ରନ୍) ଓ କୃନାଲ୍ ପାଣ୍ଡ୍ୟା (୨୩ ବଲ୍ରୁ ୨୩ ରନ୍) କିଛିଟା ସଂଜମତା ଦେଖାଇଥିଲେ। ଶେଷ ୪୫ ବଲ୍ରୁ ଘରୋଇ ଦଳ ଗୋଟିଏ ବି ବାଉଣ୍ଡରି ମାରିନପାରିବା ସହ ଚାପ ବଢ଼ି ଚାଲିଥିଲା। ଗୁଜରାଟ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ରାହୁଲଙ୍କ ଦଳକୁ ହାତ ଖୋଲିବାକୁ ଦେଇନଥିଲା। ୧୯ ଓଭର ଶେଷ ବେଳକୁ ହାତରେ ୭ ୱିକେଟ୍ ଥିଲା ଏବଂ ଆବଶ୍ୟକ ପଡ଼ିଥିଲା ୧୨ ରନ୍। କିନ୍ତୁ ଅଭିଜ୍ଞ ମୋହିତ ଶର୍ମାଙ୍କ ଶାଣିତ ବୋଲିଂ ଆଗରେ ଦଳ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ରାହୁଲ ଓ ଷ୍ଟୋଇନିସଙ୍କୁ ଲଗାତାର ବଲ୍ରେ ଆଉଟ୍ କରି ମୋହିତ ଅଧା କାମ ସାରି ଦେଇଥିଲେ। ପରବର୍ତୀ ଦୁଇ ବଲ୍ରେ ଦଳ ୨ଟି ରନ୍ ଆଉଟର ଶିକାର ହୋଇଥିଲା। ଫଳରେ ସହଜ ବିଜୟ ଲକ୍ଷ୍ୟରେ ପହଞ୍ଚିପାରିନଥିଲା ସୁପର୍ ଜାଏଣ୍ଟସ।




